ଯେଉଁ ମହିଳାମାନେ ସପ୍ତାହର ଏହି ଦିନରେ କେଶ ଧୋଇଥାଆନ୍ତି,ସେମାନଙ୍କର ଘର ଟଙ୍କା ପଇସାରେ ଭର୍ତି ହୋଇଯାଏ !

ହିନ୍ଦୁ ଧର୍ମରେ ଏପରି ଅନେକ ନିୟମ ବିଧି ବିଧାନ ପରମ୍ପରା ରହିଛି ଯାହାକୁ ଆଜି ସୁଦ୍ଧା ବି ମାନା ଯାଇଥାଏ । ଆଜିକାର ବୈଜ୍ଞାନିକ ଯୁଗରେ ବି ସେହି ସବୁ ନୀତି ନିୟମ ପରମ୍ପରାର ଅନେକ ମହତ୍ତ୍ୱ ରହିଛି । ସେହି ସବୁ ନିୟମ ମଣିଷ ଜୀବନରେ ପରିବର୍ତ୍ତନ ମଧ୍ୟ ନେଇ ଆସିଥାଏ । କିଛି ପରମ୍ପରା ଅନୁଯାୟୀ ସବୁ ପୁରୁଷ ମହିଳା ତାହାକୁ ମାନି ଥାନ୍ତି । ମାତ୍ର ବିବାହିତ ମହିଳା ମଧ୍ୟ କିଛି ଏପରି ନିୟମକୁ ମାନିବା ଉଚିତ । ଯାହାଦ୍ୱାରା ଦୁର୍ଭାଗ୍ୟ ଦୂର ହେବା ସହିତ ସ୍ୱାମୀର ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ ଏବଂ ଉନ୍ନତି ମଧ୍ୟ ହେବ ।

୧ . ସୋମବାର:-

ବିବାହିତ ମହିଳା ମାନେ ସୋମବାର ଦିନ କେଶ ଧୋଇବା ଉଚିତ ନୁହେଁ । ଯଦି ବିବାହିତା ମହିଳା ଏହିଦିନ କେଶ ଧୁଅନ୍ତି ତେବେ ତାଙ୍କ କନ୍ୟା ସନ୍ତାନ ଉପରେ ସମସ୍ୟା ଆସିଥାଏ । ତେଣୁ ଭୁଲରେବି ଏହିଦିନ କେଶ ଧୁଅନ୍ତୁ ନାହିଁ । ସୋମବାର ଦିନ କେଶ ଧୋଇଲେ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

୨ . ବୁଧବାର:-

ବୁଧବାର ଦିନ ବିବାହିତା ମହିଳା କେଶ ଧୋଇ ପାରିବେ । ମାତ୍ର ଏହିଦିନ କୁଆଁରୀ ଝିଅ ମାନେ କେଶ ଧୋଇବା ଉଚିତ ନୁହେଁ । ଏପରି କରିବାକୁ କୁହାଯାଏ ଯେ ଯଦି ବୁଧବାର ଦିନ କେହି କୁଆଁରୀ ଝିଅ କେଶ ଧୋଇଥାଏ ତେବେ ତାର ଭାଇ ଉପରେ ବିପଦ ଆସିଥାଏ ।

୩ . ଗୁରୁବାର:-

ଏହିଦିନ ଦିନ ଯଦି ବିବାହିତା ମହିଳା କେଶ ଧୁଅନ୍ତି ତେବେ ତାଙ୍କ ସ୍ୱାମୀର ଆୟୁଷ କମିଥାଏ । ଟେଣୁ ଗୁରୁବାର ଦିନ ବିବାହିତା ମହିଳା କେସ ଧୋଇବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାମୀଙ୍କ ସମସ୍ୟା ଆସିଥାଏ ।

୪ . ମଙ୍ଗଳବାର:-

ବିବାହିତା ମହିଳା ଏହିଦିନ କେଶ ଧୋଇବା ଉଚିତ ନୁହେଁ । ମାତ୍ର କୁଆଁରୀ କନ୍ୟା ମାନେ ଏହିଦିନ କେଶ ଧୋଇ ପାରିବେ । ପୁରାଣ ଅନୁଯାୟୀ ଜଣେ ରାଣୀ ମଙ୍ଗଳବାର ଦିନ କେଶ ଧୋଇବାରୁ ସବୁ ଧନ ନଷ୍ଟ ହୋଇଥଥିଲା । ଗୁରୁବାର ଦିନ ବିବାହିତା ମହିଳା କେଶ ଧୋଇଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ସାଧରଣତଃ ଶନିବାର , ମଙ୍ଗଳବାର ଏବଂ ଗୁରୁବାର ଦିନ ଗ୍ରହ ନକ୍ଷତ୍ରର ଦୋଷା ଏବଂ ଅନନ୍ତ ବ୍ରହ୍ମାଣ୍ଡରୁ ଆସୁଥିବା ଅନେକ ସୂକ୍ଷ୍ମ ଶକ୍ତି ମାନବର ମସ୍ତିଷ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇ ଥାଏ । ଏହି କାରଣରୁ ଏହିଦିନ କେଶ ଧୋଇବା ଉଚିତ ନୁହେଁ । ବିବାହିତା ମହିଳା ସୋମବାର ଦିନ କେଶ ଧୋଇଲେ ଭାଇ ଉପରେ ପ୍ରଭାବ ପଡ଼ିଥାଏ । ଗୁରୁବାର ଦିନ ଧୋଇଲେ ସ୍ୱମୀ ଉପରେ ପ୍ରଭାବ ପଡ଼ିଥାଏ ।

ରବିବାର ଦିନ ବିବାହିତା ମହିଳା କେଶ ଧୋଇ ପାରିବେ । କିନ୍ତୁ ଯଦି କୌଣସି ଭଗବାନଙ୍କ ବ୍ରତ କରୁଛନ୍ତି ତେବେ କେଶ ଧୋଇବା ଉଚିତ ନୁହେଁ । ଯଦି ଅତି ଜରୁରୀ ତେବେ ଗୁଡ଼ହଲ ଫୁଲର ରସ ମୁଣ୍ଡରେ ଲଗାଇ ସାରିବା ପରେ ଧୋଇ ପାରିବେ । ସୋମବାର ଦିନ ବିବାହିତା ମହିଳା ଯଦି ବ୍ରତ ନିମନ୍ତେ କେଶ ଧୋଇବାକୁ ଚାହୁଁଛନ୍ତି ତେବେ ପଳାସ ଫୁଲ ମୁଣ୍ଡରେ ଲଗାଇ କେଶ ଧୋଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *