ସପ୍ତାହର ସବୁ ବାର ଭିନ୍ନ ଭିନ୍ନ ଦେବଦେବୀଙ୍କୁ ଅର୍ପିତ ଅଟେ । କିନ୍ତୁ ଆଜିକାର ଲେଖାରେ ଆମେ ବୁଧବାରର ମହତ୍ତ୍ୱ ବିଷୟରେ କହିବୁ । ବୁଧବାର ବୁଦ୍ଧି ଏବଂ ସିଦ୍ଧି ଦାତା ଭଗବାନ ଗଣେଶଙ୍କୁ ପ୍ରିୟ ଅଟେ । ତେଣୁ ବୁଧବାର ଦିନ ଭଗବାନ ଗଣେଶଙ୍କ ଆରାଧନା କରି ତାଙ୍କ ପ୍ରିୟ ଜିନିଷ ଅର୍ପିତ କରିବା ଉଚିତ । ଏହିଦିନ କିଛି କାମ କରିବା ଉଚିତ ନୁହେଁ । ନଚେତ ଘର ପରିବାର ଉପରକୁ ସମସ୍ୟା ଆସିଥାଏ । ମନୁଷ୍ୟକୁ କେବେବି ଏହିଦିନ ଉତ୍ତର ଏବଂ ପଶ୍ଚିମ ଦିଗକୁ ଯାତ୍ରା କରିବା ଉଚିତ ନୁହେଁ । ଏହାଦ୍ବାରା ସୁର ଦୋଷ ଲାଗିଥାଏ । ଏହାବ୍ୟତୀତ ଏହିଦିନ କାହାକୁ ଉଧାର ମଧ୍ୟ ଦେବା ଉଚିତ ନୁହେଁ । ଏହିଦିନ ଧାର ଦେଲେ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଥାଏ ।
ଯେଉଁ ମହିଳା ମାନଙ୍କର କନ୍ୟା ସନ୍ତାନ ଅଛନ୍ତି ସେମାନେ ବୁଧବାର ଦିନ କେଶ ଧୋଇବା ଉଚିତ ନୁହେଁ । ନଚେତ କନ୍ୟା ସନ୍ତାନର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବୁଧବାର ଦିନ କ୍ଷୀରକୁ ଗାଢ଼ା କରିବା ଉଚିତ ନୁହେଁ । ଏହାବ୍ୟତୀତ ଯଦି ଏହିଦିନ ପିଉସୀ , ଭଉଣୀ ଏବଂ ଝିଅ ଘରକୁ ଆସୁଛନ୍ତି ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ବୁଧବାର ଦିନ ପାନ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଜୀବନରେ ସମସ୍ୟା ଆସିଥାଏ । ବୁଧବାର ଦିନ କିନ୍ନରଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ କୌଣସି କିନ୍ନରଙ୍କୁ ଅପମାନ କରନ୍ତୁ ନାହିଁ ବରଂ ଦାନ ଦିଅନ୍ତୁ । ଏହାଦ୍ବାରା ଘରକୁ ସମୃଦ୍ଧି ଆସିଥାଏ । ଏହିଦିନ ଅପଶବ୍ଦ ଏବଂ କଳା ରଙ୍ଗର ବସ୍ତ୍ର ଧାରଣରୁ ଦୂରେଇ ରୁହନ୍ତୁ । ପୁରୁଷ ଚାହିଁଲେ କଳା ରଙ୍ଗର ବସ୍ତ୍ର ଧାରଣ କରି ପାରିବେ ।
ଏହିଦିନ ହଳଦିଆ କିମ୍ବା ନାଲି ରଙ୍ଗର ପୋଷାକ ଧାରଣ କରିବା ଶୁଭ ହୋଇଥାଏ ଯାହାଦ୍ୱାରା କୌଣସି କାମରେ ବାଧା ଉତ୍ପନ୍ନ ହୁଏନାହିଁ । ଯଦି ଆପଣ ଭଲ ଭାବରେ ଭଗବାନ ଗଣେଶଙ୍କ ପୂଜା କରନ୍ତି ତେବେ ସେ ନିଶ୍ଚୟ ସବୁ ମନସ୍କାମନା ପୂରଣ କରନ୍ତି । ବ୍ୟବସାୟ କିମ୍ବା କୌଣସି ଅନ୍ୟ ସମସ୍ୟା ଥିଲେ ଘରେ ନିଶ୍ଚିତ ଭାବରେ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ସକାଳୁ ଉଠି ସର୍ବପ୍ରଥମେ ଭଗବାନ ଗଣେଶ ଏବଂ ତାପରେ କର ଦର୍ଶନ କରି ଆରାଧନା କଲେ ଦିନ ଭଲ ରହେ । ବୁଧବାର ଦିନ ଭଗବାନ ଗଣେଶଙ୍କର ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିବା ଉଚିତ । ଲଗାତାର ସାତ ସପ୍ତାହରେ ସାତ ବୁଧବାର ଏହି ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ।
ଭଗବାନ ଗଣେଶଙ୍କ ପୂଜା ସମ୍ପୂର୍ଣ୍ଣ ବିଧାନରେ କରିବା ପାଇଁ ସକାଳୁ ଉଠି ଭଗବାନ ଗଣେଶଙ୍କୁ ଆରାଧନା କରି ବିଧି ବିଧାନରେ ପୂଜା କରିବା ବିଷୟରେ କହି ସ୍ନାନ କରନ୍ତୁ ଏବଂ ସ୍ୱଚ୍ଛ ବସ୍ତ୍ର ଧାରଣ କରି ପୂଜା କରନ୍ତୁ । ଘରେ ଭଗବାନ ଗଣେଶଙ୍କ ବିଘ୍ନ ଥିଲେ ପୂଜା କରି ପାରିବେ । କିମ୍ବା ଫୋଟ ଏବଂ କୌଣସି ମନ୍ଦିର ଥିଲେ ଆପଣ ପୂଜା କରି ପାରିବେ । ପ୍ରଥମେ ଭଗବାନ ଗଣେଶଙ୍କୁ ପଞ୍ଚାମୃତ କିମ୍ବା କ୍ଷୀରରେ ଅଭିଷେକ କରାଇ ଗଙ୍ଗା ଜଳରେ ଅଭିଷେକ କରାନ୍ତୁ । ଏହାପରେ ଭଗବାନ ଗଣେଶଙ୍କୁ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ । ଏହାପରେ ଅତର ଏବଂ ଶୁଦ୍ଧ ଘିଅ ଦୀପ ଜଳାନ୍ତୁ । ଏହାପରେ ହଳଦିଆ ଫୁଲ ମାଳା ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ଦୁବ ଘାସ ଅର୍ପଣ କରନ୍ତୁ ।
ଏହାଦ୍ବାରା ସବୁ ମନସ୍କାମନା ଜଲଦି ପୂରଣ ହୋଇଥାଏ । ଭଗବାନ ଗଣେଶଙ୍କୁ ହଳଦୀ , ସିନ୍ଦୁର ଆବନ ଅକ୍ଷତ ତିଳକ କରିବା ଉଚିତ । ଏହାଦ୍ୱାରା ଜୀବନର ସବୁ ସଙ୍କଟ ଦୂରେଇ ଯିବା ସହିତ ସମୃଦ୍ଧି ମଧ୍ୟ ଆସିଥାଏ । ଭଗବାନ ଗଣେଶଙ୍କୁ ଆଖୁ ଅର୍ପିତ କରିବା ଦ୍ୱାରା ଜୀବନରେ ମଧୁରତା ଆସିଥାଏ । ଏହିଦିନ ହଳଦିଆ ରଙ୍ଗର ମୋଦକ ଭଗବାନ ଗଣେଶଙ୍କୁ ଅର୍ପିତ କଲେ ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ବୁଧବାର ଦିନ ଭଗବାନ ଗଣେଶଙ୍କୁ ଗୋଟା ମୁଗ ଅର୍ପିତ କରନ୍ତୁ । ଏହାବ୍ୟତୀତ ଧଣିଆ ଅର୍ପିତ କରି ଏହାର ଏକ ପ୍ରସାଦ ପ୍ରସ୍ତୁତ କରି ପରେ ତାହାକୁ ପରିବାର ଲୋକଙ୍କ ସହିତ ଗ୍ରହଣ କରନ୍ତୁ । ଏପରି ସାତୋଟି ବୁଧବାର କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ଏବଂ ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ ।