ଫେବୃଆରୀ ୧ , ” ଜୟା ଏକାଦଶୀ ” ଗୋଟିଏ ମୁଦ୍ରା ଚୁପଚାପ ରଖି ଦିଅନ୍ତୁ ଏହି ସ୍ଥାନରେ , ମିଳିବ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି

ମାଘମାସ ଶୁକ୍ଳପକ୍ଷ ଏକାଦଶୀକୁ ଜୟା ଏକାଦଶୀ କୁହାଯାଏ । ଏକାଦଶୀ ଦିନ ଶ୍ରୀହରି ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ । ଏକାଦଶୀ ବ୍ରତ ରଖିଲେ ସବୁ ପାପ ନଷ୍ଟ ହୋଇଥାଏ । ମୁଦ୍ରା ବିନା କୌଣସି ଶୁଭ କାର୍ଯ୍ୟ ହୋଇପାରେ ନାହିଁ । ଆଜିକାର ଏହି ଲେଖାରେ ଆମେ ମୁଦ୍ରାର ମହାପ୍ରୟୋଗ ବିଷୟରେ କହିବୁ । କୌଣସିବି ଶୁଭ କାର୍ଯ୍ୟ ବିନା ଦକ୍ଷିଣାରେ ପୂର୍ଣ୍ଣ ହୁଏନାହିଁ । ତେଣୁ ଆପଣ ଦକ୍ଷିଣା ସ୍ୱରୂପ କୌଣସି ଟଙ୍କାବି ଅର୍ଥାତ ନୋଟ କିମ୍ବା କୋଏନ ମଧ୍ୟ ଦେଇ ପାରିବେ । ଯଦି ଆପଣଙ୍କର ଆର୍ଥିକ ସମସ୍ୟା ରହିଛି ତେବେ ଯାହା ପାଖରୁ କୌଣସି ନୋଟ କିମ୍ବା କୋଏନ ନେଉଛନ୍ତି ପାଞ୍ଚ ଆଙ୍ଗୁଠିରେ ଧରି ନିଅନ୍ତୁ । ଏହାଦ୍ବାରା ଉନ୍ନତି ହେବ ଏବଂ ଆର୍ଥିକ ସମସ୍ୟା ଦୂର ହେବ ।

ଏହାବ୍ୟତୀତ ଯଦି ଆପଣ ନିଜେ କାହାକୁ ଟଙ୍କା ଦେଉଛନ୍ତି ସେହିଭଳି ପାଞ୍ଚ ଆଙ୍ଗୁଠିରେ ଧରି ଦିଅନ୍ତୁ । ଯାହାକୁ ଆପଣ ଟଙ୍କା ଦେଉଛନ୍ତି ୧୦ କିମ୍ବା ୨୦ ଆକାରରେ ନୁହେଁ ବରଂ ଅଯୁଗ୍ମ ସଂଖ୍ୟକ ଦିଅନ୍ତୁ । ଯେଭଳି ୧୧ କିମ୍ବା ୨୧ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କର ଅର୍ଥ ଅଭାବ ରହିଛି ତେବେ ଏକ କପଡ଼ା ନେଇ ଏକ କୋଏନ ଏବଂ ଲବଙ୍ଗ କପଡ଼ା ଉପରେ ରଖି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ଦିଅନ୍ତୁ । ଏହାପରେ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରି ସେହି କପଡ଼ାକୁ ବାନ୍ଧି ପର୍ସରେ ରଖି ଦିଅନ୍ତୁ । ଯଦି ଅଧିକ ଆର୍ଥିକ ସମସ୍ୟା ରହିଛି ତେବେ ଆଉ ଏକ ପ୍ରୟୋଗ କରନ୍ତୁ । ତେବେ ଏକ କୋଏନ ନେଇ ନିଜ ନାମର ପ୍ରଥମ ଅକ୍ଷର ଲେଖନ୍ତୁ । ତାହା ଆପଣ ସିନ୍ଦୁର କିମ୍ବା ହଳଦୀରେ ମଧ୍ୟ ଲେଖି ପାରିବେ ।

ତାହାକୁ ନେଇ ଘରର ଛାତ ଉପରେ ଥିବା ପାଣି ଟାଙ୍କି ଉପରେ ରଖି ଦିଅନ୍ତୁ । ନାମ ଲେଖା ଯାଇଥିବା ପାର୍ଶ୍ଵ ସର୍ବଦା ଉପରକୁ ରହିବ । ରାତିସାରା ତାହାକୁ ଚନ୍ଦ୍ରମା ଛାୟାରେ ଛାଡ଼ି ଦିଅନ୍ତୁ । ସକାଳୁ ଆଣି ତାହାକୁ ନିଜ ପର୍ସରେ ରଖି ଦିଅନ୍ତୁ । ଅର୍ଥ ଜନିତ କୌଣସି ସମସ୍ୟା ଦେଖା ଦେବ ନାହିଁ ।

ଯଦି କରଜ ଜନିତ ସମସ୍ୟା ରହିଛି ତେବେ ଏକ ଧଳା କପଡ଼ା ନେଇ ତାହା ଉପରେ ଏକ ଚିମୁଟା ମସୁର ଡାଲି , ଚାଉଳ ଏବଂ ଏକ କୋଏନ ଥିଲା ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ଓଲଟା ବୁଲାଇ କୌଣସି ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ ଏବଂ ବିନା ପଛକୁ ବୁଲି ଚାଲି ଆସନ୍ତୁ । ଯେତେ ବଡ଼ କରଜ ଥାଉ ତାହା ଦୂରେଇ ଯିବ । ଯଦି ଧନ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଏକ କଳସ କିମ୍ବା ଦୀପରେ ଏକ ସ୍ୱସ୍ତିକ ଚିହ୍ନ କରି ଏଥିରେ ପାଣି ଏବଂ ଏକ କୋଏନ ରଖି ଦିଅନ୍ତୁ ।

ଆଗାମୀ ଦିନ ସେହି ପାଣିକୁ ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏପରି ଲଗାତାର ପାଞ୍ଚ ଦିନ କରି ସାରିବା ପରେ ସେହି କୋଏନକୁ ନିଜ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ଅଭିବୃଦ୍ଧି ଘଟିବ । ଯଦି ଘରେ ମାତା ଲକ୍ଷ୍ମୀଙ୍କ ଅସ୍ଥାୟୀ ବାସ ହେଉଛି ତେବେ ଏକ ମାଟି ପାତ୍ରରେ ଚାଉଳ , ଦୁବ ଘାସ ଏବଂ ଏକ କୋଏନ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ।

ଯଦି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଏକ ଚାନ୍ଦି ପ୍ଲେଟ ନେଇ ସେଥିରେ ଏକ କୋଏନ ଓ ଚାଉଳ ରଖି ଏକ ନାଲି କପଡ଼ାରେ ବାନ୍ଧି ଘରର ଉତ୍ତର ପଶ୍ଚିମ କୋଣରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ବୃଦ୍ଧି ହେବ । ଯଦି ଶନି ଦେବଙ୍କ ସମସ୍ୟା ରହିଛି ତେବେ ଏକ କଳା କପଡ଼ା ନିଅନ୍ତୁ ସେଥିରେ ଏକ କୋଏନ ଏବଂ ଅଳ୍ପ ମୁଗ ଡାଲି ଏବଂ କଳା ତିଳ ନେଇ ସାଙ୍ଗରେ ବାନ୍ଧି ଦିଅନ୍ତୁ । ନିଜ ଉପର ଦେଇ ତିନି ଥର କିମ୍ବା ପାଞ୍ଚ ଥର ବୁଲାଇ ନିଅନ୍ତୁ ।

ତାହାକୁ ନେଇ କୌଣସି ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ଶନି ସମ୍ବନ୍ଧୀୟ କୌଣସି ସମସ୍ୟା ଦୂର ହୋଇଯିବ । ଅମାବାସ୍ୟା କିମ୍ବା ବୁଧବାର ଥିଲେ ଗୋଟିଏ କୋଏନ ଏବଂ ଗୋଟିଏ ସୁପାରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ । ଯେତେବେଳେ କୌଣସି ଖାସ କାମରେ ଯାଉଛନ୍ତି ସେହି କୋଏନ ଏବଂ ସୁପାରିକୁ ନିଜ ସାଥିରେ ନେଇ ଯାଆନ୍ତୁ । କାମ ସଫଳ ହେବା ପରେ ସୁପାରି ଏବଂ କୋଏନକୁ ଆଣି ପୁଣିଥରେ ଭଗବାନ ଗଣେଶଙ୍କ ସାମ୍ନାରେ ରଖି ଦିଅନ୍ତୁ । ଘରେ ଆର୍ଥିକ ସମସ୍ୟା ଥିଲେ ମାଟିର କଳସରେ ସ୍ୱସ୍ତିକ ବନାଇ ଏକ କୋଏନ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ଉନ୍ନତି ହୋଇଥାଏ ଏବଂ କୌଣସି ପ୍ରକାରର ଅଭାବ ଦେଖା ଦେଇ ନଥାଏ ।

Leave a Reply

Your email address will not be published. Required fields are marked *