କୁକୁର କହିବା ଅନୁଯାଇ – ଏହି 6 ଲୋକଙ୍କ ଉପରେ କେବେ ବି ଦୟା ଦେଖନ୍ତୁ ନାହିଁ

ବନ୍ଧୁଗଣ ଆଜିର କାହାଣୀରେ ଅନେକ ମହତ୍ୱ ରହିଚି | ବିଶ୍ୱାସ ଯାହା ଶୁଣିବାକୁ ତ ଛୋଟ ଶବ୍ଦ ଅଟେ | ବିଶ୍ୱାସକୁ ପଢିବା ପାଇଁ ଗୋଟେ ସେକେଣ୍ଡ ଦରକାର ଆଉ ଯଦି ଭାବିବା ଯଦି ଗୋଟେ ମିନିଟ ଲାଗିଥାଏ ଆଉ ଯଦି ଆମେ ତାକୁ ବୁଝିବା ତେବେ ଗୋଟେ ଦିନ ଲାଗିଯାଏ | କିନ୍ତୁ ପ୍ରମାଣ କରିବାରେ ପୂରା ଜୀବନ ଲାଗିଯାଇଥାଏ | ଭରସା ଏମିତି ଲୋକଙ୍କ ଉପରେ କର ଯିଏ ଆପଣଙ୍କ ବିଶ୍ୱାସର ଯୋଗ୍ୟ ହେଇଥିବେ | ନଚେତ ଜୀବନରେ ଏମିତି ଅନେକ. ଲୋକ ଅଛନ୍ତି ଯେଉଁମାନେ କେବେବି ବଦଳନ୍ତି ନାହିଁ |

ଯେମିତି କୁକୁରର ଲାଙ୍ଗୁଡ଼କୁ ଯେତେ ବି ସିଧା କରିବାକୁ ଚେଷ୍ଟା କଲେ ଯେମିତି କେବେ ସିଧା ହୁଏନାହିଁ ଠିକ ସେହିପରି ଅନେକ ଲୋକ ଅଛନ୍ତି ଯାହାଙ୍କୁ ଆମେ ସୁଧାରିବାକୁ ଚାହିଲେ ବି କେବେ ତାଙ୍କୁ ଭଲ ବାଟକୁ ଆଣି ପାରିନଥାଉ | ଏବଂ ନିମ ଗଛର ମୁଳରେ ମିଠା ପାଣି ଦେଲେ ସେ ମିଠା ହୁଏନି ସେ ଯେମିତି ପିତା କୁ ସେମିତି ପିତା ହିଁ ରହିଥାଏ | ଦୁନିଆର ଦୁଇ ପ୍ରକାରର ଦୁଷ୍ଟ ଲୋକ ଅଛନ୍ତି | ପ୍ରଥମେ ସେମାନେ ଯେଉଁମାନେ ଅନ୍ୟର ପରିସ୍ଥିତି ଦେଖି ତାଙ୍କୁ ଠକିବାରେ ଲାଗନ୍ତି | ଯିଏ ସ୍ୱାଭାବରୁ ହିଁ ଦୁଷ୍ଟ ହୋଇଥାଏ |ଏମିତି ଲୋକଙ୍କ ସହ ଜୀବନରେ କେବେ ବି ବନ୍ଧୁତା ରଖନ୍ତୁ ନାହିଁ | ଚାଲନ୍ତୁ ଜାଣିବା କେଉଁମାନଙ୍କ ସହ କେବେ ବି ମିତ୍ରତା ରଖିବେନି |

ଏକଦା ଜଙ୍ଗଲ ପାଖରେ ଥିବା ନଗରର ଏକ ମାଂସାସୀ ସିଂହ ରହୁଥିଲା | ସେ ହିଂସ ସବୁବେଳେ ନଗରକୁ ଆସି ଲୋକଙ୍କର ଶିକାର କରୁଥିଲା | ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଖାଇଦେଉଥିଲା | ତା ପାଇଁ ପୂରା ନଗରର ହାହାକାର ମଚିଯାଇଥିଲା | ଯିବା ଆସିବା କରୁଥିବା ଲୋକମାନେ ବହୁତ ଡରି ଡରି ଯିବା ଆସିବା କରୁଥିଲେ | ଗୋଟେ ଦିନ ଏମିତି ହେଲା ଯେ ଗାଁ ଲୋକ ସବୁ ମିଶି ସେଇ ସିଂହକୁ ବାନ୍ଦି କରିଦେଲେ | ଏବଂ ତକୁ ଆଣି ଗାଁର ମଝିରେ ରଖିଦେଲେ | ଯାହାକୁ ଯିବା ଆସିବା କରୁଥିବା ଲୋକ ଦେଖି ନିଜ ଡର ହଟେଇପାରିବେ | ତାଙ୍କୁ ଜଣା ପଡ଼ିବ ଯେ ସିଂହ ଏବେ ପିଞ୍ଜରାରେ ବନ୍ଧି ହୋଇଯାଇଛି |

ଲୋକ ମାନେ ଯେତେବେଳେ ତକୁ ଦେଖିବାକୁ ଆସନ୍ତି ସେତେବେଳେ ସିଂହ ସମସ୍ତଙ୍କ ଆଗରେ ଅନୁରୋଧ କରେ କି ମତେ ଖୋଲିଦିଅ ମୁଁ ଆଉ କେବେ ବି କାହାରିକୁ ଖାଇବି ନାହିଁ | କିନ୍ତୁ କେହିବି ତକୁ ସେଠାରୁ ବାହାର କରିଲେନି ଦିନେ ଜଣେ ସରଳ ବ୍ୟକ୍ତି ସେଇ ପଟ ଦେଇ ଯାଉଥିଲ ସିଂହ ତକୁ ମଧ୍ୟ କହିଲା ତାଙ୍କୁ ଖୋଲିବା ପାଇଁ କିନ୍ତୁ ସେ କହିଲା ତୁ ଭିତରେ ଅଛୁ ମାନେ ବାହାରେ ଶାନ୍ତି ଅଛି ମୁଁ ତତେ ଜମା ବି ବାହାର କରିବିନି କିନ୍ତୁ ସିଂହ କହିଲା ଯେ ତୁ ମତେ ଖୋଲିଦେ ମୁଁ କଥା ଦଉଛି କାହାକୁ ଖାଇବିନି ଆଉ ସାରାଜୀବନ ତୋର ରକ୍ଷକ ହୋଇ ତୋ ସହ ରହିବି | ଏହା ଶୁଣି ସେ ବ୍ୟକ୍ତି ଜଣଙ୍କୁ ତାକୁ ଜମା ବି ଖୋଲିଲାନି | ସିଂହ ଏତେ କହିଲା ପରେ ସେ ବ୍ୟକ୍ତି ଜଣଙ୍କ ତା କଥାରେ ବିଶ୍ୱାସ କରିଗଲା | କହିଲା ତମେ ଯଦି ବଚନ ଦେଉଛ ତେବେ ମୁଁ ଏହିଁ ପିଞ୍ଜରା ଖୋଲିଦେଉଛି |

ଏବଂ ସିଂହ ବାହାରିଲା ପରେ ଖୋଲା ଆକାଶ ତଳେ ନିଜକୁ କଏଦୀ ହାବାରୁ ମୁକ୍ତି ହେଇଯାଇଥିବ ଦେଖି ବେଶି ଖୁସି ହେଲା | ଏବଂ ବାହାରିବା ପରେ ତାକୁ ବହୁତ ଜୋରେ ଭୋକ ଲାଗିଲା | କାରଣ ସେ ଅନେକ ଦିନ ହେବ ଉପାସ ଥିଲା ସେହି ପିଞ୍ଜରା ଭିତରେ | ସେତେବେଳେ ସେ ଭାବିଲା ମୁଁ ଯଦି ଏବେ ଜଙ୍ଗଲ ଯିବି ଆଉ ସେଠି ଶିକାର କରିବି ତେବେ ବହୁତ ଡେରି ହବା ଆଉ ମତେ ବି ବହୁତ ଭୋକ ହେଲାଣି | ସେତେବେଳେ ସେ ସେହି ବ୍ୟକ୍ତିକୁ କହିଲା. ମୁଁ ଏବେ ତତେ ଖାଇବି |

ସେହି ବ୍ୟକ୍ତି ଏହି କଥା ଶୁଣି ସିଂହକୁ କହିଲା ଭାଇ ମୁଁ ତ ତମ ଉପରେ ବିଶ୍ୱାସ କରି ତମକୁ ସେହି ପିଞ୍ଜରାରୁ ମୁକ୍ତି କଲି ଆଉ ତମେ ମତେ ଖାଇବା କଥା କହୁଛ | ସିଂହ କହିଲ ହେ ମୂର୍ଖ ବ୍ୟକ୍ତି ତୁ କେମିତି ମୋ ଉପରେ ବିଶ୍ୱାସ କରିଗଲୁ | ମୁଁ ତ କେବଳ ନାଟକ ହିଁ କରୁଥିଲି | ଏବଂ ଏହା କହି ସେ ସେହି ବ୍ୟକ୍ତିକୁ ଖାଇଦେଲା | ସେହିଠାରେ ହିଁ ସେ ସେହି ବ୍ୟକ୍ତିକୁ କହିଥିଲା ଶୁଣ ମୂର୍ଖ ଏହି 10 ଜଣ ବ୍ୟକ୍ତି କେବେ ବି ଧର୍ମର ବିଚାର କରନ୍ତି ନାହିଁ |

ଯିଏ ନିଶାର ବୁଡ଼ି ରହିଥାଏ | ସେ ବ୍ୟକ୍ତି କେବେ ବି ଧର୍ମର ବିଚାର କରିନଥାଏ | ଦ୍ୱତୀୟ ଅସାବଧାନତା ବ୍ୟକ୍ତି ଏପରି ବ୍ୟକ୍ତି ମଧ୍ୟ କେବେ ବି ଧର୍ମର ବିଚାର କରିପାରନ୍ତି ନାହିଁ | ତୃତୀୟ ପାଗଳ ବ୍ୟକ୍ତି | ଯେଉଁ ବ୍ୟାକ୍ତି ପାଗଳ ହୋଇଥାନ୍ତି ସେ କେବେ ବି ଧର୍ମର ବିଚାର କରିପାରନ୍ତି ନାହିଁ | କାରଣ ତାଙ୍କର ମାନସିକ ସ୍ଥିତି ହିଁ ଭଲ ନଥାଏ | ଚାଁଥୁର୍ତ୍ତ ଭୋକିଲା ବ୍ୟକ୍ତି | ଯେଉଁ ବ୍ୟାକ୍ତି ଭୋକରେ ଥାଏ ସେ ବ୍ୟକ୍ତି କିଛି ବି କରିପାରେ ନିଜ ଭୋକ ମେଣ୍ଟେଇବା ପାଇଁ କିନ୍ତୁ ଧର୍ମର ବିଚାର କରିପାରେନି | ପଞ୍ଚମ କ୍ରୋଧିତ ବ୍ୟକ୍ତି | ଯେଉଁ ବ୍ୟକ୍ତି ବହୁତ ମାତ୍ରାରେ ରାଗନ୍ତି ସେ ରାଗରେ ଆସି କିଛି ବି କରିଦେଇପାରନ୍ତି |

ଷଷ୍ଠ ଯେଉଁ ବ୍ୟକ୍ତି ତରତର ହୋଇ ସବୁ କରିଦେଇ ସେଇ ମନୁଷ୍ୟ ମଧ୍ୟ କେବେ ବି ଧର୍ମର ବିଚାର କରିପାରେ ନାହିଁ | ସପ୍ତମ ଲୋଭୀ ବ୍ୟକ୍ତି | ଲୋଭୀ ବ୍ୟକ୍ତି ନିଜ ଲୋଭ ପାଇଁ କୋୖଣସି ବି ସ୍ତରକୁ ଯାଇ ପରେ ଏବଂ ଧର୍ମର ବିଚାର ନ କରି ଅମଙ୍ଗଳ ମଧ୍ୟ କରିପାରେ | ଅଷ୍ଟମ ଭୟଭୀତ ପ୍ରାଣୀ କିମ୍ବା ମନୁଷ୍ୟ ଏପରି ଲୋକ ନିଜ ଭୟ ପାଇଁ କେବେ ବି ଧର୍ମର ଠିକ ବିଚାର କରିପାରନ୍ତି ନାହିଁ | ନବମ କାମି ଯିଏ କାମସୁତ୍ରରେ ପାଗଳ ହେଉଥିବ ଲୋଭ କରୁଥିବ ସେହିଁ ବ୍ୟକ୍ତି ନିଜର ଖୁସି ପାଇଁ ସବୁପ୍ରକାର ଧର୍ମର ଉଲ୍ଲଘନ କରିପାରେ | ଦଶମ ବ୍ୟକ୍ତି ସିଏ ହୋଇଥାଏ ଯିଏ ଦରିଦ୍ରତା ରେ ବୁଡିଥାଏ | ଯେଉଁ ବ୍ୟକ୍ତି ଦରିଦ୍ରତାର ଘେରରେ ବାନ୍ଦି ହୋଇ ରହିଥାଏ ସେ କେବେ ବି ଧର୍ମର ବିଚାର କରିପାରିବ ନାହିଁ |

Leave a Reply

Your email address will not be published. Required fields are marked *