ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ୱାରା ଘରକୁ ଆସିନଥାଏ ଗରିବୀ |

ଆମେ ଆଜି ଆପଣଙ୍କୁ ଏମିତି କିଛି ମନ୍ତ୍ର ବିଷୟରେ କହିବୁ ଯାହାକୁ ମନୁଷ୍ୟକୁ ସକାଳୁ ଉଠିବା ବେଳେ ତଥା ପୂଜା କରିବାବେଳେ ଏବଂ ଗାଧେଇବା ସମୟରେ ଉଚ୍ଚାରଣ କରିବା ଉଚିତ ହୋଇଥାଏ | ଯାହା ମନୁଷ୍ୟର ଜୀବନରେ ସକାରାତ୍ମକତା ସଂଜାର କରିଥାଏ | ଘରୁ ଦୁଃଖ ଦରିଦ୍ରତା ସବୁ ଚାଲିଯାଇଥାଏ | ଆମ ହିନ୍ଦୁ ସଂସ୍କୃତିରେ ଏପରି ଅନେକ ମାନ୍ୟତା ଅଛି ଯାହାକୁ ସମ୍ପୂର୍ଣ ଭାରତ ବର୍ଷ ଅତି ସଂମ୍ମାନର ସହ ପାଳନ କରୁଛନ୍ତି |

ଆଉ ଆମେ ଭାରତୀୟ ହେଇକି ମଧ୍ୟ ଏହି କିଛି କଥା ଜାଣିନେ କିମ୍ବା ଜଣିକି ଏହାକୁ ଉପଯୋଗ କରୁନେ | ଯାହାର ଆଧ୍ୟାତ୍ମିକିତା ସହ ବିଜ୍ଞାନ ସହ ମଧ୍ୟ ସଂଯୋଗ ରହିଚି | ଆମ ଦିନ କିପରି ହେବ ଏବଂ ଆମ ଦିନ କେମିତି କଟିବ ତାହା ଆମେ ହିଁ ବାଛିଥାଏ | ଏବଂ ଦିନର ଆରମ୍ଭ ଭଲ ହୋଇଥିଲେ ଆମର ପୂରା ଦୀନ ହିଁ ଭଲରେ କଟିଥାଏ | ଆସନ୍ତୁ ଜାଣିବା ଆମକୁ ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ ମନ୍ତ୍ର ଅଛି ଯାହାକୁ ଆମେ ପ୍ରତିଦିନ ସକାଳେ ଜପ କରିବା ଉଚିତ |

ଆମ ହିନ୍ଧୁ ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଅନେକ ମହତ୍ୱ ଦର୍ଶା ଯାଇଛି | ଏହାର ଆଧ୍ୟାତ୍ମିକ କାରଣ ସହ ବୈଜ୍ଞାନିକ କାରଣ ମଧ୍ୟ ଅଛି | ଏହି ସମୟରେ ଆମ ଚତୁର୍ପାଶ୍ୱରେ କିଛି ଏପରି ଘଟଣା କଟେ ଯାହା ଆମ ଶରୀର ତଥା ମାତିଷ୍କକୁ ଶାନ୍ତ କରିବା ସହ ଆମ ଶାରୀରରେ ଅନେକ ପ୍ରକାରର ସକାରାତ୍ମକତା ଭରିଦେଇଥାଏ |

ସକାଳୁ ଉଠିବା ପରେ ମନୁଷ୍ୟଙ୍କୁ ନିଜ ଦୁଇ ହାତ ପାପୁଲିରେ ଦୃଷ୍ଟି ଦେଇ କୁହନ୍ତୁ,” ଓଁ କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ଵତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ” । ଏହା କରିବା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ ଏବଂ ଏହା ସହିତ ଆପଣଙ୍କ ଦିନ ଶୁଭ ହୋଇଥାଏ |

ସକାଳୁ ଉଠିବା ପରେ ଏପଟେ ସେପଟ ନ ହୋଇ ଯଥା ଶୀଘ୍ର ନିଜର ନିତ୍ୟକର୍ମ ସାରିଦେବା ଉଚିତ ହୋଇଥାଏ | ଏବଂ ସାନ୍ନ କରିବା ସମୟରେ ମାତା ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ ,ନର୍ମଦା, ସିନ୍ଧୁ, କାବେରୀ ଇତ୍ୟାଦି ନଦୀମାନଙ୍କର ନାମକୁ ସ୍ମରଣ କରିବା ଉଚିତ | କାରଣ ଶାସ୍ତ୍ରରେ ଏହି ନଦୀ ମାନଙ୍କୁ ପୂଜନୀୟ ବୋଲି ବିବେଚନା କରାଯାଇଛି |

ଆପଣ ଯଦି ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବକି ଚାହୁଁଛନ୍ତି ତେବେ ଏହି ମାତ୍ର ଅତ୍ୟଧିକ ଫଳପ୍ରଦ ଅଟେ | ଓଁ ସୂରିୟାହଃ ନମଃ ଓଁ ଭାସ୍କରୟା ନମଃ ଏହି ମନ୍ତ୍ର ଜପ କରନ୍ତୁ | କୁହନ୍ତି ବୟସ୍କ ଲୋକଙ୍କ ଆଶ୍ରିବାଦରେ ବହୁତ ଶକ୍ତି ଥାଏ | ଅର୍ଥାତ ସକାଳୁ ଉଠି ସୂର୍ଯ୍ୟଙ୍କ ପୂଜା ସରିବା ପରେ ଘରର ସମସ୍ତ ବଡ଼ ଲୋକଙ୍କୁ ମୁଣ୍ଡିଆ ମାରିବା ଉଚିତ ତାଙ୍କର ଆଶ୍ରିବାଦ ନେବା ଉଚିତ |

କୁହାଯାଏ ଯେଉଁ ବ୍ୟକ୍ତି ସକାଳୁ ଉଠି ମାତା ତୁଳସୀଙ୍କୁ ପୂଜା କରେ ତାଙ୍କୁ ଜଳ ଅର୍ପଣ କରନ୍ତି | ମାତା ତୁଳସୀର ଆଶ୍ରିବାଦ ସବୁବେଳେ ତାଙ୍କ ଉପରେ ରହିଥାଏ | ଏବଂ ମାତା ତୁଳସୀଙ୍କ ଆଶ୍ରିବାଦ ଯେଉଁ ଘରେ ରହିଥାଏ ସେହିଘରର କେହିବି କିଛି ବିଗାଡି ପାରନ୍ତି ନାହିଁ | ତେଣୁ ଆପଣ ନିଜ ସକାଳ ମାତା ତୁଳସୀଙ୍କୁ ଜଳ ଅର୍ପଣ କରି ଆରମ୍ଭ କରନ୍ତୁ | ଦେଖିବେ ଆପଣଙ୍କ ଜୀବନରେ ସବୁ କାର୍ଯ୍ୟ ସଫଳତାର ସହ ହୋଇଯିବ | ଏବଂ ଆପଣଙ୍କ ଘରୁ ଗରିବୀ ସବୁଦିନ ପାଇଁ ଚାଲିଯିବ |

Leave a Reply

Your email address will not be published. Required fields are marked *