ଗାଈ ମନୁଷ୍ୟକୁ କହିଥିବା କଥା : ଏହି ଚାରୋଟି କାର୍ଯ୍ୟ ଏକାକୀ କରିବା ଉଚିତ,ନଚେତ ଆପଣ ସେମିତି ସବୁବେଳେ ଗରିବୀ ହେଇକି ରହିବେ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଗାଈ ମନୁଷ୍ୟକୁ ଚାରୋଟି କାର୍ଯ୍ୟ କଥା କହିଲେ, ଯାହା ମନୁଷ୍ୟକୁ ଏକଲା ରହି କରିବା ଉଚିତ। ଆଜିର କାହାଣୀ ହେଉଛି ଜୀବନରେ ଥିବା ସିଦ୍ଧାନ୍ତ ବିଷୟର କାହାଣୀ ଅଟେ। ଗାଈ ଜୀବନରେ କିଛି ଏଭଳି ସଂକେତ ଦେଇଥାଏ, ଏହାକୁ ଯେଉଁ ମନୁଷ୍ୟ ବୁଝି ନେଇ ଥାଏ, ତାକୁ କେବେବି କୌଣସି ସମସ୍ୟାର ସମୁଖୀନ ହେବାକୁ ପଡ଼ି ନଥାଏ।

ଗାଈ ମଧ୍ୟରେ ତେତିଶ କୋଟି ଦେବୀ ଓ ଦେବତା ବାସ କରିଥାନ୍ତି। ଗୋମାତା ଏହି ୪ ବିଶେଷ କଥା କହିଛନ୍ତି, ତାହାକୁ ମନୁଷ୍ୟ ଶିକ୍ଷା ଲାଭ କରିବା ଉଚିତ। ଗୋଟେ ଗାଆଁରେ ଭୋଳା ନାମକ ବ୍ୟକ୍ତି ଜମିଦାର ଘରର ଗାଈକୁ ଚରାଇବା ନେଉଥିଲା।ଭୋଳା ନିଜ ଗାଈ ଓ ଜମିଦାର ଘରର ଗାଈକୁ ଚରାଇବାକୁ ନେଉଥିଲା। ଏଥିରୁ ଯେତେ ରୋଜଗାର ହେଉଥିଲା ତାହା ତାର ପରିବାର ଚଳୁଥିଲା। ସେହି ଆଖପାଖ ପାହାଡ଼ରେ ଜଣେ ସାଧୁ ମହାତ୍ମା ରହୁଥିଲେ। ତାଙ୍କ ପାଖରେ ଏକ ଚମତ୍କାର ଗାଈ ଠିକ। ସେହି ଗାଈ ଭୋଳାର ଗାଈ ମାନଙ୍କ ସହିତ ମିଶି ଯାଇ ଚରୁ ଥିଲା। ଯେତେବେଳେ ଭୋଳା ଗାଈ ମାନଙ୍କୁ ନେଇ ଘରକୁ ଯାଉଥିଲା, ସେତେବେଳେ ଗାଇଟି ଅଲଗା ମାର୍ଗ ଯାଇ ନିଜ ମାଲିକଙ୍କ ଘରେ ପହଞ୍ଚି ଯାଉଥିଲା। ଏଭଳି ପ୍ରତ୍ୟେକଦିନ ଘଟୁ ଥିଲା।

ଥରେ ଭୋଳା ଗାଈ ମାନଙ୍କୁ ଗଣିଲା ଏବଂ ଦେଖିଲା ଗାଈ ଅଧିକ ରହିଛନ୍ତି। ୯୯ ଗାଈ ରହିବା କଥା କିନ୍ତୁ ୧୦୦ ଗାଈ ଅଛନ୍ତି। ଏହି କଥା ଭୋଳା ଜମିଦାରଙ୍କୁ କହିଲା। କିନ୍ତୁ ଜମିଦାରଙ୍କ ପାଖକୁ ହଲା ବେଳକୁ ଗାଈ ସଂଖ୍ୟା ୯୯ ହିଁ ରହିଛି। ଏହା ଦେଖି ଭୋଳା ଭାବିଲା, ହୁଏତ ଅନ୍ୟ କାହାର ଗାଈ ଆସି ୯୯ ଗାଇଙ୍କ ମଧ୍ୟରେ ଚରୁଛି। ତାପରେ ଦିନ ଭୋଳା ନଜର ରଖିବା ପାଇଁ ଝାଡି ମଧ୍ୟରେ ଲୁଚି ଗଲା ଏବଂ କେଉଁ ଗାଈ ଆସୁଛି ଓ ପଳେଇ ଯାଉଛି, ତାହା ନଜର ରଖିଲା। ଭୋଳାକୁ ସେହି ଗାଈ ଦେଖା ଗଲା। ସେ ତାର ମିତ୍ରକୁ ସବୁ ଗାଈକୁ ନେଇ ଘରକୁ ଯିବା ପାଇଁ କହିଲା।

ତାପରେ ସେ ନଜର ଦେଲା କି ୯୯ ଗାଈ ଭିତରେ ପଶି ଆସୁଥିବା ଗାଈ କେଉଁ ଦିଗକୁ ଯାଉଛି। ଗାଈ ଗୋଟେ ପାହାଡ଼ର ଗୁମ୍ଫା ଭିତରକୁ ପ୍ରବେଶ କରିବାର ଭୋଳା ଦେଖିଲା। ଭୋଳା ମଧ୍ୟ ସେହି ଗୁମ୍ଫା ମଧ୍ୟକୁ ପ୍ରବେଶ କରି ଦେଖିଲା ଜଣେ ସାଧୁ ତପସ୍ୟାରେ ଲୀନ ହୋଇ ବସି ଥିଲେ। ଗାଈ ଯିବା ପରେ ସାଧୁ ଜଣକ ଆଖି ଖୋଲି ଗାଈକୁ ବାନ୍ଧି ଗାଈର କ୍ଷୀରରେ ଭୋଜନ ପ୍ରସ୍ତୁତ କରିବାକୁ ଲାଗିଲେ। କିଛି ସମୟ ପରେ ଗାଈ ଗୋବର କଲା ଓ ତାହା ସୁନା ଥିଲା। ସାଧୁ ଏହି ଗୋବରକୁ ନେଇ ନିଜ ଧନ ଭଣ୍ଡାର ଘରେ ରଖି ଦେଲେ। ଭୋଳା ଏହି ସବୁ ଘଟଣାକୁ ଦେଖୁଥିଲା।

ଭୋଳା ଗାଈକୁ କହିଲା, ହେ ଗୋମାତା ମୁଁ ଜଣେ ନିର୍ଦ୍ଧନ ବ୍ୟକ୍ତି ଓ ମୁଁ ଗାଈ ଚରାଇ ଅଳ୍ପ ରୋଜଗାର କରେ। ଆପଣ ମଧ୍ୟ ଗାଈର ଗୋଠ ମଧ୍ୟରେ ସାମିଲ ହୋଇ ଯାଉଛନ୍ତି। ଏହା ଶୁଣି ଗୋମାତା କହିଲେ, ମୁଁ ଦେଖିଚି ତୁମେ ଗାଈ ମାନଙ୍କୁ ଅତ୍ୟନ୍ତ ପ୍ରେମରେ ରଖ। ତୁମେ ବହୁତ ଭଲ ଓ ଦୟାବାନ ବ୍ୟକ୍ତି। ମୁଁ କିଛି ସମୟ ପରେ ଗୋବର କରିବି, ତୁମେ ତାହା ଗ୍ରହଣ କର। ଭୋଳା ଏହା ଶୁଣି କହିଲା ଗୋବର ନେଇ କଣ କରିବି ମାଆ। ଗୋମାତା କହିଲେ, ମୁଁ ଏକ ଚମତ୍କାର ଗାଈ ଅଟେ। ମୋ ଗୋବର ସୁନା ପାଲଟି ଯାଇଥାଏ।

ତାପରେ ଭୋଳା ସେହି ଗୋବର ନେଇ ଘରକୁ ଗଲା। ଧିରେ ଧିରେ ସମୟ ବିତି ଚାଲିଲା। ଭୋଳା ଆଉ ଗାଈ ଚରାଇଲା ନାହିଁ । କିନ୍ତୁ ଗୋମାତା ତାର ଘରେ ଅଳ୍ପ ଗୋବର କରି ଦେଇ ଯାଆନ୍ତି। ଭୋଳା ସମୟ କ୍ରମେ ଧନୀ ବ୍ୟକ୍ତି ହୋଇଗଲା। ଏହା ଦେଖି ଆଖପାଖ ପଡୋଶୀ ଇର୍ଷାରେ ଜଳିବାକୁ ଲାଗିଲେ। ସେମାନେ ଭୋଳା ଘରେ ଯାଇ ନଜର ରଖିଲେ।।ଧୀରେ ଧୀରେ ଗୋମାତା ଭୋଳା ଘରକୁ ଆସିବା ବନ୍ଦ କରି ଦେଲେ। ଭୋଳା ଦରିଦ୍ର ହେବାକୁ ଲାଗିଲା। ଭୋଳା ପୁଣିଥରେ ଗୋମାତାଙ୍କ ପାଖକୁ ଗଲା। ଗୋମାତା ଭୋଳାକୁ କହିଲେ, ତୁମେ ମୋ କଥା ଭୁଲିଗଲ। ତୁମକୁ ଧନର ମୋହ ଗ୍ରାସ କରି ଗଲା। ତେଣୁ ଆଜି ମୁଁ ତୁମକୁ ଚାରୋଟି କଥା କହିବି, ତାହାକୁ ତୁମେ ମନେ ରଖ। ଏହି ଚାରୋଟି କାର୍ଯ୍ୟ ମନୁଷ୍ୟକୁ ଏକା ଥିବା ସମୟରେ କରିବା ଆବଶ୍ୟକ।

ଆପଣ ଈଶ୍ୱରଙ୍କୁ ସ୍ମରଣ କରୁଥିବା ସମୟରେ ଏକଲା କରନ୍ତୁ। ଈଶ୍ବରଙ୍କ ମନ୍ତ୍ରକୁ ମନେ ମନେ ଜପ କରିବା ଆବଶ୍ୟକ। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ମନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳେ। ସର୍ବଦା ଏକଲା ଭୋଜନ କରିବା ଆବଶ୍ୟକ। କେବେବି ଅନ୍ୟମାନଙ୍କ ସାମ୍ନାରେ ବସି ଭୋଜନ କରିବା ଉଚିତ ନୁହେଁ। ପତିପତ୍ନୀ ଯେତେବେଳେ ରାତିରେ ବିଶ୍ରାମ ନେବାକୁ ଯାଉଥିବା, ତାହେଲେ ସେମାନେ ପରଦା ପଛରେ ରହିବା ଉଚିତ। ଶେଷ କଥାଟି ହେଉଛି କେବେବି ନିଜ ଆୟ, ଆମଦାନୀ କଥା ଅନ୍ୟମାନଙ୍କ ସହିତ ଆଲୋଚନା କରିବା ଉଚିତ ନୁହେଁ। ଏହାଦ୍ବାରା ଲୋକଙ୍କ ମନରେ ଈର୍ଷା ଜାଗ୍ରତ ହୋଇଥାଏ। ଏହିସବୁ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *