ମାତା ଲକ୍ଷ୍ମୀ ସ୍ବୟଂ କହିଛନ୍ତି ଯେ ଘରେ ଏହି ସ୍ଥାନରେ ଯିଏ ଝାଡୁ ରଖିଥାଏ , ସେ ହୋଇଥାଏ କୋଟିପତି !

ହିନ୍ଦୁ ଧର୍ମରେ ଝାଡୁକୁ ଅତ୍ୟନ୍ତ ମହତ୍ତ୍ୱ ରହିଛି । କାରଣ ଏହା ସିଧାସଳଖ ଭାବରେ ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ । ଯାହାଦ୍ୱାରା ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ଆମ ଧର୍ମଶାସ୍ତ୍ରରେ ଝାଡୁ ସମ୍ବନ୍ଧୀୟ ଅନେକ ଶୁଭ ଅଶୁଭ ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି । ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ତେବେ ଘରେ ଝାଡୁକୁ ରଖିବାର ଉପଯୁକ୍ତ ସ୍ଥାନ ରହିଥାଏ । ଯଦି ଠିକ ସ୍ଥାନରେ ରଖା ନଯାଏ ତେବେ ଘରକୁ ଦାରିଦ୍ର୍ୟତା ଆସିଥାଏ ।

ତେବେ ଝାଡୁ ମନୁଷ୍ୟକୁ କିଛି ଭୁଲ କାରଣରୁ ଦରିଦ୍ର କରିପାରେ କିମ୍ବା କୋଟିପତି ମଧ୍ୟ କରିପାରେ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଝାଡୁ ସମ୍ବନ୍ଧୀୟ କିଛି ନିୟମ ଏବଂ ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନରୁ ଦାରିଦ୍ର୍ୟତା ଦୂରେଇ ଯିବ ଏବଂ ଆପଣ କୋଟିପତି ହୋଇଯିବେ ।

୧ . ପ୍ରତ୍ୟେକ ଦିନ ସକାଳ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ଝାଡୁ ମାରିବା ଉଚିତ । ମାତ୍ର ଯଦି ଏହି ବ୍ୟସ୍ତ ବହୁଳ ଜୀବନରେ ସକାଳୁ ଝାଡୁ ମାରିବା ସମ୍ଭବ ହେଉନାହିଁ ତେବେ ସନ୍ଧ୍ୟା ସମୟରେ ଝାଡୁ ମାରନ୍ତୁ ମାତ୍ର ଅଳିଆକୁ ବାହାର କରନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ସବୁଦିନ ପାଇଁ ଚାଲିଯିବେ ।

୨ . ଝାଡୁ କିଣିବାର ଉପଯୁକ୍ତ ବାର ମଧ୍ୟ ରହିଛି । ନଚେତ ଅନ୍ୟ ବାର ମାନଙ୍କରେ ଝାଡୁ କିଣିଲେ ଦାରିଦ୍ର୍ୟତା ଆସିଥାଏ । ତେବେ ସୋମବାର , ବୁଧବାର , ଗୁରୁବାର ଏବଂ ଶୁକ୍ରବାରରେ ଝାଡୁ କିଣିବା ଅଶୁଭ ହୋଇଥାଏ । ଆପଣ ରବିବାର , ମଙ୍ଗଳବାର ଏବଂ ଶନିବାର ଦିନ ଝାଡୁ କିଣି ପାରିବେ । ମାତ୍ର ଝାଡୁ ନୂଆ କରି ବ୍ୟବହାର କରିବାକୁ ଚାହୁଁଥିଲେ ଶନିବାର ଦିନ ହିଁ ବ୍ୟବହାର କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଧନର ଆଗମନ ମଧ୍ୟ ହୋଇଥାଏ ।

୩ . ଘରର ଐଶାନ୍ୟ କୋଣରେ ଝାଡୁ ରଖିବା ଉଚିତ ନୁହେଁ କିମ୍ବା ପୂଜାଘରେ ମଧ୍ୟ ଝାଡୁ ରଖିବା ଶୁଭ ନୁହେଁ । କାରଣ ଏହାଦ୍ବାରା ଦେବଦେବୀଙ୍କ ପ୍ରବେଶ କରିବାରେ ବାଧାପ୍ରାପ୍ତ ହୋଇଥାଏ । ସବୁଠାରୁ ଉପଯୁକ୍ତ ସ୍ଥାନ ହେଉ ନୈରୁତ କୋଣ । ଏହି ଦିଗରେ ଝାଡୁ ରଖିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହି କୋଣକୁ ଘରର ମୁରବିଙ୍କ କୋଣ ମଧ୍ୟ କୁହାଯାଏ । ତେଣୁ ଏହି କୋଣରେ ଝାଡୁ ରଖିବା ଦ୍ୱାରା ମୁରବିଙ୍କ ଉନ୍ନତି ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ ।

୪ . ରାତିରେ ଝାଡୁ ମାରିବା ଭଲ ହୋଇଥାଏ ମାତ୍ର ଅଳିଆକୁ ବାହାର କରିବା ଉଚିତ ନୁହେଁ । ଝାଡୁରେ ପାଦ ସ୍ପର୍ଶ କରିବା ଭଲ ନୁହେଁ । କାରଣ ଏହାଦ୍ବାରା ସେହି ପାଦ ଦ୍ୱାରା ଘରକୁ ଅଲକ୍ଷ୍ମୀ ଆସିଥାଏ । ବିଜ୍ଞାନ ସମ୍ମତ କାରଣ ଅନୁଯାୟୀ ଯଦି ଆପଣ ଝାଡୁକୁ ଗୋଡ଼ ଲଗାନ୍ତି ତେବେ ସେଥିରେ ଯେଉଁ ଜୀବାଣୁ ରହିଥାଏ ତାହା ଆପଣଙ୍କ ଦ୍ୱାରା ଘର ସାରା ବିସ୍ତୃତ ହୋଇଥାଏ । ତେଣୁ ତାହାକୁ ଧର୍ମ ସହିତ ଜଡ଼ିତ କରାଯାଇଛି ।

୫ . ଝାଡୁକୁ ସର୍ବଦା ଲୁଚାଇ ରଖିବା ଉଚିତ । ଏହାବ୍ୟତୀତ ଖାଇବା ଘରେ କିମ୍ବା ଶୋଇବା କକ୍ଷରେ ପଲଙ୍କ ତଳେ ଝାଡୁ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରୁ ଖାଦ୍ୟ ଶେଷ ହୋଇଥାଏ ଏବଂ ଘରକୁ ନକରାତ୍ମକତା ଆସିଥାଏ । ତେଣୁ ତାହାକୁ ସର୍ବଦା ଲୋକ ଲୋଚନ ଠାରୁ ଦୂରେଇ ରଖିବା ଉଚିତ ।

୬ . ଯଦି ଘରେ ହଠାତ ଛୋଟ ପିଲାମାନେ ଝାଡୁ କରୁଥିବାର ଦେଖାଯାଏ ତେବେ ଘରକୁ ଅତିଥିଙ୍କ ଆଗମନ ହେବାର ସଙ୍କେତ ମିଳିଥାଏ ।

୭ . ସୂର୍ଯ୍ୟାସ୍ତ ପରେ ପ୍ରତ୍ୟେକ ଦିନ ଘରେ ପୋଛା ଲଗାଇଲେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାବ୍ୟତୀତ ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ । ପାଣିରେ ଲୁଣ ଏବଂ ଟିକିଏ ହଳଦୀ ମିଶାଇ ପୋଛା ମାରିବା ଦ୍ୱାରା ମଧ୍ୟ ବାସ୍ତୁ ଦୃଢ଼ ହୋଇଥାଏ ।

Leave a Reply

Your email address will not be published. Required fields are marked *