ଫେବୃଆରୀ ୧ ଭୀଷ୍ମ ଏକାଦଶୀ ଦିନରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ବର୍ଷ ସାରା ଘରକୁ ଆସିବ ଟଙ୍କା !

ଭୀଷ୍ମ ଏକାଦଶୀ ବଡ଼ ବୁଧବାର ଯାହାକି ହିନ୍ଦୁ ଧର୍ମରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଏହିଦିନ ବ୍ରତ କରିବାର ବିଧାନ ରହିଛି । ଯାହାଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହିଦିନ ଗାଈକୁ କିଛି ବିଶେଷ ଜିନିଷ ଖୁଆଇଲେ ଜୀବନର ସବୁ ସମସ୍ୟା ଏବଂ ଅଭାବ ଦୂର ହୋଇଥାଏ । ଏହି ଏକାଦଶୀ ପରିପ୍ରେକ୍ଷୀରେ ଗାଈର ସେବା ଯଦି ବିନା ସ୍ୱାର୍ଥରେ କରାଯାଏ ତେବେ ଜୀବନରେ ମୋକ୍ଷ ପ୍ରାପ୍ତ ହୋଇଥାଏ । ଗାଈକୁ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଏ । ସନାତନ ଧର୍ମରେ ଗାଈକୁ ପୂଜା କରିବାର ନିୟମ ରହିଛି । ଯେଉଁ ଘରେ ଗାଈର ସେବା ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ସହର ମାନଙ୍କରେ ଗାଈ ପାଳିବା ସମ୍ଭବ ନୁହେଁ ମାତ୍ର ସେଠାରେ ପ୍ରତ୍ୟେକ ଦିନ ଗାଈକୁ ରୋଟି ନିଶ୍ଚୟ ଖୁଆଇ ପାରିବେ ।

ଗାଈକୁ କିଛି ଜିନିଷ ଖୁଆଇବା ଉଚିତ ନୁହେଁ । ଏପରି କୁହାଯାଏ ଯେ ଗାଈ ମଧ୍ୟରେ ୩୩ କୋଟି ଦେବଦେବୀ ଏବଂ ପିତୃଙ୍କ ବାସ ହୋଇଥାଏ । ଘରର ପ୍ରଥମ ରୁଟି ଗାଈକୁ ଖୁଆଇବା ଉଚିତ । ଏହାବ୍ୟତୀତ ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ଏବଂ ମାନସିକ ଚିନ୍ତା ଥିଲେ ରୁଟିରେ ଗୁଡ଼ ଲଗାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ସମସ୍ୟା ଦୂରେଇ ଯିବ ଏବଂ ଗ୍ରହ ସମସ୍ୟା ଠିକ ହୋଇଯିବ । ଯଦି ଘରେ ଦୀର୍ଘ ସମୟ ହେବ ଶୁଭ କାର୍ଯ୍ୟ ହୋଇପାରୁନାହିଁ ତେବେ ଗାଈକୁ ପ୍ରତ୍ୟେକ ଦିନ ରୋଟି ଖାଇବାକୁ ଦିଅନ୍ତୁ ଏବଂ ଗାଈକୁ ପ୍ରଣାମ କରି ନିଜର ମନସ୍କାମନା କୁହନ୍ତୁ । ଗାଈକୁ ବାସୀ ରୋଟି ଖୁଆନ୍ତୁ ନାହିଁ । ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ପଚା ସଢ଼ା ଖାଦ୍ୟ ଖୁଆନ୍ତୁ ନାହିଁ । ଏହାଦ୍ବାରା ଘର ଉପରକୁ ସମସ୍ୟା ଆସିଥାଏ ।

ଗାଈକୁ ଅଶ୍ୱତ୍ଥ ପ୍ରିୟ ଅଟେ ତେଣୁ ତାହାକୁ ନଛିଡ଼ାଇ ଖାଇବାକୁ ଦିଅନ୍ତୁ । ଏହାବ୍ୟତୀତ କ୍ଷୀର ଆଦୋୖ ଖୁଆନ୍ତୁ ନାହିଁ । ଆପଣ ଚାହିଁଲେ ଦହି ଭାତ ଖୁଆଇ ପାରିବେ । ଗାଈ ଆଦୋୖ ଅଶୁଭ ହୋଇନଥାଏ । ଯେଉଁ ଭୁଭାଗରେ ଘର କରିବାକୁ ଚାହୁଁଛନ୍ତି ସେହି ସ୍ଥାନରେ କିଛିଦିନ ପାଇଁ ଗାଈ ବାଛୁରୀକୁ ଏକାଠି ବାନ୍ଧି ଦିଅନ୍ତୁ । ସେହି ସ୍ଥାନ ପବିତ୍ର ହୋଇଯିବ । କୌଣସି ସ୍ଥାନକୁ ଯିବା ସମୟରେ ଏକା ସହିତ ଗାଈ ବାଛୁରୀ ଦର୍ଶନ କଲେ ଖୁବ ଶୁଭ ହୋଇଥାଏ । ଆପଣଙ୍କ ଘର ଚାରିପଟେ ଗାଈ ଘୁରି ବୁଲୁଥିଲେ ଏହାର ଅର୍ଥ ଆପଣଙ୍କ ଘରୁ ସବୁ ସମସ୍ୟା ଦୂର ହେବାକୁ ଯାଉଛି । ଗାଈ ଆଖପାଖରେ ରହିଲେ ସରଦି ଏବଂ କାଶ ଭଳି ସଂକ୍ରମଣ ରୋଗ ହୁଏନାହିଁ । ଗାଈ ଠାରୁ ମିଳୁଥିବା ପଞ୍ଚ ଗବ୍ୟ ସବୁ ରୋଗର ନିରାକରଣ ନିମନ୍ତେ ଲାଭଦାୟକ ହୋଇଥାଏ ଏବଂ ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।

ଗାଈକୁ ଆପଣ ପାଳିଲେ ଅତି ଉତ୍ତମ । ମାତ୍ର ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ଗାଈ ପାଇଁ ପ୍ରତ୍ୟେକ ଦିନ କିଛି ସଞ୍ଚୟ କରି କିଛି ମାସ ପରେ କୌଣସି ମନ୍ଦିର କିମ୍ବା ଗୋଶାଳା କିମ୍ବା ଗରିବ କିମ୍ବା ଅନ୍ୟ କୌଣସି ଧଳା ପଶୁକୁ ଖାଇବାକୁ ଦେଇ ଦିଅନ୍ତୁ । ଆପଣ ଅତି କମରେ ଗାଈକୁ ପ୍ରତ୍ୟକ ଦିନ ରୋଟି ନିଶ୍ଚିତ ଖୁଆଇ ପାରିବେ । ତ୍ରେତୟା ଯୁଗରୁ ଗାଈକୁ ଅଇଁଠା ଖାଇବାର ଅଭିଶାପ ରହି ଆସିଛି । ମାତା ସୀତା ଗାଈକୁ ଅଇଁଠା ଖାଇବାର ଅଭିଶାପ ଦେଇଥିଲେ । ଯେଉଁ କାରଣରୁ ବର୍ତ୍ତମାନ ସୁଦ୍ଧା ବି ଗାଈ ଲକ୍ଷ୍ମୀ ହୋଇବି ସୁଦ୍ଧା ଅଇଁଠା ଖାଇ ଥାଏ । ଯଦି ଆପଣ ଗାଈ ନିମନ୍ତେ କୌଣସି ମନ୍ଦିରକୁ ଯାଇ ପୂଜା ପାଠ ପରି ପାରୁ ନାହାଁନ୍ତି ତେବେ ଗାଈକୁ ଗୋଟିଏ ରୋଟି ନିଶ୍ଚିତ ଖୁଆଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *