ଝାଡୁ ସାଥିରେ ଏହି ଗୋଟିଏ ଭୁଲ କରିବା ଦ୍ୱାରା ପୁରା ପରିବାର ହୋଇଯାଇଥାଏ ଭିକାରି,ଜାଣନ୍ତୁ ସମ୍ପୂର୍ଣ ସୂଚନା

ବନ୍ଧୁଗଣ ଝାଡୁ ଏକ ଏପରି ବାସ୍ତୁ ଯାହା ଆମ ସମସ୍ତଙ୍କ ଘରେ ଥାଏ | ଝାଡୁ ଆମ ଘରୁ ମଳିନତା, ଅପରିଷ୍କାର ତଥା ଅଳିଆକୁ ସଫା କରିଥାଏ | ଆମେ ମନେ ଏହା ସମସ୍ତେ ଜାଣିଛେ ଯେ ଯେଉଁ ଘରେ ସ୍ୱଚ୍ଛତା ଥାଏ ସେହି ଘରେ ହିଁ ମାତା ଲଷ୍ମୀ ବାସ କରିଥାନ୍ତି | ଏବଂ ଏଥିପାଇଁ ଝାଡୁକୁ ମାତା ଲଷ୍ମୀଙ୍କର ପ୍ରତୀକ ଭାବେ ବିବେଚନା କରାଯାଏ | କିନ୍ତୁ କିଛି ହିଁ ଲୋକ ଏହା ଜାଣନ୍ତି ଯେ ଝାଡୁର ଠିକ ରୂପରେ ବ୍ୟବହାର କରିବା ଦ୍ୱାରା ମାତା ଲଷ୍ମୀ ପ୍ରସନ ହୋଇଥାନ୍ତି | ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁଯାୟୀ ଝାଡୁ ସହ ଜଡିତ କିଛି ରହସ୍ୟମୟୀ କଥା ଜଣାଇବୁ |

କେବେ କେବେ ଆମେ ଆମ ଅଜାଣତରେ ଏମିତି କିଛି କରିଥାଉ ଯେଉଁଥି ପାଇଁ ମାତା ଲଷ୍ମୀ ଆମ ଉପରେ ରୁଷ୍ଟ ହୋଇଥାନ୍ତି | ଯଦି ଆମେ ସମୟ ଥାଉ ଥାଉ ସେହି ସବୁ ଭୁଲକୁ ସୁଧାରି ଦେଇଥାଉ ତେବେ ଧନ, ସମ୍ପତ୍ତି,ବୈଭବ ସହ ସକାରାତ୍ମକ ଉର୍ଜାର ସଂଜର ହୋଇଥାଏ | ତେବେ ଆସନ୍ତୁ ଜାଣିବା ଝାଡୁ ସହ ଜଡିତ କିଛି ଲାଭ ଦାୟକ ନିୟମ ଯାହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ପ୍ରମାଣିତ ହେବ |

ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଝାଡୁକୁ କେବେବି ଠିଆ ରଖିବା ଉଚିତ୍ ନୁହେଁ । ଏହାକୁ ସର୍ବଦା ଶୋଇଲା ଭଳି ରଖନ୍ତୁ | ଠିଆ କରି ରଖାଯାଇଥିବା ଝାଡୁ କୁ ଅଶୁଭ ବୋଲି ଧରାଯାଏ | ଏହିପରି ଝାଡୁକୁ ରଖିବା ଦ୍ୱାରା ଘରେ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧା ହୋଇଥାଏ | ଏପରିକି କରାଯାଇଥିବା କାର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଏ | ଦୁଃଖ ଏବଂ ଦାରିଦ୍ରତା ଘରକୁ ପ୍ରବେଶ କରିବା ଆରମ୍ଭ କରେ | ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଯାଏ ।

ଝାଡୁ ର ମଧ୍ୟ ଏକ ବୟସ ମଧ୍ୟ ରହିଥାଏ | କିଛି ସମୟ ପରେ ସେ ଭାଙ୍ଗି ଯାଇଥାଏ | ଘରେ ଭଙ୍ଗା ଏବଂ ତ୍ରୁଟିପୂର୍ଣ୍ଣ ଝାଡୁ ରଖିବା ଶୁଭ ନୁହେଁ | ଅତଏବ, ଯେତେବେଳେ ଝାଡୁ ଟି ନଷ୍ଟ ହୋଇଯାଏ, ଆପଣ ତୁରନ୍ତ ଏକ ନୂଆ ଝାଡୁ ଆଣିବା ଉଚିତ୍ | ଶୁକ୍ରବାର କିମ୍ବା ଗୁରୁବାର ଦିନ ଏକ ନୂଆ ଝାଡୁ ଘରକୁ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏଥି ସହିତ ଶୁକ୍ରବାର ଏବଂ ଗୁରୁବାର ଦିନ ପୁରୁଣା ଝାଡୁ କୁ ଘରୁ ବାହାରକୁ ଫିଙ୍ଗିବା ଉଚିତ୍ ନୁହେଁ । ଶୁକ୍ରବାର ହେଉଛି ଦେବୀ ଲକ୍ଷ୍ମୀ ଏବଂ ଗୁରୁବାର ହେଉଛି ଲକ୍ଷ୍ମୀ ନାରାୟଣ ବିଷ୍ଣୁଙ୍କ ଦିନ।

ଝାଡୁ କୁ ସବୁବେଳେ ଘରର ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ୍ | ଏହି ଦିଗରେ ଝାଡୁ କରିବା ଦ୍ୱାରା ଜୀବନରେ କୌଣସି ଅର୍ଥର ଅଭାବ ହୁଏ ନାହିଁ | ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ | ଆଉ ଗୋଟିଏ କଥା ମନେ ରଖନ୍ତୁ ଝାଡୁ କୁ ଆଲମାରୀ ପଛରେ କିମ୍ବା ତିଜୋରୀ ପଛରେ ସଟେଇକି ରଖନ୍ତୁ ନାହିଁ | ଏହାଦ୍ୱାରା ଧନ ହାନି ହୋଇଯାଏ |

ସୂର୍ଯ୍ୟ ଅସ୍ତ ହେବା ପରେ ଝାଡୁ କେବେ ଲଗାଯାଏ ନାହିଁ | ତେଣୁ ରାତିରେ ସଫା କରିବାର ଭୁଲ କରନ୍ତୁ ନାହିଁ | ଏହା କରିବା ଦ୍ୱାରା ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ | ଆପଣଙ୍କର ଟଙ୍କା କ୍ଷତି ହୋଇଥାଏ | ମାସିକ ଆୟ କମିଯାଏ | ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୁଏ | ଏପରିକି ଚାକିରି ଏବଂ ବ୍ୟବସାୟ ବିପଦରେ ପଡି ଯାଏ |

ଯଦି ଆପଣଙ୍କ ଘରେ ଅନେକ ସମୟ ହେବ ଝାଡୁ ଥୁଆ ହୋଇଛି ଏବଂ ତାକୁ କେହି ବି ବ୍ୟବହାର କରୁନାହାନ୍ତି ତେବେ ଆପଣ ସେହି ପୁରୁଣା ଝାଡୁକୁ ଶୀଘ୍ର ଫିଙ୍ଗି ଦିଅନ୍ତୁ ନଚେତ ସେହି ଝାଡୁ ସହ ଘରକୁ ବାସ୍ତୁ ଦୋଷ ମଧ୍ୟ ପ୍ରବେଶ କରିଥାଏ | ଏବଂ ଘରେ ପ୍ରତିସମୟରେ ଝଗଡା, କ୍ଳେଶ ଭାବ ରହିଥାଏ |

ମନେ ରଖିବେ ଆପଣ କୋୖଣସି ବି ନୂଆ ଝାଡୁ ଆଣିଲେ ସେଥିରେ ପ୍ରଥମେ ଶନିବାରକୁ ହିଁ ଘର ସଫା କରନ୍ତୁ ଏବଂ ଘର ସଫା କରିବା ପୂର୍ବରୁ ସେହିଥିରେ ଗୋଟେ ଧଳ ରଙ୍ଗର ଫିତା ନିଶ୍ଚିତ ବାନ୍ଧନ୍ତୁ ଏହାକୁ ପୂଜା କରିବା ଆବଶ୍ୟକ ନାହିଁ ବାସ ଖାଲି ଗୋଟେ ସାଧାରଣ ସୂତା ହିଁ ବାନ୍ଧନ୍ତୁ | ଏବଂ ଝାଡୁକୁ ସବୁବେଳେ ସଫା କରି ରଖନ୍ତୁ | କେବେ ବି ଝାଡୁକୁ ଓଦା କିମ୍ଭା ଅସନା କରି ରଖନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *