ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁଯାଇ ଯେଉଁ ସ୍ତ୍ରୀ ଏପରି ୫ଟି ନୀଚ୍ଚ କାମ କରିଥାଏ,ସେଇ ଘର ପୁରା ବର୍ବାଦ ହୋଇଯାଏ !

ଭୋଜନ କେବଳ ମନୁଷ୍ୟର ଶରୀରକୁ ନୁହେଁ ବରଂ ମନ ଏବଂ ସ୍ୱଭାବକୁ ମଧ୍ୟ ପ୍ରଭାବିତ କରିଥାଏ । ଭାରତୀୟ ଶାସ୍ତ୍ର ଅନୁଯାୟୀ ଅନେକ ମୁନି ଋଷି ଖାଦ୍ୟର କିଛି ନିୟମ ବିଷୟରେ କହିଛନ୍ତି ଯାହାର ଅନେକ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି । ଯାହାକୁ ପ୍ରତ୍ୟେକ ବ୍ୟକ୍ତି ନିହାତି ମାନିବା ଉଚିତ । ସେହି ନିୟମ ଅନୁଯାୟୀ ଘରର ସ୍ତ୍ରୀ କେବେବି ଏପରି ଖାଦ୍ୟ ଖାଇବା ଉଚିତ ନୁହେଁ କିମ୍ବା କାହାକୁବି ସେପରି ଖାଦ୍ୟ ଖୁଆଇବା ଉଚିତ ନୁହେଁ । ଏପରି ଖାଦ୍ୟ ଖାଇବା ଦ୍ୱାରା ଘର ପରିବାର ବର୍ବାଦ ହୋଇଯାଏ ଏବଂ ଅବନତି ଘଟିଥାଏ ।

୧ . କଠିନ ପରିଶ୍ରମ ଦ୍ୱାରା ଅର୍ଜିତ:-

ବ୍ୟକ୍ତି ସର୍ବଦା ନିଜ ପରିଶ୍ରମ ଦ୍ୱାରା ଅର୍ଜିତ ଧନକୁ ଉପଯୋଗ କରି ଖାଇବା ଉଚିତ । ବିନା ପରିଶ୍ରମରେ ଅର୍ଥାତ ଅନ୍ୟ କୌଣସି ବେଇମାନି କାମରେ ଅର୍ଜିତ ଧନକୁ ଉପଯୋଗ କରିବା ଉଚିତ ନୁହେଁ । ତାହା ବିନାଶର କାରଣ ହୋଇଥାଏ ।

୨ . ମଇଳା ହାତ:-

ଯେଉଁ ମହିଳା ରୋଷେଇ କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇ ରୋଷେଇ କରନ୍ତି ନାହିଁ ନାହିଁ କିମ୍ବା ଦୁଃଖ ଏବଂ କ୍ରୋଧ ମନରେ ରୋଷେଇ କରନ୍ତି ସେଠାରେ ରୋଗ ଦେଖା ଦେଇଥାଏ । ସେହି ଭୋଜନ ଖାଇଲେ ଘରେ ଅଶାନ୍ତି ଦେଖା ଦେବା ସହିତ ପରିବାର ଲୋକେ ରୋଗରେ ପୀଡ଼ିତ ହୁଅନ୍ତି । ତେଣୁ ପରିଷ୍କାର ପରିଚ୍ଛନ୍ନ ହୋଇ ସାରିବା ପରେ ହିଁ ଭୋଜନ ପ୍ରସ୍ତୁତ କରିବା ଉଚିତ ।

୩ . ରୋଷେଇ ସମୟରେ ଭଗବାନଙ୍କୁ ଧନ୍ୟବାଦ:-

ରୋଷେଇ କରିବା ସମୟରେ ଭଗବାନଙ୍କୁ ହାତ ଯୋଡ଼ି ଧନ୍ୟବାଦ ଦେବା ଉଚିତ । କାରଣ ଭଗବାନଙ୍କ ଦ୍ଵାରା ହିଁ ମନୁଷ୍ୟକୁ ଭୋଜନ ପ୍ରାପ୍ତ ହେଉଛି । ଭୋଜନ କରିବା ପୂର୍ବରୁ ସ୍ନାନ କରିବା ଉଚିତ । ଯାହାକି ହିନ୍ଦୁ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ବିନା ସ୍ନାନରେ ରୋଷେଇ ଘରକୁ ପ୍ରବେଶ କରିବା ଉଚିତ ନୁହେଁ । ଏହାବ୍ୟତୀତ ଘରର ପ୍ରଥମ ରୋଟି ଗାଈ ଏବଂ ଶେଷ ରୋଟି କୁକୁର ନିମନ୍ତେ ଦେବା ଉଚିତ ।

୪ . ଭୋଜନର ବର୍ବାଦି:-

ମହିଳା ମାନେ କେବେବି ଅଯଥା ଅଧିକ ଭୋଜନ ପ୍ରସ୍ତୁତ କରିବା ଉଚିତ ନୁହେଁ । ନଚେତ ତାହା ନଷ୍ଟ ହୋଇଥାଏ ଏବଂ ଏହାଦ୍ବାରା ଭଗବାନଙ୍କୁ ଅପମାନ ହୋଇଥାଏ । ସ୍ତ୍ରୀ ଲୋକଙ୍କୁ ଅଳ୍ପ ଭୋଜନ ବନାଇବା ଉଚିତ । ଯେଉଁ ବ୍ୟକ୍ତି ଭୋଜନ ନଷ୍ଟ କରିଥାଏ ସେହି ଲୋକଙ୍କୁ ଆଗାମୀ ଜନ୍ମରେ ପ୍ରତିଟି ଭୋଜନ ଦାନାର ହିସାବ ଦେବାକୁ ପଡ଼ିଥାଏ ।

୫ . ଅନ୍ୟକୁ ଭୋଜନ ଦାନ:-

ଯେଉଁ ବ୍ୟକ୍ତି ଅନ୍ୟର ପେଟରେ ଦାନା ଦେବାକୁ କର୍ମ କରିଥାଏ ସେହି ବ୍ୟକ୍ତିକୁ ନିଜ ପେଟ ପୁରେଇବା ପାଇଁ କେବେ ଚିନ୍ତା କରିବାକୁ ପଡ଼ି ନଥାଏ । ପରିବାରରେ ମିଳିତ ଭାବରେ ଖୁସି ମନରେ ଭୋଜନ କରିବା ଉଚିତ । ଦୁଃଖ ମନରେ ଭୋଜନ କଲେ ରୋଗ ଜାତ ହୋଇଥାଏ । ବିଛଣାରେ ବସି ଭୋଜନ କରିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ନର୍କ ଭୋଗିବାକୁ ପଡ଼ିଥାଏ ।

୬ . ଭୋଜନ ସମୟରେ ଯଦି ଭୋଜନରେ କେଶ କିମ୍ବା ବାଲି ଗୋଡ଼ି ଆସିଯାଏ ତେବେ ସେହି ଭୋଜନକୁ ସେହିଠାରେ ଛାଡ଼ି ଦେବା ଉଚିତ । ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ଖାଇବା ଥାଳିରେ ଗୋଡ଼ ବାଜିଲେ କିମ୍ବା କେହି ଥାଳିକୁ ଡେଇଁ ଗଲେ ସେହି ଭୋଜନ ଗ୍ରହଣ କରିବା ଉଚିତ ନୁହେଁ । ଏହାଦ୍ବାରା ପାପ ଲାଗିଥାଏ ।

୭ . ଗୋଟିଏ ଥାଳିରେ ଭୋଜନ କଲେ ସେହି ଭୋଜନ ଅମୃତ ହୋଇଯାଏ ଏବଂ ସେହି ଭୋଜନ ସେବନ କଲେ ଜୀବନରେ ଉନ୍ନତି ମଧ୍ୟ ହୋଇଥାଏ । ଏହାଦ୍ବାରା ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ । ଏପରି ଭାଇକୁ ନର୍କ ଯିବାକୁ ପଡ଼ି ନଥାଏ ।

୮ . ସ୍ୱାମୀ ସ୍ତ୍ରୀକୁ ଗୋଟିଏ ଥାଳିରେ ଭୋଜନ କରିବା ନିଷିଦ୍ଧ ଅଟେ । ସ୍ତ୍ରୀ ସ୍ୱାମୀର ଭୋଜନ ପରେ ହିଁ ଖାଇବା ଉଚିତ । ଯାହାଦ୍ୱାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ଯଦି ଆପଣ ଥାଳିରେ ତିନୋଟି ରୋଟି ଏକାସାଥିରେ ରଖୁଛନ୍ତି ତେବେ ତାହା ଅଶୁଭ ହୋଇଥାଏ । ଭୁଲରେବି କେବେ କାହା ଥାଳିରେ ତିନୋଟି ରୋଟି ରଖନ୍ତୁ ନାହିଁ । ଯଦି କାହାକୁ ବି ତିନୋଟି ରୋଟି ଦେବାର ଥାଏ ତେବେ ତୃତୀୟ ରୋଟିକୁ ଦୁଇ ଭାଗ କରି ଦିଅନ୍ତୁ । ଏହାଦ୍ବାରା ରୋଟି ସଂଖ୍ୟା ମଧ୍ୟ ବଢ଼ିଯିବ । ବାସ୍ତବରେ ହିନ୍ଦୁ ଧର୍ମ ଅନୁସାରେ ସଂଖ୍ୟା ୩ କୁ ଅଶୁଭ କୁହାଯାଇଛି ।

ତେଣୁ କୌଣସିବି କାମ କରିବା ପୂର୍ବରୁ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । କୌଣସି ଧାର୍ମିକ କାର୍ଯ୍ୟ ପାଇଁ ତିନୋଟି ବସ୍ତୁକୁ ସାମିଲ କରାଯାଏ ନାହିଁ । ତେଣୁ ଖାଦ୍ୟ ପରଶିବା ସମୟରେ ବି ଏହି କଥାର ଧ୍ୟାନ ଦେବା ଜରୁରୀ ଅଟେ । ଏପରିବି ମାନା ଯାଏ ଯେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତିନୋଟି ରୋଟି ତାଙ୍କର ତ୍ରୟୋଦଶୀ ସଂସ୍କାର ପରେ କରାଯାଉଥିବା ଭଜନ ନିମିତ୍ତ ନିଆଯାଇଥାଏ । ତେଣୁ କୌଣସି ବ୍ୟକ୍ତିଙ୍କ ଥାଳିରେ ତିନୋଟି ରୋଟି ପରଶିବା ମୃତକଙ୍କ ଭଜନ ସମାନ ମାନା ଯାଏ ।

ତିନୋଟି ରୋଟି ଖାଇବା ଦ୍ୱାରା ମନରେ ଶତ୍ରୁ ଭାବ ମଧ୍ୟ ଜାତ ହୋଇଥାଏ । ଏହା ପଛରେ କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବିଶେଷତା ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ପାଇଁ ଥାଳିରେ ଦୁଇଟି ରୋଟି , ଗୋଟିଏ କଟୋରି ଡାଲି , ୫୦ ଗ୍ରାମ ଭାତ ଏବଂ ଗୋଟିଏ କଟୋରି ତରକାରୀ ହିଁ ଜଣେ ବ୍ୟକ୍ତି ପାଇଁ ସନ୍ତୁଳିତ ଆହାର ମାନା ଯାଏ । ଏହାଦ୍ବାରା ବ୍ୟକ୍ତିକୁ ଉପଯୁକ୍ତ ଶକ୍ତି ମିଳିଥାଏ । ଏହାବ୍ୟତୀତ ଖାଦ୍ୟ ସହିତ ଅନ୍ୟ ଖାଦ୍ୟ ମଧ୍ୟ ଆମ ଶରୀରକୁ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ଦେଇ ଥାଆନ୍ତି ।

Leave a Reply

Your email address will not be published. Required fields are marked *