ମାତ୍ର ଗୋଟିଏ ଶନିବାରରେ କରନ୍ତୁ ଏହି ଉପାୟ,ପିପଲ ଗଛ ମୂଳରୁ ଟିକିଏ ମାଟି ଆଣି ଚୁପଚାପ ଲୁଚାଇ ଦିଅନ୍ତୁ,ଆଉ ତା ପରେ ଚମତ୍କାର ଦେଖନ୍ତୁ !

ଅଶ୍ୱତ୍ଥ ଗଛ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ ଗୁଣକାରୀ ଅଟେ । ଯଦି କେହି ଅସୁସ୍ଥ ବ୍ୟକ୍ତି ଦୀର୍ଘ ଦିନରୁ ଅସୁସ୍ଥ ଥାଆନ୍ତି ତେବେ ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ । ଏହାବ୍ୟତୀତ କୌଣସି ପ୍ରକାରର ସମସ୍ୟା ଯେପରିକି ଆର୍ଥିକ ସମସ୍ୟା , କରଜ ସମ୍ବନ୍ଧୀୟ କିମ୍ବା କୌଣସିବି ସମସ୍ୟା ଥିଲେ ତାହା ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ଦ୍ୱାରା ସମାଧାନ ହୋଇଯାଏ । ଅଶ୍ୱତ୍ଥ ବୃକ୍ଷକୁ ଶ୍ରୀକୃଷ୍ଣଙ୍କ ପ୍ରତୀକ ବୋଲି କୁହାଯାଏ । ଏହାବ୍ୟତୀତ ଅଶ୍ୱତ୍ଥ ବୃକ୍ଷରେ ୩୫ କୋଟି ଦେବଦେବୀ ଏବଂ ପିତୃ ଆତ୍ମା ମଧ୍ୟ ବାସ କରିଥାନ୍ତି ।

ତେଣୁ ଅଶ୍ୱତ୍ଥ ଗଛକୁ ପୂଜା କଲେ କିମ୍ବା ପରିକ୍ରମା କଲେ ଶ୍ରୀକୃଷ୍ଣଙ୍କ ସମେତ ଅନ୍ୟ ଦେବଦେବୀ ଏବଂ ପିତୃଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଆଜିକାର ଲେଖାରେ ଆମେ ଅଶ୍ୱତ୍ଥ ବୃକ୍ଷ ଦ୍ୱାରା କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନର ସବୁପ୍ରକାରର ସମସ୍ୟା ଯେପରିକି କରଜ ଜନିତ , ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିବ ।

ଏହି ଉପାୟକୁ କେବଳ ଶନିବାର ଦିନ ସନ୍ଧ୍ୟା ସମୟରେ ହିଁ କରାଯାଇ ପାରିବ । ଏହି ଉପାୟକୁ କରିବା ପାଇଁ ଆବଶ୍ୟକ ହେବ ଏକ ରୋଲି , ଗୋଟିଏ ନାଲି କପଡ଼ା , ଗୋଟିଏ ଲମ୍ବା ମୋୖଲି ସୂତା , ଗୋଟିଏ ଅଟା ଦୀପ ଏବଂ ଘିଅ । ଉପାୟ ମୁତାବକ ଏକ ଅତି ପୁରୁଣା ଅଶ୍ୱତ୍ଥ ବୃକ୍ଷ ପାଖକୁ ଯାଆନ୍ତୁ । ଯେଉଁ ଗଛକୁ ନିରନ୍ତର ପୂଜା କରାଯାଉଥିବ । କୁହାଯାଏ ଯେ ଯେତେ ପୁରୁଣା ଗଛ ସେତେ ଅଧିକ ଲାଭଦାୟୀ । ଏହାପରେ ଗଛ ସାମ୍ନାକୁ ଯାଇ ପ୍ରଥମେ ଅଶ୍ୱତ୍ଥ ଗଛକୁ ପ୍ରଣାମ କରନ୍ତୁ । ତାପରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅନ୍ୟାନ୍ୟ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ ।

ପିତୃ ପୂର୍ବଜଙ୍କୁ ନମସ୍କାର କରି ଏକ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏହାପରେ ନିଜର ମନସ୍କାମନା ପ୍ରାର୍ଥନା ମାଧ୍ୟମରେ କୁହନ୍ତୁ । ମନେ ରଖନ୍ତୁ ଅଶ୍ୱତ୍ଥ ଗଛର ପୂଜା ସନ୍ଧ୍ୟାରୁ ରାତି ୮ ମଧ୍ୟରେ ଶେଷ ହୋଇଯିବା ଆବଶ୍ୟକ କାରଣ ରାତି ୮ ପରେ ଅଶ୍ୱତ୍ଥ ବୃକ୍ଷ ପାଖକୁ ଯିବା ଆଦୋୖ ଉଚିତ ନୁହେଁ । ଏହାପରେ ଅଶ୍ୱତ୍ଥ ଗଛର ଏକ ବଡ ପତ୍ର ବାଛି ସେଥିରେ ରୋଲି ସାହାଯ୍ୟରେ ନିଜର ସବୁ ମନସ୍କାମନାକୁ ଲେଖି ଦିଅନ୍ତୁ । ମନେ ରଖନ୍ତୁ ଯେ ଅଶ୍ୱତ୍ଥ ଗଛର ପତ୍ର ଯେପରି ଲାଗି ରହିବା ଉଚିତ । ଏହାପରେ ସେହି ପତ୍ରରେ ମୋୖଲି ସୂତାକୁ ସାତ ଥର ଗୁଡ଼ାଇ ଦିଅନ୍ତୁ । ଏହାପରେ ବଳକା ସୂତାକୁ ଡାହାଣ ହାତରେ ସାତ ଥର ଗୁଡ଼ାଇ ବାନ୍ଧି ଦିଅନ୍ତୁ ।

ତାପରେ ଅଶ୍ୱତ୍ଥ ବୃକ୍ଷ ତଳେ ବସି ” ଓଁ ହିଂ ବଟ ସ୍ୱାହା ” ଏହି ମନ୍ତ୍ରର ଜପ କରନ୍ତୁ । ଏପରି କୁହାଯାଏ ଯେ ଅଶ୍ୱତ୍ଥ ଗଛ ତଳେ ବସି କୁହାଯାଉଥିବା କୌଣସି ମନ୍ତ୍ର ସିଦ୍ଧ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷ ତଳେ ବସି କୌଣସି ବି ପ୍ରାର୍ଥନା କଲେ ତାହା ଖୁବଶୀଘ୍ର ପୂରଣ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷର ଛାୟା ତଳେ ବସି କୌଣସି ବି ମନ୍ତ୍ର ଜପ କଲେ ତାହା ସିଦ୍ଧ ହୋଇଥାଏ । ଆପଣ ଚାହିଁଲେ ୧୦୮ ମାଳା ଥିବା ରୁଦ୍ରାକ୍ଷ ନେଇ ୧୦୮ ଥର ଜପ କରି ପାରିବେ । ଏହାପରେ ସବୁ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ ଏବଂ ନିଜର ମନସ୍କାମନା ଏବଂ ସମସ୍ୟା ପୁଣିଥରେ କୁହନ୍ତୁ ।

ପ୍ରାର୍ଥନା କରିବା ପରେ ଅଶ୍ୱତ୍ଥ ବୃକ୍ଷର ମୂଳରୁ ଏକ ଚିମୁଟା ମାଟି ନେଇ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାପରେ ସବୁ ଦେବଦେବୀ ଏବଂ ବିଷ୍ଣୁଙ୍କୁ ପ୍ରଣାମ କରି ଘରକୁ ଯାଆନ୍ତୁ । ଘରେ ଧନ ରଖାଯାଉଥିବା ସ୍ଥାନରେ କିମ୍ବା ବ୍ୟବସାୟ ଜନିତ ସମସ୍ୟା ଥିଲେ ବ୍ୟବସାୟ ସ୍ଥାନରେ ସେହି ନାଲି କପଡ଼ାକୁ ରଖି ଦିଅନ୍ତୁ । ଦେଖିବେ କିଛିଦିନ ମଧ୍ୟରେ ହିଁ ସମସ୍ୟା ଦୂରେଇ ଯିବ । ତେବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା , ଚାକିରୀ , ବ୍ୟବସାୟ ଏବଂ କରଜ ଜନିତ ସବୁ ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *