ଚାଉଳର ଚାରୋଟି ଦାନା ଚମକାଇ ଦେବ ଆପଣଙ୍କ ଭାଗ୍ୟ। ଜାଣନ୍ତୁ ଚାଉଳର ଆଶ୍ଚର୍ଯ୍ୟଜନକ ଉପାୟ ବିଷୟରେ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୂରଣ ଶାସ୍ତ୍ରରେ ଚାଉଳକୁ ଅତ୍ୟନ୍ତ ଶୁଭ ଓ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଛି। ପୂଜା କାର୍ଯ୍ୟ ବା ଯଜ୍ଞ ଅନୁଷ୍ଠାନରେ ଯଦି କୌଣସି ସାମଗ୍ରୀର ଅଭାବ ରହିଥାଏ, ତାହେଲେ ସେହି ସ୍ଥାନରେ ଚାଉଳ ଅର୍ପଣ କଲେ ପୂଜା ସମ୍ପନ୍ନ ହୋଇଥାଏ। କିନ୍ତୁ କିଛି ଏଭଳି ସାମଗ୍ରୀ ରହିଛି ଯାହା ସମସ୍ତ ଠାକୁରଙ୍କ ପାଖରେ ଲାଗି ନଥାଏ।

ଯେପରି ହଳଦୀ ଓ ତୁଳସୀ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ ନାହିଁ। ଭଗବାନ ଗଣେଶଙ୍କୁ ତୁଳସୀ ଓ ଦେବୀ ଦୁର୍ଗାଙ୍କୁ ଦୁବ ଘାସ ଅର୍ପଣ କରାଯାଏ ନାହିଁ। କିନ୍ତୁ ଚାଉଳ ସମସ୍ତ ଦେବୀ ଓ ଦେବତାଙ୍କୁ ଅର୍ପଣ କରାଯାଇଥାଏ। ତେବେ ଆସନ୍ତୁ ଚାଉଳକୁ ନେଇ କେଉଁ ଉପାୟ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଚାଉଳ ସମ୍ବନ୍ଧିତ କିଛି ଖାସ ଉପାୟ :-

ଠାକୁର ପୂଜା କରିବା ସମୟରେ ଚାଉଳ ଅର୍ପଣ କରିବା ସମୟରେ ଏହା ଧ୍ୟାନ ରଖନ୍ତୁ କି, ଚାଉଳ ଭଙ୍ଗା ରହିବ ନାହିଁ। ଭଙ୍ଗା ରହିଥିବା ଚାଉଳ କେବେବି ଠାକୁରଙ୍କୁ ଅର୍ପଣ କରିବା ଉଚିତ ନୁହେଁ। କିନ୍ତୁ ଯଦି ଆପଣ ଠାକୁରଙ୍କୁ ଚାରୋଟି ଚାଉଳ ଦାନା ଅର୍ପଣ କରିବେ, ତାହେଲେ ମଧ୍ୟ ଇଶ୍ଵର ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

ସଫା ଓ ଭଲ ଚାଉଳ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଅଖଣ୍ଡିତ ଚାଉଳ ସର୍ବଦା ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଯଦି ଆପଣ ଦେବୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ଘରକୁ ଆଣୁଛନ୍ତି, ତାହେଲେ ଚାଉଳ ଉପରେ ଏହାକୁ ରଖନ୍ତୁ। ଦେଖିବେ ଆପଣଙ୍କ ଘରେ ଧନଧାନ୍ୟ ବୃଦ୍ଧି ହେବ। ଠାକୁର ପୂଜା କରିବା ସମୟରେ ଏହି ଚାଉଳକୁ ଆପଣ ବ୍ୟବହାର କରି ପାରିବେ।

ଅକ୍ଷତାଶ୍ଚ ସୁରସେଷ୍ଠ କୁକମାକ୍ତା ସୁଶୋଭିତା ମୟା ନିବେଦିତା ଭକ୍ତ୍ୟା ଗୃହାଣ ପରମେଶ୍ବର।।

ଏହି ମନ୍ତ୍ରର ଅର୍ଥ ହେଉଛି ହେ ଈଶ୍ୱର ପୂଜା କରିବା ସମୟରେ, କୁଙ୍କୁମ ରଙ୍ଗରେ ସୁଶୋଭିତ ଏହି ଚାଉଳକୁ ଆପଣଙ୍କୁ ମୁଁ ଅର୍ପଣ କରୁଛି।କୃପା କରି ଆପଣ ଏହାକୁ ସ୍ବୀକାର କରନ୍ତୁ। ଅନ୍ନକୁ ଶ୍ରେଷ୍ଠ ମାନା ଯାଇଛି। ଚାଉଳ ମଧ୍ୟରେ ଅରୁଆ ଚାଉଳକୁ ସ୍ରେଷ୍ଠ ଓ ପବିତ୍ର ମାନା ଯାଇଛି। ଏହା ଦେବତା ମାନଙ୍କ ଅନ୍ନ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ପୂଜାର୍ଚ୍ଚନା ସମୟରେ ଚାଉଳ ଅର୍ପଣ କରିବା ଦ୍ୱାରା ଈଶ୍ୱର ଆପଣଙ୍କ ଉପରେ ସର୍ବଦା ସନ୍ତୁଷ୍ଟ ରହିବେ।ଯାହାଦ୍ଵାରା ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ରହିବ। ଚାଉଳର ରଙ୍ଗ ଧଳା ଭଳି ଆମ ଭାବନାମୁଁ ସ୍ୱଚ୍ଛ ରଖିବାର ସଂକେତ ଦେଇଥାଏ। ଧଳା ରଙ୍ଗ ଶାନ୍ତିର ପ୍ରତୀକ ଅଟେ। ପ୍ରତ୍ୟେକଦିନ ଠାକୁର ପୂଜା କରିବା ସମୟରେ ଠାକୁରଙ୍କୁ ଚାରିରୁ ପାଞ୍ଚଟି ଚାଉଳ ଦାନା ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ସବୁ ଶୁଭ ହେବା ସହିତ ଧନସମ୍ପତ୍ତି ବୃଦ୍ଧି ହେବ।

Leave a Reply

Your email address will not be published. Required fields are marked *