ମଥାରେ ସର୍ଟ ସିନ୍ଦୁର ଲଗାଇଲେ ହୋଇଥାଏ ଏଭଳି ସମସ୍ୟା,ସବୁ ବିବାହିତା ମହିଳା ନିଶ୍ଚୟ ଜାଣି ରଖନ୍ତୁ !

ବିବାହିତା ମହିଳା ମାନେ ସାଧରଣତଃ ସାମ୍ନାରେ ଛୋଟ ଆକାରର ସିନ୍ଦୁର ଟାଣି ଥାଆନ୍ତି । ମାତ୍ର ସେମାନଙ୍କୁ ଭଲ ଭାବରେ ଏସବୁ ବିଷୟରେ ଜାଣି ରଖିବା ଉଚିତ ଯେ ସିନ୍ଦୁର ଲଗାଇବା ପଛରେ ବିଜ୍ଞାନ ସମ୍ମତ କାରଣ ରହିଛି । ଯାହାକୁ ସମସ୍ତଙ୍କୁ ମାନି ରଖିବା ଉଚିତ । ଯେତେବେଳେ ଜଣେ ଯୁବତୀ ଅବସ୍ଥାକୁ ଆସେ ସେତେବେଳେ ତା ମନରେ ବିବାହ କରିବାର ଚିନ୍ତା ଆସିଥାଏ । ବିବାହ ପରେ ସେ କାହାରି ସ୍ତ୍ରୀ ହୋଇଥାଏ ଏବଂ ସେତେବେଳେ ସେ ନିଜ ସ୍ୱାମୀ ନାମରେ ସିନ୍ଦୁର ଲଗାଇଥାଏ ।

୧ . ମଥାରେ ସିନ୍ଦୁର ଲଗାଇବାର ମଧ୍ୟ ଅନେକ ଫାଇଦା ରହିଛି । ଏପରି କୁହାଯାଏ ଯେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ବଢ଼ିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସିନ୍ଦୁର ସହିତ ଜଡ଼ିତ କିଛି ମାନ୍ୟତା ବିଷୟରେ କହିବୁ ଯାହାକୁ ସମସ୍ତ ବିବାହିତା ମହିଳା ମାନେ ଜାଣି ରଖିବା ଉଚିତ । ଆଜିକାଲି ଶୋର୍ଟ ସିନ୍ଦୁର ପିନ୍ଧିବାର ଫ୍ୟାଶନ ଚାଲିଛି । ଯାହାକୁ ମହିଳା ମାନେ ପସନ୍ଦ ମଧ୍ୟ କରୁଛନ୍ତି ।ମାତ୍ର ସିନ୍ଦୁରକୁ ମଥାରେ ସର୍ବଦା ଦୀର୍ଘ ଧାରଣ କରିବା ଉଚିତ । ଯାହାଦ୍ୱାରା ସ୍ୱାମୀର ଆୟୁଷ ବଢ଼ିଥାଏ ।

୨ . ସିନ୍ଦୁର ଲଗାଇବା ସମୟରେ ମାଟିରେ ପଡ଼ିଗଲେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । ମାତ୍ର ଯଦି ସିନ୍ଦୁର ଧାରଣ କରିବା ସମୟରେ ତାହା ନାକରେ ପଡ଼ିଥାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଜଣା ପଡ଼ିଥାଏ ଯେ ସ୍ୱାମୀ ନିଜ ସ୍ତ୍ରୀକୁ ଯେତେ ପରିମାଣରେ ପ୍ରେମ କରିଥାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ବିବାହିତା ମହିଳା ସିଂଥିରେ ସିନ୍ଦୁର ଲଗାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ସିନ୍ଦୁର ସୌନ୍ଦର୍ଯ୍ୟ ବର୍ଦ୍ଧକ ସୁହାଗ ହୋଇଥାଏ ।

ମଥାରେ ସିନ୍ଦୁର ଲଗାଇଲେ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ନକରାତ୍ମକ ଶକ୍ତି ଦୂର ହୋଇଯାଏ ଏବଂ ସକାରାତ୍ମକ ଚିନ୍ତାଧାରା ଆସିଥାଏ । ସବୁଠାରୁ ବଡ଼ କଥା ହେଉଛି ସିନ୍ଦୁରରେ ଥିବା ପାରଦ ସ୍ତ୍ରୀର ମୁଣ୍ଡ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ଏବଂ ଏହାଦ୍ବାରା ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ମଥାରେ ଦୀର୍ଘ ଏବଂ ଲମ୍ବା ସିନ୍ଦୁର ଧାରଣ କରିଥାଏ ସେହି ମହିଳାଙ୍କ ସ୍ୱାମୀର ଅକାଳ ମୃତ୍ୟୁ ହୁଏନାହିଁ ଏବଂ ଆୟୁଷ ମଧ୍ୟ ବଢ଼ିଥାଏ । ସିନ୍ଦୁର ଦ୍ୱାରା ମହିଳାଙ୍କର ସ୍ୱାସ୍ଥ୍ୟ ନା କେବଳ ଭଲ ରହେ ବରଂ ସମାଜରେ ମାନ ସମ୍ମାନ ମଧ୍ୟ ମିଳିଥାଏ ।

Leave a Reply

Your email address will not be published. Required fields are marked *