କାଉର ଏହି 4ଟି କଥା ? ଦରକାର ପଡ଼ିଲେ ଆପଣ ଭୋକରେ ମରିଯିବେ ପଛେ କିନ୍ତୁ ଏହି 4 ମଣିଷଙ୍କ ଠାରୁ କେବେବି ସାହାଯ୍ୟ ମାଗିବେନି !

ଆଜି ଆପଣ ଏହା ଜାଣିବେ ଯେ ଭୋକରେ ମରିଯିବେ ପଛେ କେଉଁ 4 ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିବେ ନାହିଁ | ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ବହୁତ ପ୍ରେରଣାଦାୟୀ ହେବାକୁ ଯାଉଛି | ଏହି କଥା ଆପଣଙ୍କୁ ଆପଣଙ୍କ ଭବିଷ୍ୟତରେ ଅନେକ ସାହାଯ୍ୟ କରେଇବ | ଏହି କଥା ଶୁଣି ଆଗକୁ ବଢିଲେ ଆପଣ ଅନେକ ଉନ୍ନତି ମଧ୍ୟ କରିବେ | ନିଜ ଶତ୍ରୁଙ୍କ ସହ ଆପଣଙ୍କୁ କିପରି ରହିବାର ଅଛି ତାହା ମଧ୍ୟ ଆପଣମାନେ ଆଜିର କାହାଣୀରୁ ଜାଣିପାରିବେ | ଜୀବନରେ କେବେ କେବେ ଏମିତି ପରିସ୍ଥିତି ଅସିଥାଏ କି ଆପଣଙ୍କୁ କାହାର ନା କାହାର ସାହାଯ୍ୟ ନିଶ୍ଚୟ ଦରକାର ପଡ଼ିଥାଏ | କିନ୍ତୁ କେଉଁ ଲୋକଙ୍କୁ ସାହାଯ୍ୟ ମାଗିବା ଉଚିତ ଏବଂ କେଉଁ ଲୋକଙ୍କୁ ସାହାଯ୍ୟ ମାଗିବା ଉଚିତ ନୁହଁ ତାହା ଆଜି ଆମେ ଜାଣିବା |

ଗୋଟେ ଜଙ୍ଗଲରେ ଗୋଟେ କାଉ ଏବଂ କାଉଲି ରହୁଥିଲେ | ସେହି ଜଙ୍ଗଲ ସମ୍ପୂର୍ଣ୍ଣ ରୂପେ ଶୁଖିଯାଇଥିଲା | ସେଠାରେ ଖାଇବାକୁ ମଧ୍ୟ ସେମିତି କିଛି ଆହାର ନଥିଲା | ଯେଉଁଥିରେ କି କାଉ ଆଉ କାଉଲି ନିଜ ପେଟ ପୋଷି ପାରିବେ | ସେହି ଜଙ୍ଗଲର ପ୍ରାୟ ସମସ୍ତ ପଶୁ-ପକ୍ଷୀ ଅନ୍ୟ ଜାଗାକୁ ଚାଲିଯାଇଥିଲେ | ଅଳ୍ପ ପଶୁ-ପକ୍ଷୀ ହିଁ ଥିଲେ ସେହି ଜଙ୍ଗଲରେ | ଏମିତିରେ ସେହି କାଉ ଆଉ କାଉଲିର ଅବସ୍ଥା ବହୁତ ଶୋଚନୀୟ ହଇଯାଇଥିଲା | ସେମାନେ ଲଗାତାର ଚାରି ପାଞ୍ଚ ଦିନ ଖାଇବାକୁ ଖୋଜିକି ବି ପାଉନଥିଲେ | ଏମିତି ଗୋଟେଦିନ ଥକିକି ସେମାନେ ଗୋଟେ ଗଛର ଡାଳରେ ବସିଥିବା ସମୟରେ ଏକ କୁକୁର ନିଜ ପାଟିରେ ଏକ ମାଂସର ଟୁକୁଡା ନେଇ ଆସି ସେଇ ଗଛ ମୁଳରେ ପହଞ୍ଚିଲା |

କାଉଲି ସେହି ମାଂସ ଟୁକୁଡା ଦେଖି ସେଇ କୁକୁରକୁ କହିଲା ହେ ଭାଇ ଆମେ 4ଦିନ ହେବ କିଛି ଖାଇନୁ ଯଦି ଆପଣ ନିଜ ମାଂସରୁ କିଛି ଆମକୁ ଦେବ ତେବେ ଆପଣଙ୍କର ବହୁତ ପୁଣ୍ୟ ହେବ | ଏହା ଶୁଣି କୁକୁର ପ୍ରଥମେ ଉପରକୁ ଅନେଇଲା ଭାବିଲା ଏବଂ କହିଲା ହଉ ମୁଁ ମୋ ମାଂସରୁ ତମକୁ ଅଧା ଦେଇଦେବି ତମେ ଆଗ ତଳକୁ ଆସିଯାଅ ଆମେ ମିଶିକି ଖାଇବା | ଏମିତି ମିଠା ମିଠା କଥା କହି ତାଙ୍କୁ ତଳକୁ ଡ଼ାକିଲା | କୁହନ୍ତି ନା ବେଈମାନୀ ଲୋକଙ୍କର ୨ଟି ନିଶାନି ପ୍ରଥମ ମିଠା ବଚନ ଦ୍ୱତୀୟ ତଳମୁହଁ | ଏହା ଶୁଣି କାଉଲି ମଧ୍ୟ ତଳକୁ ଉଡ଼ି ଆସିବାକୁ ଚେଷ୍ଟା କରୁଥିଲା ସେତିକି ବେଳେ କାଉ ତାକୁ ରୋକି ଦେଲା କହିଲା କି କୁଆଡ଼େ ଯାଉଛ ରହିଯାଅ |

କାଉଲି କହିଲା ସେଇ କୁକୁର ପାଖକୁ ଯାଉଛି ସେ ଆମକୁ ମାଂସ ଦେବ ଖାଇବାକୁ | ଏହା ଶୁଣି କାଉ କହିଲା ତମେ ଦେଖ ସେ ହେଉଛି ଏକ ଶିକାରୀ କୁକୁର ତାରା କାମ ହେଉଛି ସେ ଶିକାର କରି ଖାଇବା | ଆଉ ଯଦି ତମେ ତା ପାଖକୁ ଯିବ ପ୍ରଥମେ ସେ ତମକୁ ଖାଇବା ତାପରେ ନିଜ ମାଂସକୁ ଖାଇବ | ଏମିତି କିଛି ଲୋକ ମଧ୍ୟ ଥାନ୍ତି ଯେଉଁମାନେ ଭଲ ଭଲ କଥା କୁହନ୍ତି ଲୋକଙ୍କୁ ନିଜ ଜାଲରେ ଫସନ୍ତି ଏବଂ ପରେ ତାଙ୍କୁ ଲୁଟି ଖାଇଦିଅନ୍ତି |

ଏହା ପରେ କାଉ କହିଲା ଶୁଣ ମରିଯିବି ପଛେ କିନ୍ତୁ ଏମିତି ଚାରି ଲୋକଙ୍କ ଠାରୁ କେବେବି ସାହାଯ୍ୟ ମାଗିବ ନାହିଁ | ସେପରି ଲୋକ ଆପଣଙ୍କର ସାହାଯ୍ୟ କରିବା ଜାଗାରେ କେବଳ ଆପଣଙ୍କର କ୍ଷତି ହିଁ କରିଥାନ୍ତି | କାଉ କହିଲା ଯେ ଜଙ୍ଗଲରେ ମଇନା ନାମର ଏକ ପକ୍ଷୀ ଥିଲା ସେ ଯେତେବେଳେ ବି ନିଜ ବସାରେ ଅଣ୍ଡା ଦେଉଥିଲା ଏକ ଶାପ ଆସି ତାକୁ ଖାଇଦେଉଥିଲା ଏମିତି ବାରମ୍ବାର ହେଉଥିଲା ମଇନା ଏହି ସବୁ ଦେଖି ଚୁପ ରହୁଥିଲା |

ଏମିତିରେ ତମନ ଦୁଃଖ ଦେଖି ଏକ ଶୁଅ ଆସି ତାକୁ ପଚାରିଲା ଏବଂ ମଇନା ମଧ୍ୟ ତାକୁ ସବୁ କହିଲା ଏବଂ ଏହା ଶୁଣି ଶୁଆ କହିଲା କିଛି ରୋଗ ହେଲେ ତାକୁ ଅଳ୍ପରୁ ହିଁ ଭଲ କରିବା ଆମ ଦାୟିତ୍ୱ ଆଟେ ନହଲେ ତାହା ବଡ଼ ହେଇ ଆମକୁ ମାରି ମଧ୍ୟ ଦେଇପାରେ | ଆପଣ ତ ଜାଣି ପାରୁଥିବେ ଯେ ଯଦି ଆପଣଙ୍କୁ କେହି କଷ୍ଟ ଦେଉଛି ତେବେ ଆପଣ ତାକୁ ନ ସହି ତାର ପ୍ରତିବାଦ କରିବା ଉଚିତ |

ସେ କିଛି ମାଛ ଆଣି ସେହି ଶାପର ଗତ ଆଗରେ ରଖିଦେଲା ଏହା ସହ ସଫର ଗତରୁ କିଛି ଦୂରରେ ଥିବା ନେଉଳର ଗତ ଆଗରେ ମଧ୍ୟ ରଖିଦେଲା ଏବଂ ଯେତେବେଳେ ଶାପ ଏବଂ ନେଉଳ ମାଛ ଖାଇବାକୁ ଆସିଲେ ପରସ୍ପର ଝଗଡା ଲାଗି ସାପ ମରିଗଲା | ଏଥିରୁ ଏହା ଜାଣିବା ଉଚିତ ଯେ କେବେବି ନିଜ ଶତ୍ରୁକୁ ସାହାଯ୍ୟ ମାଗିବା ଉଚିତ ନୁହଁ କାରଣ ସେ କେବେବି ଆମକୁ ସାହାଯ୍ୟ କରିବେ ନାହିଁ | ବରଂ ସେହି ଶତ୍ରୁର ଶତ୍ରୁ. ସହ ହାତ ମିଶେଇ ଆମେ ଆମ କାମ କରିପାରିବ |

Leave a Reply

Your email address will not be published. Required fields are marked *