ଜାନୁଆରୀ ୨୬ ବଡ଼ ଗୁରୁବାର । ବସନ୍ତ ପଞ୍ଚମୀ ଦିନ ହେବ ସବୁ ମନସ୍କାମନା ପୂର୍ଣ୍ଣ । କରନ୍ତୁ କେବଳ ଏହି ଗୋଟିଏ ଉପାୟ । ମାତା ସରସ୍ୱତୀଙ୍କ ଆରାଧନା ପାଇଁ ଏହି ଦିନଟି ଅତ୍ୟନ୍ତ ଖାସ ଅଟେ । ମନୁଷ୍ୟ ଜୀବନରେ ଲୁଣର ଅନେକ ମହତ୍ତ୍ୱ ରହିଛି । ତେବେ ଲୁଣ ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ ହେଉଥିବା ବେଳେ ଅନେକ ସମୟରେ ଏହା କ୍ଷତି ସୃଷ୍ଟି କରିଥାଏ । ଲୁଣର ଅନେକ ଉପାୟ ରହିଛି । ମାତ୍ର ଆଜି ଆମେ ଆପଣଙ୍କୁ ସାଧାରଣ ଲୁଣର ବ୍ୟବହାର ବିଷୟରେ କହିବୁ । ଲୁଣର ବ୍ୟବହାର କରି ଆମେ ଘରର ସୁଖ ସମୃଦ୍ଧି ଆଣି ପାରିବୁ । ଜାତକରେ ଚନ୍ଦ୍ରମାଦୁର୍ବଳ ଥିଲେ ସମୁଦ୍ରି ଲୁଣର ବ୍ୟବହାର କରାଯାଏ ନାହିଁ ।
ଏହାଦ୍ୱାରା ରକ୍ତଚାପ ଜନିତ ସମସ୍ୟା ହେବ ନାହିଁ । ଘରେ କୌଣସି କାଚ ପାତ୍ରରେ ଲୁଣ ଭର୍ତ୍ତି କରି ଘରର କୌଣସି କୋଣରେ ରଖି ଦିଅନ୍ତୁ । ଏହି ଉପାୟ ପ୍ରତ୍ୟେକ ମାସରେ କରନ୍ତୁ । ଏହି ଉପାୟ କରିବା ଦ୍ୱାରା କୌଣସି ପ୍ରକାରର ମାନସିକ ଚିନ୍ତା ପ୍ରକଟ ହେଉଥିଲେ ତାହାର ସମାଧାନ ହୋଇଯିବ । ଲୁଣକୁ ଆମେ ଚନ୍ଦ୍ରମା ଏବଂ ଶୁକ୍ରଙ୍କ ପ୍ରତିନିଧି ମାନା ଯାଇଥାଏ ।
ଅନେକ ସ୍ଥାନରେ ଏହାକୁ ରାହୁର ପ୍ରତୀକ ଆକାରରେ ମାନା ଯାଇଥାଏ । ଷ୍ଟିଲ ଏବଂ ଲୁହା ପାତ୍ରରେ ଲୁଣ ରଖିବା ଉଚିତ ନୁହେଁ ଯାହାକି ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଥାଏ । ତେଣୁ ସର୍ବଦା କାଚ ପାତ୍ରରେ ଲୁଣ ଭରି ରଖିବା ଉଚିତ । ଏହାବ୍ୟତୀତ ବାଥରୁମରେ ସର୍ବଦା କାଚ ପାତ୍ରରେ ଲୁଣ ଭରି ରଖିବା ଦ୍ୱାରା ଘରୁ ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।
ଘରେ କୌଣସି କାଚ ପାତ୍ରରେ କ୍ରିଷ୍ଟଲ ସଲଟ ରଖିବା ଉଚିତ ଏବଂ ପ୍ରତ୍ୟେକ ପନ୍ଦର ଦିନରେ ଥରେ ତାହାକୁ ବଦଳାଇ ଦେବା ଉଚିତ । କାହାକୁ ଲୁଣ ଦେବା ସମୟରେ ହାତରୁ ହାତକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ଆହୁରି ଅଧିକ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ସମ୍ବନ୍ଧ ଖରାପ ହୋଇଥାଏ । ଆପଣ ଚାହିଁଲେ ଘରର ମୁଖ୍ୟ ଦ୍ୱାରରେ କଳା ଲୁଣକୁ ଏକ କପଡ଼ାରେ ବାନ୍ଧି ଝୁଲାଇ ପାରିବେ ।
ଯାହାଦ୍ୱାରା ଘରକୁ ନକରାତ୍ମକତା ପ୍ରବେଶ କରିବ ନାହିଁ । ବ୍ୟବସାୟ ସ୍ଥଳରେ ମଧ୍ୟ ଆପଣ ଏହି ଉପାୟ କରି ପାରିବେ । ସିନ୍ଧୁକ ଉପରେ ଟାଙ୍ଗିଲେ ମଧ୍ୟ ଉନ୍ନତି ହୋଇଥାଏ । ପ୍ରତ୍ୟେକ ଦିନ ଘରକୁ ଲୁଣ ମିଶା ପାଣିରେ ପୋଛିବା ଉଚିତ । ମାତ୍ର କେବଳ ଗୁରୁବାର ଦିନକୁ ଛାଡ଼ି । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହେବେ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଲୁଣକୁ ଛୋଟ ପିଲାଙ୍କ ନଜର ଉତାରିବା ପାଇଁ ବ୍ୟବହାର କରାଯାଏ ।
ନଜର ଦୋଷକୁ ଦୂର କରିବା ପାଇଁ ହାତରେ କିଛି ଲୁଣ ନିଅନ୍ତୁ ଏବଂ ଏହାକୁ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ଘର ବାହାରକୁ ଫିଙ୍ଗି ଦିଅନ୍ତୁ । ସପ୍ତାହରେ ଅତିକମରେ ଗୋଟିଏ ଦିନ ପାଣିରେ ଲୁଣ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦିଏନାହିଁ ଏବଂ ଘରକୁ ନକରାତ୍ମକତା ମଧ୍ୟ ଆସେ ନାହିଁ ।
ଏହାବ୍ୟତୀତ ମାନସିକ ଚିନ୍ତା ମଧ୍ୟ ଦୂରେଇ ଯାଇଛି ଯାଏ । ନିଦ ଭଲ ହୁଏ । ଯଦି ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ଏକ ଚିମୁଟା ଲୁଣ ମିଶାଇ ଗୋଡ଼ ହାତ ଧୁଅନ୍ତି ତେବେ ନିଦ ଭଲ ହୋଇଥାଏ ଏବଂ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ କଳି ଝଗଡ଼ା ଦେଖାଯାଏ ତେବେ ନିଜ ଶୋଇବା କକ୍ଷରେ ସିଦ୍ଧା ଲୁଣ ଏକ ଟୁକୁଡ଼ା ନିଶ୍ଚୟ ରଖି ଦିଅନ୍ତୁ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ ।