୨୬ ଜାନୁଆରୀ ବସନ୍ତ ପଞ୍ଚମୀ(ସ୍ଵରସତୀ ପୂଜା) ଦିନ ଧନ ପ୍ରାପ୍ତି କିମ୍ବା କରଜରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଦିନ ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ଵତୀ ପୂଜା ପାଳିତ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ, ଏହିଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହର ତିଳକ ହୋଇଥିଲା। ଏହିଦିନ କିଛି ଖାସ ଉପାୟ କଲେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇଯିବ।

ବସନ୍ତ ପଞ୍ଚମୀ ଠାରୁ ବସନ୍ତ ଋତୁର ଆଗମନ ହୋଇ ଯାଇଥାଏ। ଏହିଦିନ ସୋରିଷ ଫୁଲକୁ ନେଇ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରିବାର ବିଧାନ ରହିଛି। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। ବସନ୍ତ ପଞ୍ଚମୀ ଦିନ ସୋରିଷକୁ ନେଇ ବିଶେଷ ଉପାୟ କରାଯାଇଥାଏ। ଭଗବାନ ଶିବଙ୍କୁ ସୋରିଷ ଫୁଲ ଅର୍ପଣ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହାସହିତ ଆପଣଙ୍କ ଜୀବନରେ ସର୍ବଦା ଭଗବାନ ଶିବଙ୍କ କୃପାରୁ ସୁଖଶାନ୍ତି ବିଦ୍ୟମାନ ହେବ।

ଯଦି ଆପଣଙ୍କୁ ସୋରିଷ ଫୁଲ ମିଲୁ ନାହିଁ, ତାହେଲେ ଅଳ୍ପ ସୋରିଷ ଦାନା ନିଅନ୍ତୁ ଏବଂ ଅଲଗା ପାଞ୍ଚଟି ଫୁଲ ନିଅନ୍ତୁ। ଏଗୁଡ଼ିକୁ ବସନ୍ତ ପଞ୍ଚମୀ ଦିନ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ନଜର ଦୋଷ ସମାପ୍ତ ହୋଇଥାଏ। ଏହାସହିତ ଆର୍ଥିକ ଅଭାବ ଦୂର ହୋଇଥାଏ ଏବଂ ବଡ଼ ଋଣରୁ ଆକାନ ମୁକ୍ତି ପାଇଥାନ୍ତି।

ବସନ୍ତ ପଞ୍ଚମୀ ଦିନ ଆପଣ ସନ୍ଧ୍ୟା ସମୟରେ ଦିନ ମନ୍ଦିର ଯାଇ ସୋରିଷ ତେଲ ବା ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ ଏବଂ କୌଣସି ସଙ୍କଟ ଆପଣଙ୍କ ପାଖ ମାଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *