ଜାନୁଆରୀ ୨୬ ସରସ୍ବତୀ ପୂଜା ଦିନ ଏହି ତିନୋଟି ଜିନିଷ କାହାକୁ ବି ଆଦୋୖ କରନ୍ତୁ ନାହିଁ ଦାନ,ନଚେତ ହୋଇଯିବେ ବର୍ବାଦ !

କିଛି ଜିନିଷ ଏପରି ଅଛି ଯାହାକୁ କେବେ କାହାକୁ ଦାନ କରିବା ଉଚିତ ନୁହେଁ । ଏହାବ୍ୟତୀତ କିଛି ଜିନିଷ ଏପରି ଅଛି ଯାହାକୁ ଦାନ କରି ଲୋକେ ନିଜ ଦୁର୍ଭାଗ୍ୟକୁ ସୌଭଗ୍ୟରେ ପରିଣତ କରି ପାରିବେ । ଦାନ କରିବା ଆବଶ୍ୟକ ଅଟେ କିନ୍ତୁ କିଛି ଜିନିଷ ଦାନ କରିବା ବିଷୟରେ ଭାବିବା ମଧ୍ୟ ଉଚିତ ନୁହେଁ ।

ମନୁଷ୍ୟକୁ ନିଜ ଜୀବନକାଳ ମଧ୍ୟରେ ନିଶ୍ଚିତ ଦୁଇ ଥର ଦାନ କରିବା ଉଚିତ । ଏହାସହିତ କୌଣସି ଭୋକିଲା ପ୍ରାଣୀକୁ ଖାଦ୍ୟ ଦାନ କରିବା ଅତ୍ୟନ୍ତ ପୁଣ୍ୟ କାମ ଅଟେ । ଶିବ ମହାପୁରାଣ ଅନୁଯାୟୀ କିଛି ଜିନିଷ ଅଛି ଯାହାକୁ ନିଶ୍ଚିତ ଦାନ କରିବା ଉଚିତ ଏବଂ ସକାଳୁ ତିନୋଟି ଜିନିଷ ଦାନ କରିବା ଉଚିତ ନୁହେଁ ।

ସୋମବାର ଦିନ ଲୁଣ ଦାନ କଲେ ଦାରିଦ୍ର୍ୟତା ଦୂର ହୋଇଥାଏ । ଏହାଦ୍ବାରା ସବୁ ପ୍ରକାରର ଦୁର୍ଭାଗ୍ୟ ଏବଂ ସମସ୍ୟା ଦୂରେଇ ଯାଏ । ଶନିବାର ଦିନ ବିଶେଷ କରି ଲୁଣ ଦାନ କଲେ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯାଏ । ମାତ୍ର ଲୁଣ କେବେ ହାତରୁ ହାତକୁ ଦିଅନ୍ତୁ ନାହିଁ ଏବଂ ସାଧାରଣ ଲୁଣ ହିଁ ଦାନ କରନ୍ତୁ । ଏହି ଲୁଣ ସର୍ବଶ୍ରେଷ୍ଠ ହୋଇଥାଏ । ଦ୍ଵିତୀୟରେ ଯଦି ଆପଣ ଗୁଡ଼ ଦାନ କରନ୍ତି ତେବେ ଏହାଦ୍ବାରା ଆପଣଙ୍କ ସମ୍ପୂର୍ଣ୍ଣ ମଧୁର ହୋଇଥାଏ । ଗୁଡ଼ ଦାନ କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ ।

ତେବେ ତାହା କୌଣସି ପ୍ରକାରର ସମ୍ପର୍କ ହୋଇଥାଉ ନା କାହିଁକି । ଗୁଡ଼ ଦାନ କରିବା ଦ୍ୱାରା ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ମଧୁରତା ଆସିଥାଏ । ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇଥାଏ କିମ୍ବା ପରିବାରରେ ସଂପର୍କ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ସୋମବାର ଦିନ ଭଗବାନ ଶିବଙ୍କୁ ନିଶ୍ଚୟ ଗୁଡ଼ ଅର୍ପିତ କରନ୍ତୁ କିମ୍ୱା ଗାଈକୁ ଗୁଡ଼ ମିଶା ରୁଟି ଖାଇବାକୁ ଦିଅନ୍ତୁ । ସୋମବାର ଦିନ ତିଳ ଦାନ କରିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ।

ତାହା କୌଣସି କ୍ଷେତ୍ରରେ ହୋଇଥାଉ ନା କାହିଁକି । ଅନେକ ସମୟରେ ବ୍ୟକ୍ତି ଖୁବ ପରିଶ୍ରମ କରି ମଧ୍ୟ ଇଣ୍ଟରଭିଉରେ ଉତ୍ତୀର୍ଣ୍ଣ ହୋଇପାରେ ନାହିଁ । ତେଣୁ ଯଦି ଆପଣ ସୋମବାର ଦିନ ତିଳ ଦାନ କରନ୍ତି ତେବେ ଏହି ସମସ୍ୟା ଦୂରେଇ ଯିବ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସୁଧାର ଆସିବ । ଘିଅ ଦାନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯାଏ ।

ଯଦି ଘରର କୌଣସି ଛୋଟ ପିଲା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଛି ତେବେ ତାଙ୍କ ଦେହରୁ ଘିଅ ସ୍ପର୍ଶ କରାଇ ଦାନ କରି ଦିଅନ୍ତୁ । ଦେଖିବେ ଚମତ୍କାର ଭାବରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ଗାଈ ଘିଅ ଦାନ ସବୁଠାରୁ ଉତ୍ତମ ଏବଂ ପବିତ୍ର ହୋଇଥାଏ । ମହାଦେବଙ୍କୁ ଘିଅ ଅର୍ପିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ସକାଳୁ ଏହିସବୁ ଜିନିଷ ଦାନ କରିବା ଉଚିତ ନୁହେଁ ।

୧ . ଘରେ ଯଦି ଛିଡ଼ା କପଡ଼ା କିମ୍ବା କୌଣସି ଛିଡ଼ା ଜୋତା ଅଛି ତେବେ ତାହାକୁ କାହାକୁ ଦିଅନ୍ତୁ ନାହିଁ । ଏପରି ଜୋତା ଚପଲକୁ କେବେ ଦାନ କରିବା ଉଚିତ ନୁହେଁ ।

୨ . ଘରର ଝାଡୁ ମଧ୍ୟ କାହାକୁ ଦେବା ଉଚିତ ନୁହେଁ । ଘରର ବାସନ କାହାକୁ ଦାନ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ।

୩ . ଘରେ ବ୍ୟବହୃତ ହୋଇଥିବା ତେଲ କେବେ କାହାକୁ ଦାନ କରନ୍ତୁ ନାହିଁ । ଏହାଦ୍ବାରା ଶନି ଦେବ କ୍ରୋଧିତ ହୁଅନ୍ତି । ଲୁହା ନିର୍ମିତ ଜିନିଷ ମଧ୍ୟ କାହାକୁ ଦାନ କରିବା ଉଚିତ ନୁହେଁ ।

୪ . କନ୍ୟା ଦାନ ସମୟରେ ସାମ୍ନା ଲୋକର ଆଚରଣ ଏବଂ ବ୍ୟବହାରକୁ ଭଲ ଭାବରେ ପରଖି ହିଁ କନ୍ୟା ଦାନ କରିବା ଉଚିତ । ଭୁଲ ଲୋକକୁ କନ୍ୟା ଦାନ କରନ୍ତୁ ନାହିଁ । ନଚେତ ନର୍କ ଦଣ୍ଡ ଭୋଗିବାକୁ ପଡ଼ିବ ।

ସକାଳ ସମୟରେ ଏହିସବୁ ଜିନିଷ ଦାନ କରନ୍ତୁ ନାହିଁ । ସକାଳୁ ଯଦି ଆପଣ କାହାକୁ ଭୋଜନ ଦାନ କରୁଛନ୍ତି ତେବେ ସତେଜ ଭୋଜନ ପ୍ରସ୍ତୁତ କରି ହିଁ ଦାନ କରନ୍ତୁ । ମାତ୍ର ଯଦି ଆପଣ ବାସୀ ଖାଦ୍ୟ ଦାନ କରୁଛନ୍ତି ତେବେ ଆପଣ ନିଜ ବର୍ବାଦିକୁ ଆମନ୍ତ୍ରଣ କରୁଛନ୍ତି । ତେଣୁ ଏଭଳି ଖାଦ୍ୟ ଭୁଲରେ ବି ଦାନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *