ତୁଳସୀ ଗଛରେ ଏଭଳି ଜିନିଷ ଦେଖିବା ଦ୍ଵାରା ହିଁ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବାର ମିଳିଥାଏ ସଂକେତ, ତୁରନ୍ତ କରନ୍ତୁ ଏହି କାର୍ଯ୍ୟ।

ହିନ୍ଦୁଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ଓ ପୂଜନୀୟ ମାନା ଯାଇଛି। କୁହାଯାଏ କି, ପ୍ରତ୍ୟେକଦିନ ତୁଳସୀ ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର କୃପା ଘର ଉପରେ ପଡ଼ିଥାଏ। ଶାସ୍ତ୍ର ଅନୁସାରେ ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହାସହିତ ଭଗବାନ ବିଷ୍ଣୁଙ୍କର ପୂଜା ତୁଳସୀ ପତ୍ର ବିନା ଅଧୁରା ହୋଇଥାଏ। ତେବେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଶାସ୍ତ୍ରରେ ତୁଳସୀ ଗଭକୁ ନିୟମିତ ରୂପରେ ପୂଜାର୍ଚ୍ଚନା କରିବା ଏବଂ ସକାଳେ ଓ ସଞ୍ଜରେ ତୁଳସୀ ଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରିବା ପାଇଁ କୁହାଯାଇଛି।

ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଘିଅର ଦୀପ ଜଳାଇବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯାହାଫଳରେ ଘରେ ସୁଖ ସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଖାସ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟକୁ ବିଧି ବିଧାନ ଅନୁସାରେ କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ରହିବ। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା।

ତୁଳସୀ ଗଛକୁ ନେଇ କରନ୍ତୁ ଏହି ଖାସ ଉପାୟ :-

ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ଦେବୀ ରୂପରେ ପୂଜା ପାଇଥାଏ। କୁହାଯାଏ କି, ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯଦି ଆପଣଙ୍କ ଘରର ତୁଳସୀ ଗଛ ମୂଳରେ ଅନ୍ୟ ଛୋଟ ଗଛ ବଢ଼ିଛି, ତାହେଲେ ତାକୁ ଉପାଡ଼ି ଆଣି ଧନଭଣ୍ଡାର ଘରେ ରଖନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣ ଧୀରେ ଧୀରେ ଋଣରୁ ମୁକ୍ତି ପାଇ ଯିବେ। ଏହାସହିତ ଆପଣଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ଧନଭଣ୍ଡାର ଘରେ ବିଧି ପୂର୍ବକ ରଖନ୍ତୁ ଏହି ଗଛ :-

ତୁଳସୀ ଗଛ ମୂଳରେ ଯଦି ଅନ୍ୟ କୌଣସି ଗଛ ଉଠି ଥାଏ, ତାହେଲେ ଏହି ଗଛକୁ ମାଟି ସହିତ ଉପାଡ଼ି ପ୍ରଥମେ ଗଙ୍ଗାଜଳରେ ଧୋଇ ପବିତ୍ର କରନ୍ତୁ। ତାପରେ ଏହାକୁ ଠାକୁର ଘରେ ରଖନ୍ତୁ। ତାପରେ ଏହାକୁ ଧୂପ ଦୀପ ଦେଇ ବନ୍ଦାପନା କରନ୍ତୁ ଏବଂ ଏହାକୁ ହଳଦିଆ କପଡ଼ାରେ ବାନ୍ଧି ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ମନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଏହି ଉପାୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଘରେ ଧନସମ୍ପତ୍ତି ବୃଦ୍ଧି ହେବା ସହିତ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

Leave a Reply

Your email address will not be published. Required fields are marked *