ଗୋବରକୁ ନେଇ କରନ୍ତୁ ଏହି ଖାସ ଉପାୟ, ମା ଲକ୍ଷ୍ମୀ ଆପଣଙ୍କ ଉପରେ ହେବେ ପ୍ରସନ୍ନ ଏବଂ ରାତାରାତି ଆପଣ ହୋଇଯିବେ ମାଲାମାଲ !

ପୌରାଣିକ ଗ୍ରନ୍ଥରେ ଗାଈକୁ ମାଆ ସ୍ୱରୂପ ମାନା ଯାଇଛି। କହିବାକୁ ଗଲେ ଗାଈ ପାଖରୁ ମନୁଷ୍ୟ ଅନେକ କିଛି ପାଇଥାଏ। ଯେପରି ଗାଈର କ୍ଷୀରରୁ ମିଠା ଜାତୀୟ ପଦାର୍ଥ ପ୍ରସ୍ତୁତ ହୋଇଥାଏ ଏବଂ ଗାଈର ଗୋବର, ମୂତ୍ର ଆଦି ମନୁଷ୍ୟର ଦୈନନ୍ଦିନ ଜୀବନରେ ବ୍ୟବହାର ହୋଇଥାଏ। ଘରେ ଗାଈ ପାଳିବା ଓ ତାର ସେବା କରିବା ଦ୍ଵାରା ଘରକୁ ଆସୁଥିବା ସବୁ ସଙ୍କଟ ଦୂର ହୋଇ ଯାଇଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ସେହିପରି କୁହାଯାଏ କି ଘରକୁ ଆସୁଥିବା ଗାଈକୁ କିଛି ନା କିଛି ଖାଇବାକୁ ଦେବା ଉଚିତ। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗାଈର ଗୋବରକୁ ନେଇ କେଉଁ ଉପାୟ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। କହିବାକୁ ଗଲେ ଗାଈର ଗୋବରକୁ ଅତ୍ୟନ୍ତ ଶୁଦ୍ଧ କୁହାଯାଏ। ଜ୍ୟୋତିଷ ଆଚାର୍ଯ୍ୟ ମାନଙ୍କ ଅନୁସାରେ ଗାଈର ଗୋବରକୁ ନେଇ କିଛି ଉପାୟ କଲେ ଏହାଦ୍ବାରା ଘରେ ଅର୍ଥର ଅଭାବ ଦୂର ହୋଇ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।

ବାସ୍ତୁ ଦୋଷ ପାଇଁ :-

ବାସ୍ତୁ ଦୋଷ କାରଣରୁ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଏହାର ଖରାପ ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ବାସ୍ତୁ ଦୋଷ କାରଣରୁ ଘରର ସୁଖଶାନ୍ତି ଭଙ୍ଗ ହୋଇଥାଏ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଗୋବରରେ ତିଆରି ହୋଇଥିବା ଘଷିକୁ ଜାଳନ୍ତୁ। ଏହାର ଧୂଆଁ ଘର ଭିତରେ ଓ ବାହାରେ ବୁଲାଇ ରଖନ୍ତୁ। ଏହାଦ୍ବାରା ଘରୁ ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ସମସ୍ତ ନକାରାତ୍ମକ ଶକ୍ତି ଘରୁ ବାହାରି ଯାଇଥାଏ।

ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ :-

ସନ୍ଧ୍ୟା ସମୟରେ ଗୋବର ଘଷି ଜଳାଇ ଧନ ରଖିଥିବା ସ୍ଥାନରେ ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଘରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘର ଧନଧାନ୍ୟରେ ପୁରି ଉଠିଥାଏ।

କାର୍ଯ୍ୟରେ ଆସୁଥିବା ବିଘ୍ନ ଦୂର କରିବା ପାଇଁ :-

ଗୋବର ଘଷି ସହିତ କର୍ପୂର, ଲବଙ୍ଗ ଆଦି ମିଶାଇ ଜଳାଇବା ସମୟରେ ନିଜ ସଙ୍କଟ ବିଷୟରେ ମନେ ମନେ କୁହନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ମାଡି ଆସୁଥିବା ସଙ୍କଟ ଦୂର ହୋଇଯିବ।

ଧନ ବୃଦ୍ଧି କରିବା ପାଇଁ :-

ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ଗ୍ରହ ଦୋଷ ରହିଛି, ତାହେଲେ ହଳଦିଆ ସୋରିଷ ସହିତ ଗୋବର ଘଷି ଜଳାନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ସମସ୍ତ ଗ୍ରହ ଦୋଷ ଦୂର ହୋଇଯିବ। ଗ୍ରହ ଦୋଷ ଦୂର ହେବା ପରେ ନିଶ୍ଚିତ ଭାବରେ ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ପାରିବାରିକ ପ୍ରେମ ବୃଦ୍ଧି ହେବା ପାଇଁ :-

ଯଦି ଆପଣଙ୍କ ଘରେ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହୁ ନାହିଁ ଏବଂ କଳି ଝଗଡା ବାରମ୍ବାର ଲାଗି ରହୁଛି,ଏଭଳି ପରିସ୍ଥିତିରେ ଆପଣ ଠାକୁର ଘରେ ଅଳ୍ପ ଗୋବର ଘଷି ଜଳାଇ ପରିବାର ଲୋକଙ୍କ ମୁଣ୍ଡରେ ବୁଲାଇ ଆଣନ୍ତୁ। ଏଭଳି କରିବା ଦର ପରିବାର ଲୋକଙ୍କ ମଧ୍ୟରେ ସ୍ନେହ ପ୍ରେମ ବୃଦ୍ଧି ପାଇବ।

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ :-

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣ ଗୋବର ଘଷି ସହିତ ଅଳ୍ପ ଗୋଲମରିଚ ମିଶାଇ ଜଳାନ୍ତୁ ଏବଂ ଏହାର ଧୂଆଁ ଘର ଭିତରେ ବୁଲାନ୍ତୁ। ଯାହାଫଳରେ ଘରୁ ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ଦୂର ହୋଇଯିବ। ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହେବ।

Leave a Reply

Your email address will not be published. Required fields are marked *