ଏମାନଙ୍କୁ କେବେ ବି ନିଜ ଘରେ ପଶିବାକୁ ଦିଅନ୍ତୁ ନାହିଁ-ଚାଣକ୍ୟ ନିତୀ

ଯଦି ମୁକ୍ତି ଚାହୁଁଛନ୍ତି ତେବେ ସମସ୍ତ ବିଷୟ-ବାସନାକୁ ବିଷ ସମାନ କରି ଛାଡିଦିଅନ୍ତୁ ଏବଂ ସହନଶୀଳତା, ନମ୍ରତା, ଦୟା, ପବିତ୍ରତା ଏବଂ ସତ୍ୟତାକୁ ଅମୃତ ସମାନ କରି ନିଜ ଭିତରେ ଧାରଣ କରନ୍ତୁ |

ଯେଉଁ ନୀଚଲୋକ ଗୁପ୍ତକଥାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତି ସେମାନେ ଠିକ ସେମିତି ନଷ୍ଟ ହୋଇଯାନ୍ତି ଯେମିତି ଦିମକ ଘରେ ରହୁଥିବା ସାପ |

ସୁନାରେ ସୁହାଗ, ଚନ୍ଦନରେ ଫୁଲ, ବିଦ୍ୱାନଙ୍କୁ ଧନି ଏବଂ ରାଜାଙ୍କୁ ଚିରଞ୍ଜିବି କରିଲେ ନାହିଁ | କୁହାଯାଏ ବିଧାତାକୁ ବୁଦ୍ଧି ଦେବା ଵାଲା କେହିବି ନଥିଲେ |

ଏହି ସାତ ଜଣଙ୍କୁ ଶୋଇଥିବାର ଦେଖିବା ମାତ୍ରେ ଆଙ୍କୁ ଉଠେଇଦେବା ଜରୁରି ହୋଇଥାଏ | ଛାତ୍ର, ଚାକର, ପଥିକ, ଭୋକରେ ବ୍ୟାକୁଳ ଲୋକ, ଭୟଭୀତ ଲୋକ, ଭଣ୍ଡାରି, ଦ୍ୱାରପାଳ |

ଏହି ସାତ ଜଣଙ୍କୁ ଶୋଇଥିବାର ଦେଖିଲେ ଜମା ବି ଉଠାନ୍ତୁ ନାହିଁ | ସାପ, ରାଜା, ସିଂହ, ମହୁମାଛି, ଛୋଟ ଛୁଆ, ଅନ୍ୟର କୁକୁର, ମୂର୍ଖ ବ୍ୟକ୍ତି |

ଦରିଦ୍ରତା ବି ଆସ୍ତେ ଆସ୍ତେ ହିଁ ଅସିଥାଏ ସଫା କରିଦେଲେ ଅଳିଆ କପଡାବି ସୁନ୍ଦର ଦେଖାଯାଇଥାଏ | ଖରାପ ଭୋଜନ ବି ଗରମ ଖାଇଲେ ଭଲଲାଗିଥାଏ | ଖରାପ ବ୍ୟକ୍ତି ମଧ୍ୟ ସୁଶୀଳତାରେ ସୁନ୍ଦର ଲାଗିଥାଏ |

Leave a Reply

Your email address will not be published. Required fields are marked *