ମା ବାପାଙ୍କ ପରେ ଏହି ଗୋଟେ ସମ୍ପର୍କ ହିଁ ଦୁନିଆର ସବୁଠାରୁ ବଡ଼ ସମ୍ପର୍କ ହୋଇଥାଏ | ଚାଣକ୍ୟ ନିତୀ |

ଜୀବନରେ ସବୁ ସମ୍ପର୍କର ଅଲଗା ମହତ୍ୱ ଥାଏ | କୁହାଯାଏ ଯେ ମା ଏବଂ ପିଲାର ସମ୍ପର୍କ ଠାରୁ ମଜବୁତ ସମ୍ପର୍କ ଆଉ କିଛି ବି ନଥାଏ | ଏହି ସମ୍ପର୍କ ଆଗରେ ସମସ୍ତ ସମ୍ପର୍କ ଫିକା ଲାଗିଥାଏ | କିନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ଶବ୍ଦରେ ବାନ୍ଦି ଓଜନ କରାଯାଇପାରିବ ନାହିଁ | ଏହି ସମ୍ପର୍କର ମଧ୍ୟ ଏକ ଅଲଗା ମହତ୍ୱ ରହିଚି | ବାହାଘର ପରେ ସ୍ୱାମୀ-ସ୍ତ୍ରୀ ନିଜ ସମ୍ପର୍କକୁ ଆଗକୁ ଆଗକୁ ବଢ଼େଇଥାନ୍ତି |

ଆଗକୁ ଯାଇଁ ସେ ପିତା-ମାତା ମଧ୍ୟ ହୁଅନ୍ତି | ଏବଂ ତାହା ପରେ ସେ ଅଜା-ଆଇ କିମ୍ବା ଜେଜେବାପା-ଜେଜେମା ମଧ୍ୟ ବନନ୍ତି | ଏବଂ ଶେଷରେ ଯେତେବେଳେ ତାଙ୍କ ପିଲାଙ୍କର ମଧ୍ୟ ଏକ ଦୁନିଆ ବସିଯାଏ | ସେତେବେଳେ ସେ କେବଳ ସ୍ୱାମୀ-ସ୍ତ୍ରୀ ହୋଇ ବାକୀ ଜୀବନ କାଟିଥାନ୍ତି | ଏବଂ ସ୍ୱାମୀ-ସ୍ତ୍ରୀ ପରସ୍ପରର ରକ୍ଷାକବଚ ବନିଥାନ୍ତି |

ସମର୍କ ଯଦି ଭଲ ହୋଇଥାଏ ତେବେ ବାହାଘରର ଏହି ବନ୍ଧନ ବହୁତ ସୁନ୍ଦର ଏବଂ ସୁଖମୟ ହୋଇଥାଏ | ଏବଂ ଯଦି ସ୍ୱାମୀ-ସ୍ତ୍ରୀଙ୍କର ପରସ୍ପର ସହ ଭଲ ପଡ଼ୁନାଥାଏ କିମ୍ବା ସବୁବେଳେ ଝଗଡ଼ା ଲାଗିରହିଥାଏ | ତେବେ ଏହି ସମ୍ପର୍କକୁ ଅଧିକ ଦିନ ସାଥିରେ ରହି କାଟିବା ବହୁତ କଷ୍ଟକର ହୋଇଯାଇଥାଏ | କହିବାକୁ ଗଲେ ତ ଏହି ସମ୍ପର୍କକୁ ଯୋଡିକି ରଖିବା ପାଇଁ କିମ୍ବା ବାଙ୍ଗିବା ପାଇଁ ଅନେକ କାରଣ ରହିଥାଏ | କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଅନେକ ଥର ସ୍ୱାମୀ ନିଜ ସ୍ତ୍ରୀର କିମ୍ବା ସ୍ତ୍ରୀ ନିଜ ସ୍ୱାମୀଙ୍କର ଶତ୍ରୁ ପାଲଟି ଯାଆନ୍ତି | ଚାଲନ୍ତୁ ଜାଣିବା କିପରି :-

ସ୍ୱାମୀ କିମ୍ବା ସ୍ତ୍ରୀ ଯେତେବେଳେ ନିଜ ସାଥୀକୁ ଧୋକା ଦେବାରେ ଲାଗିଥାନ୍ତି ସେତେବେଳେ ତାଙ୍କର ସେହି ସମ୍ପର୍କକୁ ଭାଙ୍ଗିବା ଠାରୁ କେହିବି ବଞ୍ଚେଇ ପାରନ୍ତି ନାହିଁ | ଏବଂ ଏହା ସହ ସେ ସ୍ୱାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ ଯଦି ବାହାଘର ପରେ ମଧ୍ୟ ଅନ୍ୟ ଲୋକଙ୍କ ସହ ସମ୍ପର୍କରେ ରହିଥାନ୍ତି ତେବେ ସେହି ସମ୍ପର୍କରେ ତିକ୍ତତା ଅସିଜାଇଥାଏ |

ଏହା ପରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି କୋୖଣସି ସ୍ତ୍ରୀ ନିଜ ସ୍ୱମୀଙ୍କର ଯତ୍ନ ନିଅନ୍ତି ନାହିଁ | ନିଜ ସ୍ୱାମୀଙ୍କର କଥା ଶୁଣାନ୍ତି ନାହିଁ ଏବଂ ଏହା କୁହନ୍ତି ଯେ ମୋର ବ୍ୟକ୍ତିଗତ ଜୀବନରେ ମୁଣ୍ଡ ପୁରନ୍ତୁ ନାହିଁ | ତେବେ ଏମିତି ପରିସ୍ଥିତିରେ ମଧ୍ୟ ସମ୍ପର୍କ ବେଶି ଦିନ ତିଷ୍ଠି ପାରିନଥାଏ | ଏହି କାରଣ ସ୍ୱାମୀଙ୍କ ପାଇଁ ମଧ୍ୟ କାର୍ଯ୍ୟକାରି ହୋଇଥାଏ | ଯଦି ସ୍ୱାମୀ ନିଜର ବ୍ୟକ୍ତିଗତ କଥା ସ୍ତ୍ରୀଙ୍କ ପାଖରୁ ଲୁଚାଏ ଏବଂ ସ୍ତ୍ରୀକୁ ସର୍ବଦା ମିଛ କୁହେ | ତେବେ ମଧ୍ୟ ସେହି ବାହାଘର ବହୁତ ଦିନ ପାଇଁ ରହିନଥାଏ |

ଆଚାର୍ଯ୍ୟ ଚାଣକ୍ୟ ଏହା କହିଥାନ୍ତି ବିବାହ କେବଳ ପ୍ରେମ କିମ୍ବା ସମ୍ଭଦ ସମ୍ପର୍କ ହୋଇନଥାଏ | ଏହି ସମ୍ପର୍କ ପରସ୍ପରଙ୍କ ପାଇଁ ସଂମ୍ମାନ ମଧ୍ୟ ସୃଷ୍ଟି କରିଥାଏ | ଯଦି ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରେ ସମ୍ମାନର ସଂମ୍ପର୍କ ରହିନଥାଏ | ତେବେ ସେହି ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗିଯାଇଥାଏ |

ବାହାଘର ସମୟରେ ସ୍ୱାମୀ-ସ୍ତ୍ରୀ ମାନସିକ ଏବଂ ଶାରୀରିକ ରୂପେ ପ୍ରସ୍ତୁତ ହେବା ଜରୁରି ଏବଂ ପରସ୍ପର ଦାୟିତ୍ୱ ବୋଧ ପାଇଁ ପ୍ରଣ ନେଇଥାନ୍ତି | ଏବଂ କଥା ସ୍ୱାମୀଙ୍କ ଉପରେ ମଧ୍ୟ ଲାଗୁ ହୋଇଥାଏ |

Leave a Reply

Your email address will not be published. Required fields are marked *