ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ ।

ଘରର ଗୁରୁଜନ ମାନେ ସର୍ବଦା ଭଲ କଥା ଶିଖାଇ ଥାଆନ୍ତି । ଯାହାଦ୍ୱାରା ପରିବାରରେ ସୁଖ ସମୃଦ୍ଧି ସର୍ବଦା ବଜାୟ ରହିଥାଏ । ଘରର ନିୟମ ନିଷ୍ଠା ଉପରେ ହିଁ ଘରର ସୁଖ ସମୃଦ୍ଧି ନିର୍ଭର କରିଥାଏ । ଯଦି ଘରେ କୌଣସି ପ୍ରକାରର ଅନୁଶାସନ ନାହିଁ ତେବେ ସେହି ଘରେ ସର୍ବଦା କଳହ କ୍ଳେଶ ଦେଖା ଦେଇଥାଏ ।

ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ପୁରାଣରେ ଗରୁଡ଼ଙ୍କୁ ମନୁଷ୍ୟର ଆଚାର ବିଚାର ସମ୍ବନ୍ଧରେ କହିଛନ୍ତି । ଯଦି ମନୁଷ୍ୟ ଶାସ୍ତ୍ରର ସବୁ ନିୟମକୁ ମାନେ ତେବେ ମନୁଷ୍ୟ ଜୀବନାରୁ ଅଧିକାଂଶ ସମସ୍ୟା ଦୂରେଇ ଯାଏ । ଶାସ୍ତ୍ରର ଏହି ନିୟମ ମନୁଷ୍ୟର ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ । ମନ ମଧ୍ୟ ଶାନ୍ତ ରହିଥାଏ ଏବଂ କୌଣସି ମାନସିକ ରୋଗ ମଧ୍ୟ ହୁଏନାହିଁ ।

ତେଣୁ ସେହି ସବୁ ନିୟମକୁ ପାଳନ କଲେ ଜୀବନରୁ ଦୁଃଖ ସମସ୍ୟା ମଧ୍ୟ ଦୂରେଇ ଯିବ । ଆଜି ଆମେ ଆପଣଙ୍କୁ ସେହି କିଛି ଶାସ୍ତ୍ରୀୟ ନିୟମ ବିଷୟରେ କହିବୁ ଯାହାକୁ ପ୍ରତ୍ୟେକ ମନୁଷ୍ୟ ପାଳନ କରିବା ଉଚିତ । ଏହାଦ୍ବାରା ଜୀବନରେ ଅନେକ ପରିବର୍ତ୍ତନ ଆସିବ । ଶାସ୍ତ୍ର ଅନୁଯାୟୀ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ବ୍ରହ୍ମ ମୁହୂର୍ତ୍ତରେ ବିଛଣା ଛାଡ଼ିବାର ନିୟମ ରହିଛି ।

ମାତ୍ର ବର୍ତ୍ତମାନ ସମୟର ଦୈନିକ ଚର୍ଯା ଅନୁଯାୟୀ ଏସବୁ ସମ୍ଭବ ହୋଇ ପାରେ ନାହିଁ । ତଥାପି ସକାଳୁ ଶୀଘ୍ର ଉଠିବାକୁ ପ୍ରୟାସ କରି ସ୍ନାନ କରି ଭଗବାନଙ୍କ ପୂଜା ଅର୍ଚ୍ଚନା କରିବା ଉଚିତ । ଏପରି କରିବା ଦ୍ୱାରା ମନୁଷ୍ୟ ମନରେ ସକାରାତ୍ମକ ଚିନ୍ତା ଧାରା ଆସିଥାଏ । ସକାଳୁ ସ୍ନାନ ସମୟରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବା ଉଚିତ ।

ସୂର୍ଯ୍ୟ ମନ୍ତ୍ର ସହିତ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ଦ୍ୱାରା ମାନସିକ ଶାନ୍ତି ଏବଂ ପବିତ୍ରତା ଆସିଥାଏ । ଏହାଦ୍ବାରା ଜୀବନ ପ୍ରତି ଉତ୍ସାହ ଏବଂ ଆଗ୍ରହ ମଧ୍ୟ ବଢ଼ିଥାଏ । ହିନ୍ଦୁ ଧର୍ମରେ କିଛି ଗଛକୁ ଭଗବାନ ତୁଲ୍ୟ ମାନା ଯାଇଛି । ସେହିଭଳି ଏକ ଗଛ ହେଉଛି ତୁଳସୀ ଗଛ । ପ୍ରତ୍ୟେକ ହିନ୍ଦୁ ଘରେ ଏହି ଗଛ ନିଶ୍ଚିତ ରହିଥାଏ । ଯେଉଁ ଘରେ ତୁଳସୀ ବୃନ୍ଦାବନ ନଥାଏ ସେହିଘରେ ଭଗବାନ ବିଷ୍ଣୁଙ୍କ ବାସ ହୋଇ ନଥାଏ ।

ଯେଉଁଠାରେ ଭଗବାନ ବିଷ୍ଣୁଙ୍କ ବାସ ନାହିଁ ସେଠାରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ନାହିଁ । ପ୍ରତ୍ୟେକ ଦିନ ତୁଳସୀରେ ଜଳ ଅର୍ପିତ କରିବା ଉଚିତ । ତୁଳସୀ ମାଳାକୁ ଧାରଣ କରିବା ଦ୍ୱାରା ମନର ଶୁଦ୍ଧତା ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ମନୋବଳ ବଢ଼ିବା ସହିତ ଆରୋଗ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଦିନ ତିଳକ ଲଗାଇବାର ବିଧାନ ରହିଛି । ଏହାଦ୍ବାରା ଏକ ଅସାଧାରଣ ଉର୍ଜା ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଆଧ୍ୟାତ୍ମିକ ଶକ୍ତି ଏବଂ ଏକାଗ୍ରତା ବଢ଼ିଥାଏ । ଏହାଦ୍ବାରା ଖରାପ ଶକ୍ତି ଆଖପାଖକୁ ଆସି ନଥାଏ । ପୂଜା କରିବା ପରେ ପ୍ରତ୍ୟେକ ଦିନ ନିଜ ମଥାରେ ତିଳକ ଲଗାଇବା ଉଚିତ । ଘରେ ପ୍ରତ୍ୟେକ ଦିନ ଶୁଦ୍ଧ ଏବଂ ସାତ୍ଵିକ ଭୋଜନ ବନାଇବା ଉଚିତ ।

ପ୍ରଥମେ ଭଗବାନଙ୍କୁ ଭୋଗ ଲଗାଇ ତାପରେ ସମସ୍ତେ ଭୋଜନ କରିବା ଉଚିତ । ଘରର ପ୍ରଥମ ରୋଟି ଗୋମାତା ଏବଂ ଶେଷ ରୁଟି କୁକୁରକୁ ଖାଇବାକୁ ଦେବା ଉଚିତ । ସକାଳୁ ଉଠିବା ସହିତ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଭଗବାନଙ୍କୁ ଆରାଧନା କରିବା ଉଚିତ । ନିଜର ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରି ରାତିରେ ଶୋଇବା ଉଚିତ ।

Leave a Reply

Your email address will not be published. Required fields are marked *