ଏହି ପଶୁ ମାନଙ୍କୁ ଏକା ସାଥିରେ ଦେଖିଲେ ମିଳିଥାଏ ଶୁଭ ଅଶୁଭ ସଙ୍କେତ ହୋଇଥାଏ ଧନର ପ୍ରାପ୍ତି…

ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ଅନେକ ପ୍ରାକୃତିକ ଶୁଭ ଏବଂ ଅଶୁଭ ସଙ୍କେତ ବିଷୟରେ ଲେଖା ଯାଇଛି | ପଶୁ ପକ୍ଷୀଙ୍କ ଦ୍ୱାରା ଆମକୁ ଅନେକ ପ୍ରକାରର ଶୁଭ ଏବଂ ଅଶୁଭ ସଙ୍କେତ ମିଳିଥାଏ | ଅନେକ ପୂର୍ବରୁ ହିଁ ଆମ ପୂର୍ବପୁରୁଷ ମାନେ ପଶୁପକ୍ଷୀଙ୍କୁ ପାଳି ଆସିଛନ୍ତି | ଏବଂ ଏହା ପଛରେ କେବଳ ଆଧ୍ୟାତ୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି |

ଆମ ଘରକୁ ଆସୁଥିବା ପଶୁପକ୍ଷୀ ଆମକୁ ଆମ ଭବିଷ୍ୟତକୁ ନେଇ ଅନେକ ମହତ୍ୱପୂର୍ଣ୍ଣ ସଙ୍କେତ ଦେଇଥାନ୍ତି | ବନ୍ଧୁଗଣ ଆମ ଦୁନିଆର ସବୁ ଜୀବଜନ୍ତୁ ଙ୍କୁ କୋୖଣସି ନା କୋୖଣସି ଦେବତା ସହ ଯୋଡ଼ା ହୋଇଥାଏ | ସେଥିପାଇଁ ଆମେ ଅନେକ ପର୍ବ-ପର୍ବାଣିରେ ପଶୁ ଏବଂ ପକ୍ଷୀଙ୍କର ପୁଜା କରିଥାଉ |

ଯେପରିକି ନାଗ ପଞ୍ଚମୀ ଦିନ ନାଗଙ୍କୁ ପୁଜା କରାଯାଏ | ପିତୃପକ୍ଷରେ କୁକୁର, କାଉ ପରି ପଶୁପକ୍ଷୀଙ୍କୁ ମଧ୍ୟ ପୁଜା କରାଯାଇଥାଏ | ପିମ୍ପୁଡ଼ି ଠାରୁ ନେଇ ବିଶାଳ କାୟ ହାତି ପର୍ଯ୍ୟନ୍ତ ସମସ୍ତ ପ୍ରାଣୀଙ୍କୁ ପୁଜା କରାଯାଏ | ଆମ ହିନ୍ଦୁ ଧର୍ମ ଏତେ ମହାନ ଯେ ସଂସାରରେ ଥିବା ସବୁ ପଶୁପକ୍ଷୀଙ୍କୁ ସଂମ୍ମାନ ଦେଇଥାଏ | ଏବଂ କାହାରିକୁ ବି ଆମେ ଜାଣି ଜାଣି କ୍ଷତି ପହଞ୍ଚେଇ ନଥାଏ |

ଏହାର କାରଣ ହେଉଛି ଏହା ଯେ ପ୍ରତ୍ୟେକ ପ୍ରାଣୀଙ୍କ ପାଖରେ ଅଲଗା ଅଲଗା ଶକ୍ତି ଥାଏ | ଯାହା ଆମ ମନଷ୍ୟଙ୍କ ପାଖରେ ନଥାଏ | କିଛି ପ୍ରାଣୀ ନିଶାଚର ହୋଇଥାନ୍ତି ଯିଏ କି ରାତିରେ ମଧ୍ୟ ଦେଖି ପାରନ୍ତି ଏବଂ ଏହା ସହ କିଛି ପ୍ରାଣୀ ଭବିଷ୍ୟତ ମଧ୍ୟ ଦେଖିପାରନ୍ତି | ଏମିତି ବି କିଛି ପ୍ରାଣୀ ଥାନ୍ତୁ ଯିଏ ସବୁବେଳେ ହିଁ ଭଗବନଙ୍କ ସହ ଯୋଡି ହୋଇ ରହିଥାନ୍ତି |

ଯଦି କୋୖଣସି କାରଣରୁ ଆମ ଘରକୁ କୋୖଣସି ପ୍ରାଣୀ ଆସନ୍ତି ନାହିଁ ତେବେ ଏହାର କାରଣ ବହୁତ ଭୟନକ ହୋଇଥାଏ | କାରଣ ଘରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଥିବା ସକାରାତ୍ମକ ଉର୍ଜା ଏବଂ ନକାରାତ୍ମକ ଉର୍ଜାକୁ ପ୍ରାଣୀ ମାନେ ଚିହିଁ ପାରନ୍ତି | ଯଦି ଆପଣଙ୍କ ଭିତରେ ସକାରାତ୍ମକତା ଉର୍ଜା ଥାଏ ତେବେ ଆପଣଙ୍କ ପାଖକୁ ପ୍ରାଣୀ ଦଉଡ଼ି ଚାଲି ଅଶାନ୍ତି ଏବଂ ନକାରାତ୍ମକ ଉର୍ଜା ଥିବା ବ୍ୟାକ୍ତି ଦୁଷ୍ଟ ପ୍ରକୃତିର ବ୍ୟାକ୍ତିଙ୍କ ଠାରୁ ପ୍ରାଣୀ ମାନେ ସବୁବେଳେ ଦୂରେଇ ରହିଥାନ୍ତି | ସେଥିପାଇଁ ଆପଣଙ୍କ ଘରକୁ ଆସୁଥିବା ପଶୁ-ପକ୍ଷୀଙ୍କୁ କେବେ ବି ଅସମ୍ମାନ କରନ୍ତୁ ନାହିଁ | ଆଜି ଆମେ ଏମିତି ହିଁ କିଛି ମହତ୍ୱପୂର୍ଣ୍ଣ ସଙ୍କେତ ବିଷୟରେ ଜାଣିବା | ଯାହାଙ୍କୁ ଏକା ସାଥିରେ ଦେଖିବା ଅତ୍ୟନ୍ତ ସୁଖମୟ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି |

ବନ୍ଧୁଗଣ ବର୍ଣ୍ଣନା କରାଯାଇଛି ଯେ ଘରକୁ ଯଦି ପକ୍ଷୀ ଆସି ଦାନା ଖାଆନ୍ତି ତେବେ ସେହି ଘରକୁ ମାତା ଲଷ୍ମୀଙ୍କର ପ୍ରବେଶ ହୋଇଥାଏ |ଘରେ ପକ୍ଷୀ ବସା ବନେଇବା ଧନର ଆଗମନର ସଙ୍କେତ ହେଇଥାଏ | ଯଦି ଘରେ କୋୖଣସି ପକ୍ଷୀର ବସା ଅଛି ତେବେ ତାଙ୍କୁ ଭାଙ୍ଗିବା ଉଚିତ ନୁହେଁ | ପକ୍ଷୀର ବସା ଘରେ ରହିଲେ ଘରକୁ ନିରନ୍ତର ଭାବେ ଧନର ଆଗମନ ହୋଇଥାଏ | ଘରକୁ ପାରା ଆସିଲେ ପ୍ରେମ ସମ୍ପର୍କର ବିଶ୍ୱାସ ବଢିଥାଏ କିନ୍ତୁ ଘରକୁ ବାଦୁଡ଼ି ଅସିଥାଏ ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ | ଏହା ଘରେ ଝଗଡା କିମ୍ବା ଅଶାନ୍ତିର ସଙ୍କେତ ଦେଇଥାନ୍ତି|

ପ୍ରଥମ ସଙ୍କେତ ଗାଈ ଏବଂ କୁକୁରକୁ ଏକା ସାଙ୍ଗରେ ଦେଖିବା ବହୁତ ଶୁଭ ବୋଲି କୁହାଯାଇଥାଏ | ବନ୍ଧୁଗଣ ଗାଈଙ୍କ ଦେହରେ ସବୁ ଦେବା-ଦେବୀ ବାସ କରୁଥିବା ବେଳେ କୁକୁରଙ୍କୁ ଭୈରବ ଦେବତାଙ୍କର ବହନ ବୋଲି କୁହାଯାଇଥାଏ | ଗାଈକୁ ଦେଖିବା ଖୁସି ଏବଂ ମନସ୍କାମନା ପୂର୍ଣ୍ଣ ହେବାର ସଙ୍କେତ ଦେଇଥାଏ | ଏବଂ କୁକୁର ସଙ୍କଟକୁ ଦୁର କରିଥାଏ ଏବଂ ଏହି ଦୁହିଁଙ୍କୁ ଏକା ସାଙ୍ଗରେ ଦେଖିବା ଅନେକ ଶୁଭଫଳ ପ୍ରଦାନ କରୁଥାଏ |

ଦ୍ୱିତୀୟ ସଙ୍କେତ ସକାଳୁ ଧଳା ରଙ୍ଗର ଗାଈ ଏବଂ ତାର ବାଛୁରୀକୁ ଦେଖିବା ବହୁତ ଶୁଭ ସଙ୍କେତ ହୋଇଥାଏ | ଗାଈ-ବାଛୁରୀ ଉନ୍ନତି ଏବଂ ଧନର ପ୍ରତୀକ ବୋଲି ବିବେଚନା କରାଯାଆନ୍ତି | ଯଦି ସକାଳୁ ଧଳା ଗାଈ ଏବଂ ବାଛୁରୀ ଦେଖିବାକୁ ମିଳୁଛନ୍ତି ତେବେ ଆପଣ ଜାଣିଯିବେ ଯେ ଖୁବ ଶୀଘ୍ର ଆପଣଙ୍କ ଜୀବନର ଧନର ଆଗମନ ହେବାକୁ ଯାଉଚି |

ତୃତୀୟ ସଙ୍କେତ ଯଦି ଆପଣ କେବେ ଦେଖୁଛନ୍ତି ଯେ କୋୖଣସି ପକ୍ଷୀ ନିଜ ପଞ୍ଚାରେ ସାପକୁ ନେଇ ଯାଉଚି | ଏହା ବହୁତ ଶୁଭ ସଙ୍କେତ ହୋଇଥାଏ | ଏହା ଆପଣଙ୍କ ଜୀବନର କୋୖଣସି କଠିନତା କିମ୍ବା କୋୖଣସି ଚିନ୍ତାକୁ ଦୁର କରିବାର ସଙ୍କେତ ହୋଇଥାଏ |

ଚଥୁର୍ଥ ସଙ୍କେତ ଯଦି କେବେ ଏକା ସଙ୍ଗରେ କୁକୁର ଏବଂ ମାଙ୍କଡ଼କୁ ଦେଖିବାକୁ ମିଳେ | କୁକୁର ଏବଂ ମାଙ୍କଡ଼କୁ ଏକା ସଙ୍ଗରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ | କାରଣ ମାଙ୍କଡ଼ ଦେଉଛନ୍ତି ହନୁମାନଙ୍କ ରୂପ ଏବଂ କୁକୁର ହେଉଛନ୍ତି ଭୈରବଦେବଙ୍କ ବହନ ଏବଂ ଏମାନଂକୁ ଏକା ସାଙ୍ଗରେ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ଖୁସି ଏବଂ ଶାନ୍ତି ଆସିବାର ସଙ୍କେତ ଦେଇଥାଏ |

ପଞ୍ଚମ ସଙ୍କେତ ଯଦି ଆପଣ କୁକୁର ଏବଂ ବିଲେଇଙ୍କୁ ଏକା ସହ ଝଗଡା କରୁଥିବାର ଦେଖିବେ ତେବେ ଆପଣଙ୍କ ପାଇଁ ଏହା ଏକ ଅଶୁଭ ସଙ୍କେତ ହେବ | ଯାହାର ଅର୍ଥ ହେଉଛି କି ଆପଣଙ୍କ ସଂମ୍ମାନରେ ଆଞ୍ଜ ଆସିପାରେ ଅଥବା ଆପଣଙ୍କର ସୁଖମୟ ଯିବାକୁ ଦୁଃଖର କଳା ଛାଇ ଘୋଟି ଆସିଵାର ଥାଏ |

Leave a Reply

Your email address will not be published. Required fields are marked *