କିପରି ହୋଇଥିଲା ଗଙ୍ଗା ମାତା ଏବଂ ଗୋମାତାଙ୍କ ମଧ୍ୟରେ ଝଗଡ଼ା ! ସ୍ୱୟଂ ନାରଦ କରାଇଥିଲେ ଏହି ଝଗଡ଼ା …..

ଆଜି ଆମେ ଆପଣଙ୍କୁ ଗୋମାତା ଏବଂ ଗଙ୍ଗା ମାତାଙ୍କ ଝଗଡ଼ା ବିଷୟରେ କହିବୁ । ଥରେ ନାରଦ ପୃଥିବୀ ଲୋକରେ ଭ୍ରମଣ କରିବାକୁ ଆସି ଗୋମାତା ଏବଂ ଗଙ୍ଗା ମାତାଙ୍କୁ ଦେଖି ଦୁହିଁଙ୍କ ମଧ୍ୟରେ କିଏ ଅଧିକ ପବିତ୍ର ପରୀକ୍ଷା କରିବାକୁ ଚାହିଁଲେ । ଅର୍ଥାତ କାହାର ମୃତ୍ୟୁଲୋକରେ ଅଧିକ ପୂଜା ହୋଇଥାଏ । ଏହାପରେ ନାରଦ ଗଙ୍ଗାଙ୍କୁ ଏହା କହି କ୍ରୋଧିତ କଲେ ଯେ ମର୍ତ୍ତରେ ଗୋମାତାଙ୍କ ଗୌରବ ଅଧିକ ଏବଂ ଗୋମାତାଙ୍କୁ ଅଧିକ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଗୋମାତା ଏବଂ ଗଙ୍ଗା ମାତା ଉଭୟ ପବିତ୍ର ଅଟନ୍ତି । କିନ୍ତୁ ଏହି ପବିତ୍ର କଥାକୁ ନେଇ ଉଭୟଙ୍କ ମଧ୍ୟରେଯୁକ୍ତି ଲାଗିଥିଲା । ଯେଉଁ କଥାକୁ ସମସ୍ତେ ଶୁଣିବା ଉଚିତ ।

ଥରେ ଗୋମାତାଙ୍କୁ ଶୋଷ ଲାଗିବାରୁ ଗଙ୍ଗା ନିକଟକୁ ପାଣି ପିଇବାକୁ ଗଲେ । ଏହା ଦେଖି ଗଙ୍ଗା ମାତା ନିଜର ଗୁଣ ଗାନ କରିବାକୁ ଲାଗିଲେ ଏବଂ ଗୋମାତାଙ୍କୁ ଏହା କହିବାକୁ ଲାଗିଲେ ଯେ ସେ ନିଜେ ଅଧିକ ପବିତ୍ର ଏବଂ ଘରେ ଘରେ ତାଙ୍କୁ ପୂଜା କରାଯାଏ । ଏହାବ୍ୟତୀତ ଗଙ୍ଗା ମାତା ଗୋମାତାଙ୍କୁ କହିଛନ୍ତି କେ ଗୋବର ଲେପି ହୋଇ ପବିତ୍ର ଗଙ୍ଗା ଜଳକୁ ଅପବିତ୍ର କରି ଦେଉଛି । ଏହା କହି ଗଙ୍ଗା ମାତା ନିଜକୁ ଅଧିକ ମହାନ କରିବାରେ ଲାଗନ୍ତି । ଗଙ୍ଗା ମାତା ଏହା ମଧ୍ୟ ଗୋମାତାଙ୍କୁ କହନ୍ତି ଯେ ତୁ ସାମାନ୍ୟ ପଶୁ ମାତ୍ର ଗଙ୍ଗାଙ୍କୁ ଘରେ ଘରେ ପୂଜା କରାଯାଏ ।

ଏହା ଶୁଣି ଗୋମାତା ଦ୍ଵନ୍ଦରେ ପଡ଼ି ଯାଆନ୍ତି ଯେ ବାସ୍ତବରେ ଆଜି ଗଙ୍ଗା ମାତା ଏପରି କହିବାର କାରଣ କଣ । ଗୋମାତା କିଛିବି ବୁଝି ପାରୁ ନଥିଲେ । ଶେଷରେ ଗୋମାତା କ୍ରୋଧିତ ହୋଇ ଗଙ୍ଗା ମାତାଙ୍କୁ ମଧ୍ୟ ଶୁଣାଇବାରେ ଲାଗିଲେ । ଗୋମାତା କହିଛନ୍ତି ଯେ ଗଙ୍ଗାଙ୍କ ଠାରୁ ସେ ଅଧିକ ମହାନ । ଗଙ୍ଗା ନିଜ ସ୍ୱାମୀଙ୍କ ସହିତ ନରହି ଗାଁ ଗାଁ ଏଣେ ତେଣେ ବୁଲୁଛନ୍ତି । ଯେଉଁ କାରଣରୁ ଭଗବାନ ଶିବ ତାଙ୍କୁ ମୁଣ୍ଡରେ ଧାରଣ କରିଛନ୍ତି । ମହାଦେବ ଧାରଣ କରିବା ଦ୍ୱାରା ହିଁ ଗଙ୍ଗା ପବିତ୍ର ଅଟେ । ଗୋମାତାଙ୍କର ଏହି ଉକ୍ତି ଶୁଣିବା ପରେ ଗଙ୍ଗା ମାତା ଆହୁରି କ୍ରୋଧିତ ହୋଇ ଯାଆନ୍ତି ଏବଂ ଆହୁରି କିଛି ଶୁଣାଇବାରେ ଲାଗନ୍ତି ।

ଗଙ୍ଗା ମାତା କହନ୍ତି ଯେ ମନୁଷ୍ୟ ଗଙ୍ଗା ନଦୀରେ ଥରେ ବୁଡ଼ିବା ମାତ୍ରେ ହିଁ ସବୁ ପାପ ନଷ୍ଟ ହୋଇଯାଏ । ଏହାବ୍ୟତୀତ ସବୁ ଘାଟ ଘାଟରେ ଗଙ୍ଗାଙ୍କ ନିମନ୍ତେ ମେଳା ବସିଥାଏ । ତେଣୁ ସେ ହିଁ ଅଧିକ ମହାନ ଏବଂ ପବିତ୍ର ଅଟନ୍ତି ବୋଲି କହିଛନ୍ତି । ଏହାବ୍ୟତୀତ ସାଧୁ ସନ୍ୟାସୀଙ୍କର ଘାଟ ଘାଟରେ ମେଳା ଲାଗିଥାଏ । ଯେଉଁଠି ବି ଲୋକେ ସ୍ନାନ କରନ୍ତି ସେହିଠାରେ ତୀର୍ଥସ୍ଥାନ ହୋଇଯାଏ । ଏହା ଶୁଣି ଗୋମାତା କହନ୍ତି ଯେ ସେ ହିଁ ଦୁନିଆରେ ସବୁଠାରୁ ବଡ଼ ଅଟନ୍ତି । ଗୋମାତା କହନ୍ତି ଯେ ତାଙ୍କ କ୍ଷୀରର ଲହୁଣୀ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଖାଇ ବଡ଼ ହୋଇଥିଲେ । ଗୋମତାଙ୍କ କ୍ଷୀରର ସେବନ ଦ୍ୱାରା ହିଁ ଲୋକେ ବଳବାନ ହୋଇଥାନ୍ତି । ସାରା ଦୁନିଆ ଗୋମାତାଙ୍କ କ୍ଷୀର ଦ୍ୱାରା ରୋଗ ମୁକ୍ତ ହୋଇଥାନ୍ତି । ଏହାବ୍ୟତୀତ ଯଜ୍ଞ ବିବାହ କାମରେ ଗୋବର ହିଁ ପବିତ୍ର ହୋଇଥାଏ ଏବଂ କାମରେ ଆସିଥାଏ । ଗୋବର ଠାରୁ ପବିତ୍ର ଆଉ କିଛି ନୁହେଁ ।

Leave a Reply

Your email address will not be published. Required fields are marked *