ରାତିରେ କାହିଁକି କାନ୍ଦିଥାଏ କୁକୁର ? ଜାଣନ୍ତୁ ବଡ଼ ରହସ୍ୟ ।

ଯେତେବେଳେ ମଣିଷକୁ ଧୋକା ମିଳିଥାଏ ସେ କୁକୁରକୁ ନିଶ୍ଚୟ ମନେ ପକାଇ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି କୁକୁରର କାନ୍ଦିବା ମଧ୍ୟ ମନୁଷ୍ୟ ସହିତ ଜଡ଼ିତ ଅଟେ । ତେବେ ଆସନ୍ତୁ ସେହି ବିଷୟରେ ଜାଣିବା । ଏହି ଦୁନିଆରେ କୁକୁରକୁ ସବୁଠାରୁ ବିଶ୍ୱାସୀ ଜୀବ ମାନା ଯାଇଥାଏ । ହୁଏତ ମଣିଷ ଆଉ ଜଣେ ମଣିଷ ସହିତ ବେଇମାନି କରିଥାଏ କିନ୍ତୁ କୁକୁର କେବେବି ନୁହେଁ । କୁକୁର ବିଶ୍ୱାସୀ ହୋଇଥିବାରୁ ଅନେକ ଲୋକ କୁକୁରକୁ ଘରେ ପାଳିଥାନ୍ତି । ଅନେକ ଲୋକ ବିରାଡ଼ି ମଧ୍ୟ ପାଳିଥାନ୍ତି ।

କିନ୍ତୁ ବିରାଡ଼ି ବିଶ୍ୱାସୀ ହୋଇ ନଥାନ୍ତି । ଯଦି ଆପଣ ଗୋଟିଏ ଦିନ ଏକ କୁକୁରକୁ ଖାଇବାକୁ ଦିଅନ୍ତି ତେବେ ସେ ଆଗାମୀ ଦିନ ଆପଣ ତାକୁ ଖାଇବାକୁ ନଦେଲେ ବି ବିଶ୍ୱାସୀ ହୋଇ ଲାଞ୍ଜ ହଲାଇବ । କିନ୍ତୁ ବିରାଡ଼ିକୁ ଦିନେ ଖାଇବାକୁ ଦେଇ ଯଦି ଆପଣ ତାକୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି ତେବେ ସେ ନିଶ୍ଚୟ କାମୁଡ଼ିବାକୁ ଚେଷ୍ଟା କରିବ । କୁକୁର ମଣିଷର ସଚ୍ଚା ମିତ୍ର ହୋଇଥାଏ ଏବଂ ମନୁଷ୍ୟର ଦୁଃଖ ସୁଖ ସବୁକିଛି ବୁଝିପାରେ । ଅଧିକାଂଶ କୁକୁର ରାତିରେ ଭୋକିଥାନ୍ତି । ଯଦି କୁକୁର ରାତିରେ କାନ୍ଦେ ତେବେ ତାହାକୁ ଅଶୁଭ ମାନା ଯାଇଥାଏ ।

ଗୁରୁଜନ ମାନଙ୍କ ଅନୁଯାୟୀ ଯଦି ରାତିରେ କୌଣସି କୁକୁର କାନ୍ଦେ ତେବେ ସେ ଆମକୁ କୌଣସି ବ୍ୟକ୍ତିର ମୃତ୍ୟୁର ସଙ୍କେତ ଦେଇଥାଏ । ଏହାର ଅର୍ଥ ଆପଣଙ୍କ ଘରେ କାହାର ମୃତ୍ୟୁ ହୋଇପାରେ କିମ୍ବା ଏପରିବି ମାନା ଯାଇଥାଏ ଯେ କୁକୁର ପ୍ରେତାତ୍ମାକୁ ଦେଖିପାରେ ।

ଏହାବ୍ୟତୀତ ଆଖପାଖରେ ହେଉଥିବା ବିପଦକୁ ଅନୁଭବ କରିପାରେ ଏବଂ ଜାଣି ପାରେ । ତେଣୁ ଯଦି ଆପଣ ରାତିରେ କୌଣସି କୁକୁରକୁ କାନ୍ଦୁ ଥିବାର ଦେଖୁଛନ୍ତି ତେବେ ଏହାକୁ ପ୍ରେତାତ୍ମା ସହିତ ଯୋଡ଼ି ଦେଖାଯାଏ । ମାତ୍ର ବୈଜ୍ଞାନିକ ଦୃଷ୍ଟିରୁ ଏଭଳି କିଛିବି ନୁହେଁ । ବୈଜ୍ଞାନିକ ମାନେ କୁକୁରକୁ ନେଇ ଅନେକ ରିସର୍ଚ୍ଚ କରିଛନ୍ତି ।

ବୈଜ୍ଞାନିକଙ୍କ ଅନୁଯାୟୀ କୁକୁର ଭେଡ଼ିଆର ଏକ ପ୍ରଜାତି ଅଟେ ତେଣୁ ଭେଡିଆ ଭଳି ବ୍ୟବହାର କରଥାନ୍ତି । ଯେପରି ଭେଡ଼ିଆ ପରସ୍ପରକୁ ସଙ୍କେତ ପହଞ୍ଚାଇବା ପାଇଁ ଭୁକିଥାନ୍ତି ସେହିଭଳି କୁକୁର ମଧ୍ୟ ରାତିରେ କାନ୍ଦିଥାଏ । କୁକୁର ଯେଉଁ ଇଲାକା କିମ୍ବା ଗଳିରେ ରହେ ତାହାକୁ ନିଜ ସ୍ଥାନ ମାନି ନିଏ ।

ଏମିତିରେ ଯଦି ଅନ୍ୟ କୁକୁର ତାଙ୍କ ଇଲାକାକୁ ପ୍ରବେଶ କରେ ତେବେ ସେମାନେ କ୍ରୋଧିତ ହୋଇ ଯାଆନ୍ତି ଏବଂ ନିଜର ବାକି କୁକୁର ସାଥୀଙ୍କୁ ଅନ୍ୟ ସ୍ଥାନର କୁକୁର ବିଷୟରେ କହିବା ପାଇଁ ଏପରି ଚିତ୍କାର କରାଯାଏ । ତେଣୁ ଏହାକୁ କୁକୁରର ଭାଷା କୁହାଯାଏ । ଏହାବ୍ୟତୀତ କୁକୁର ନିଜର ରାଗ , ଯନ୍ତ୍ରଣା ଜଣାଇବାକୁ ମଧ୍ୟ ଏପରି ଚିତ୍କାର କରଥାନ୍ତି ।

ସାଧରଣତଃ କୁକୁରକୁ ଅଧିକ ଭିଡ଼ କୋଳାହଳ ପସନ୍ଦ ନୁହେଁ ତେଣୁ ସେମାନେ ଏହାର ବିରୋଧ କରିଥାନ୍ତି । ତେଣୁ ଏଥିରୁ ଏହା ପ୍ରମାଣିତ ହେଉଛି ଯେ ମଣିଷ ଠାରୁ କୁକୁର ଅଧିକ ବିଶ୍ୱାସୀ ହୋଇଥାଏ ।

Leave a Reply

Your email address will not be published. Required fields are marked *