ମଙ୍ଗଳବାର ଦିନ ଚୁପଚାପ୍ ଏହି ଗୋଟେ ଜିନିଷ ଘରକୁ ଆଣନ୍ତୁ, ଋଣରୁ ମୁକ୍ତି ପାଇବା ସହିତ ରାତାରାତି ହୋଇଯିବେ ମାଲାମାଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଋଣ ଏକ ବୋଝ ଅଟେ। କରଜରେ ବୁଡି ରହିଥିବା ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାଏ ଏବଂ ପରିବାର ଲୋକେ ମଧ୍ୟ କଷ୍ଟ ଭୋଗି ଥାଆନ୍ତି। ଋଣରେ ବୁଡି ରହିଥିବା ବ୍ୟକ୍ତି ନିଜ ପରିବାର ପାଇଁ ଚିନ୍ତାର କାରଣ ହୋଇଥାଏ। କେବେବି ମଙ୍ଗଳବାର ଦିନ ଓ ଶନିବାର ଦିନ ଋଣ ନିଅନ୍ତୁ ନାହିଁ କିମ୍ବା ଉଧାର ଦିଅନ୍ତୁ ନାହିଁ। ତେଣୁ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ଋଣ ନେବାକୁ ଚାହୁଁଛନ୍ତି, ତାହେଲେ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଋଣ ନିଅନ୍ତୁ। ଏହା ଖୁବ୍ ଶୀଘ୍ର ପରିଶୋଧ ହୋଇ ଯାଇଥାଏ।ବନ୍ଧୁଗଣ ଋଣରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ଉପାୟ କରି ପାରିବେ। ଆଜି ଆମେ ଆପଣଙ୍କୁ ଋଣରୁ ମୁକ୍ତି ପାଇବା ପାଇଁ ସରଳ ଉପାୟ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହୋଇ ପାରିବେ।

ପାନ ହେଉଛି ଏକ ଏଭଳି ପତ୍ର ଯାହା ପ୍ରତ୍ୟେକ ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ପ୍ରୟୋଗ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ପ୍ରଥମେ ପାନର ପ୍ରୟୋଗ କରାଯାଇଥିଲା। ଜ୍ୟୋତିଷ ଶାସ୍ତ୍ରରେ ପାନକୁ ଅତ୍ୟନ୍ତ ପ୍ରଭାବଶାଳୀ ମାନା ଯାଇଛି। ପାନର ବୁଧ ଗ୍ରହ ସହିତ ଗଭୀର ସମ୍ବନ୍ଧ ରହିଛି। ଏହା ଧନ ସମ୍ବନ୍ଧିତ ଅନେକ ସମସ୍ୟାକୁ ଦୂର କରି ଦେଇଥାଏ। ଯଦି ଆପଣ ଋଣ ଭାରରେ ବୁଡି ରହିଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ମାର୍ଗ ଦେଖା ଯାଉନି, ତାହେଲେ ଆପଣ ପାନକୁ ନେଇ ଏହି ଖାସ ଉପାୟ କରି ପାରିବେ।

ସଫା ଓ ସତେଜ ପାନପତ୍ର ନିଅନ୍ତୁ। ଏଥିରେ ଦୁଇଟି ଅଳେଇଚ ଏବଂ ଲବଙ୍ଗ ରଖି ପାନ ଭାଙ୍ଗି ଦିଅନ୍ତୁ। ତାପରେ ସ୍ନାନ ସାରି ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ସେଠାରେ ଏହି ପାନ ଅର୍ପଣ କରି ଦିଅନ୍ତୁ। ଏହି ଉପାୟ ଆପଣ ମଙ୍ଗଳବାର ଦିନ କରି ପାରିବେ। ଏହାସହିତ ମଙ୍ଗଳବାର ଦିନ ତାମସିକ ପଦାର୍ଥର ସେବନ କରନ୍ତୁ ନାହିଁ। ଯଦି ଆପଣ ଋଣ ପରିଶୋଧ କରି ପାରୁ ନାହାଁନ୍ତି ଏବଂ ଆପଣଙ୍କୁ ଋଣ ନେବା ପରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି

ତାହେଲେ ଗୋଟେ ପାନ ନିଅନ୍ତୁ ଏବଂ ତା ଉପରେ ଦୁଇଟି ଲବଙ୍ଗ ରଖି କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ। ଏହାସହିତ ନିଜ ମନସ୍କାମନା ମଧ୍ୟ ଜଣାନ୍ତୁ। ଋଣରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସଙ୍କଟ ଖୁବ୍ ଶୀଘ୍ର ଦୂର ହୋଇ ଯିବ।

Leave a Reply

Your email address will not be published. Required fields are marked *