ଘରକୁ ବାରମ୍ବାର ବିଲେଇ ଆସିବାର ଅର୍ଥ କଣ ହୋଇଥାଏ? ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣ କଣ କହିଛନ୍ତି ଏହି ବିଷୟରେ –

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବିଲେଇ ହେଉଛି ଦେବୀ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀଙ୍କ ବାହନ। ଏହାସହିତ ବିଲେଇକୁ ପିତୃପୁରୁଷଙ୍କ ରୂପ ବୋଲି ମଧ୍ୟ ମାନା ଯାଇଛି। କହିବାକୁ ଗଲେ ପୌରାଣିକ ମାନ୍ୟତା ଅନୁସାରେ ବିଲେଇ, କୁକୁର, କାଉ, ପାରା ଆଦିଙ୍କ ବିଷୟରେ ଅନେକ ବର୍ଣ୍ଣନା ରହିଛି। କିନ୍ତୁ ବିଲେଇ କଥା ପଡ଼ିଲେ ମନରେ ଶୁଭ ଓ ଅଶୁଭ ହେବାର ଧାରଣା ଆସିଥାଏ।

କହିବାକୁ ଗଲେ ବିଭିନ୍ନ ପୁରାଣରେ ବିଲେଇକୁ ନେଇ ଅନେକ ବର୍ଣ୍ଣନା ରହିଛି। କିଛି ଗ୍ରନ୍ଥ ପୁରାଣରେ ବିଲେଇକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ଯଦି ଧାର୍ମିକ ନଜରରେ ଦେଖିବା, ତାହେଲେ ଅନେକ ନକରାତ୍ମକ ଓ ସକାରାତ୍ମକ ପାର୍ଥକ୍ୟ ଆସିଥାଏ। କିନ୍ତୁ ପଶୁପକ୍ଷୀ ମାନଙ୍କୁ କେବେବି ଅଶୁଭ ନଜରରେ ଦେଖିବା ଅନୁଚିତ। ସତକଥା କହିବାକୁ ଗଲେ ମନୁଷ୍ୟ ସବୁଠାରୁ ଅଶୁଭ ପ୍ରାଣୀ। କାରଣ ମନୁଷ୍ୟ ବିଚାର କରିଥାଏ କି ଘରକୁ ବିଲେଇ ଆସିଲେ ଅଶୁଭ ହୋଇଥାଏ। କିନ୍ତୁ ସେହି ମନୁଷ୍ୟ ନିଜର ସୁବିଧା ପାଇଁ ଅନ୍ୟର ଅମଙ୍ଗଳ ଚିନ୍ତା କରିଥାଏ ଏବଂ ପ୍ରକୃତିକୁ ଧ୍ଵଂସ କରି ଦେଇଥାଏ।

କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ବିଲେଇ ବାରମ୍ବାର ଘରକୁ ଆସିବାର କଣ ସଂକେତ ମିଳିଥାଏ। ଲୋକକଥା ଅନୁସାରେ ବିଲେଇ ଘରେ ରହିଥିବା କ୍ଷୀରରେ ମୁହଁ ଲଗାଇ ଦେଲେ ଧନହାନୀ ହୋଇଥାଏ। କୁହାଯାଏ କି କଳା ବିଲେଇ ରାସ୍ତା କାଟି ଦେଲେ ଅଶୁଭ ହୋଇଥାଏ। କିନ୍ତୁ ଏଭଳି କିଛି ହୋଇ ନଥାଏ। ସାଧାରଣତଃ କହିବାକୁ ହେଲେ ଘରକୁ ବାରମ୍ବାର ଧଳା ରଙ୍ଗର ବିଲେଇ ଆସୁଥିଲେ, ଘରେ ଧନ ବୃଦ୍ଧି ହୋଇଥାଏ।

ଯଦି ଆପଣ ନିଜ ସ୍ୱପ୍ନରେ ବାରମ୍ବାର କଳା ବିଲେଇକୁ ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଧନ ହାନୀ ହେବାର ସମ୍ଭାବନା ରହିଛି ଏବଂ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇପାରେ। ଯଦି ଆପଣ ନିଜ ସ୍ୱପ୍ନରେ ଧଳା ରଙ୍ଗର ବିଲେଇ ବାରମ୍ବାର ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି, ଆପଣଙ୍କର ଖରାପ ସମୟ ଶେଷ ହେବାକୁ ଯାଉଛି। ଯଦି କୌଣସି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରିଥାଏ ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ କୌଣସି ଶୁଭ ବା ମଙ୍ଗଳ କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *