ଜାନୁଆରୀ ୧୫ ମକର ସଂକ୍ରାନ୍ତିରେ ଦାନ କରି ଦିଅନ୍ତୁ ଏହି ଜିନିଷ । ରାତାରାତି ବଦଳି ଯିବ ଭାଗ୍ୟ । ଜାଣି ରଖନ୍ତୁ ।

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ ୧୪ରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଥାଏ । ଚଳିତ ବର୍ଷ ଜାନୁଆରୀ ୧୪ ତାରିଖ ରାତି ୦୮.୧୪ ରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଗୋଚର ସହିତ ମକର ସଂକ୍ରାନ୍ତି ପର୍ବ ପାଳିତ ହେବ । ସେହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଛି ।

ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ପବିତ୍ର ନଦୀରେ ସ୍ନାନ ଏବଂ ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହିଦିନ ଲୋକେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଧନ ଅର୍ଜନ ପାଇଁ ଅନେକ ପ୍ରକାରର ଉପାୟ କରିଥାନ୍ତି । ଆଜିକାର ଲେଖାରେ ମଧ୍ୟ ଆମେ ଏକ ଉପାୟ ବିଷୟରେ କହିବୁ ଯେଉଁ ଉପାୟ ଦ୍ୱାରା ଆପଣ ସଫଳତା ଏବଂ ଧନ ସମ୍ପତ୍ତି ଅର୍ଜନ କରି ପାରିବେ ।

ଚଳିତ ବର୍ଷ ରୋହିଣି ନକ୍ଷତ୍ର ସନ୍ଧ୍ୟା ୦୮.୧୮ ପର୍ଯ୍ୟନ୍ତ ରହିବ । ଯାହାକି ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସ୍ନାନ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାବ୍ୟତୀତ ଏହି ଦିନ କୌଣସି ଶୁଭ କାର୍ଯ୍ୟ ପାଇଁ ବ୍ରହ୍ମ ଯୋଗ ହେବ । ଏହି ସମୟରେ ଆରମ୍ଭ ହୋଇଥିବା କୌଣସିବି କାମରେ ବିଘ୍ନ ବାଧା ଆସି ନଥାଏ । ଏହିଦିନ ସୁନା ଚାନ୍ଦି କିଣିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏହିଦିନ ଝାଡୁ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଭଗବାନ ଗଣେଶଙ୍କ ମୂର୍ତ୍ତି ଏବଂ ମୟୁର ପର ଆଣିବା ଅତ୍ୟନ୍ତ ମଙ୍ଗଳାକାରୀ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମିଠା ବ୍ୟଞ୍ଜନ ବନାଇ ନିଶ୍ଚୟ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ । ସେହି ଭୋଗକୁ ନିଜ ପରିବାର ସହିତ ପ୍ରସାଦ ଆକାରରେ ସେବନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଧନ ବର୍ଷା କରିଥାନ୍ତି ।

ମକର ସଂକ୍ରାନ୍ତି ଦିନ ତିଳ ଏବଂ ଗୁଡ଼ ଲଡୁ ତିଆରି କରାଯାଇ ଥାଏ ଏବଂ ଦେବୀ ମାତାଙ୍କୁ ଅର୍ପିତ କରାଯାଏ । ତେଣୁ ଦ୍ୱିପ୍ରହର ୧୨.୦୨ ରୁ ୧୨.୧୦ ମଧ୍ୟରେ ତିଳ ଲଡୁ ବନାଇ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ ଏବଂ ଦାନ ମଧ୍ୟ କରନ୍ତୁ । ଏହାଦ୍ବାରା ଧନର ଆଗମନ ହୋଇଥାଏ । ଯଦି ଆପଣଙ୍କୁ କୌଣସି କାର୍ଯ୍ୟରେ ବାଧା ଆସୁଛି ତେବେ ସେହି ସମସ୍ୟା ମଧ୍ୟ ଦୂର ହୋଇଯିବ ।

ମକର ସଂକ୍ରାନ୍ତି ଦିନ ଚାଉଳ ଖିଚୁଡ଼ି ତିଆରି କରାଯାଏ । ଏହିଦିନ ଖିଚୁଡ଼ି ଦାନ କରିବା ଅତ୍ୟନ୍ତ ପୁଣ୍ୟଦାୟକ ହୋଇଥାଏ । ଏହିଦିନ ଆପଣ କିଛି କରନ୍ତୁ କି ନକରନ୍ତୁ କିନ୍ତୁ ଖିଚୁଡ଼ି ଦାନ ନିଶ୍ଚୟ କରନ୍ତୁ । ସୂର୍ଯ୍ୟଙ୍କୁ ଭୋଗ ଲଗାନ୍ତୁ । ପରିବାର ସହିତ ଏହାକୁ ଭୋଜନରେ ଗ୍ରହଣ କରନ୍ତୁ ।

ମକର ସଂକ୍ରାନ୍ତି ଦିନ ଖିଚୁଡ଼ି ଖାଇଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଶନି ଦୋଷାରୁ ମଧ୍ୟ ମୁକ୍ତି ମିଳିଥାଏ । ମକର ସଂକ୍ରାନ୍ତି ଦିନ ମାତାଙ୍କୁ ପ୍ରସନ୍ନ କରିବା ପାଇଁ କଦଳୀ ଏବଂ ଅଙ୍ଗୁର ନିଶ୍ଚୟ ଅର୍ପିତ କରନ୍ତୁ । ନିଜେ ସେବନ କରିବା ସହିତ ପରିବାରର ସଦସ୍ୟ ଏବଂ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ଦିଅନ୍ତୁ ।

ଏହାଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ନିଜ ପିତୃ ଦେବଙ୍କୁ ପ୍ରସନ୍ନ କରିବା ପାଇଁ କଲଦୀ ଅର୍ପିତ କରନ୍ତୁ । ମକର ସଂକ୍ରାନ୍ତିରେ ଖିଚୁଡ଼ିରେ ନିଶ୍ଚୟ ଲୁଣ ସେବନ କରନ୍ତୁ ମାତ୍ର ଅବିଜିତ ମୁହୂର୍ତ୍ତରେ ଅଳ୍ପ ଲୁଣ ନିଶ୍ଚୟ ସେବନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ ଏବଂ ଘରେ ଧନଧାନ୍ୟର ଅଭାବ ହେବ ନାହିଁ । ଧନ ସମ୍ପତ୍ତିରେ ଅବିବୃଦ୍ଧି ମଧ୍ୟ ହେବ ।

Leave a Reply

Your email address will not be published. Required fields are marked *