14 ଜାନୁଆରୀ ମକର ସଂକ୍ରାନ୍ତି ପାଣି ରେ 1 ଜିନିଷ ମିଶେଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ..

ବନ୍ଧୁଗଣ ହିନ୍ଦୁ ସଂସ୍କୃତି ରେ ମକର ସଂକ୍ରାନ୍ତି କୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସଂକ୍ରାନ୍ତି ବୋଲି ବିଶ୍ୱାସ କରାଯାଏ | ପୁରା ବର୍ଷ ରେ 12ଟି ସଂକ୍ରାନ୍ତି ହୋଇଥାଏ | ସୂର୍ଯ୍ୟ ଯେକୌଣସି ରାଶି ରେ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ | ଯେତେବେଳେ ସୂର୍ଯ୍ୟ ମକର ରାଶି ରେ ପ୍ରବେଶ କରନ୍ତି ତେବେ ଏହାକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ | ଏହି ଦିନ ସୂର୍ଯ୍ୟଦେବଙ୍କୁ ଆରାଧନା କରିବା ଦ୍ୱାରା ବହୁତ ହି ଶୁଭ ଫଳ ପ୍ରାପ୍ତ ହୋଇଥାଏ |

ଶନିଦେବ ମକର ଏବଂ କୁମ୍ଭ ରାଶି ର ସ୍ୱାମୀ ଅଟନ୍ତି ସେଥିପାଇଁ କୁହାଯାଏ କି ଏହି ଦିନ ପିତା ସୂର୍ଯ୍ୟ ତାଙ୍କ ପୁତ୍ର ଶନି ଙ୍କୁ ଭେଟିବାକୁ ଯାନ୍ତି | ଏହି ପିତା ପୁତ୍ର ଙ୍କ ମିଳନ କୁ ମକର ସଂକ୍ରାନ୍ତି ପର୍ବ ରୂପରେ ପାଳନ କରାଯାଏ | ଏବଂ ଶନି ଦେବ ନିଜ ପିତା ଙ୍କୁ ସ୍ୱାଗତ କରିବା ପାଇଁ ଅନେକ ଜିନିଷ ର ପ୍ରୟୋଗ କରିଥିଲେ | ତେବେ ଆପଣ ମଧ୍ୟ ଏହିପରି ସୂର୍ଯ୍ୟ ଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଏହି ଉପାୟ କରିପାରିବେ | ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ଦେବ ଙ୍କୁ କଣ ଅର୍ପଣ କରିବା ଶୁଭ ;

ବନ୍ଧୁଗଣ ପ୍ରାଚୀନ ଗ୍ରନ୍ଥ ରେ ସୂର୍ଯ୍ୟଦେବ ଙ୍କୁ ସର୍ବ ଜଗତ ର ଆତ୍ମା କୁହାଯାଇଛି | ସମସ୍ତ ଜୀବ ଙ୍କ ଆତ୍ମା ସ୍ରୋତ ସୂର୍ଯ୍ୟଦେବ ହିଁ ଅଟନ୍ତି | ସୂର୍ଯ୍ୟ ପାଇଁ ହିଁ ସୃଷ୍ଟି ରେ ଜୀବନ ଅଛି,ସୂର୍ଯ୍ୟ ସର୍ବ କଲ୍ୟାଣକାରୀ ହୋଇଥାନ୍ତି | ବେଦ ରେ ସୂର୍ଯ୍ୟ ଙ୍କୁ ଭଗବାନ ଙ୍କ ଚକ୍ଷୁ ବୋଲି କୁହାଯାଇଛି, ଯାହା ଦ୍ୱାରା ଭଗବାନ ଜଗତ ର କଲ୍ୟାଣ କରିଥାନ୍ତି |

ସେଥିପାଇଁ ମନୁଷ୍ୟ ଙ୍କୁ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ | ବନ୍ଧୁଗଣ ସୂର୍ଯ୍ୟ ଏ ସାରା ସଂସାର ର ପ୍ରତ୍ୟେକ ଜୀବର ଆଧାର ଅଟନ୍ତି | ସୂର୍ଯ୍ୟ ଙ୍କ ବିନା ଏ ସଂସାର ର ପରିକଳ୍ପନା କରିବା ଅସମ୍ଭବ |ବହୁ ପୁରାତନ କାଳ ରୁ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଆସିଛି | ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ଜୀବନ ରେ ଅନେକ ଚମତ୍କାରୀତା ହୋଇଥାଏ |

ଭଗବାନ ଶ୍ରୀରାମ ଠାରୁ ନେଇକି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦେଉଥିଲେ | ସୂର୍ଯ୍ୟ ଙ୍କ ଶକ୍ତି ବହୁତ ଅଲୌକିକ ହୋଇଥାଏ, ସୂର୍ଯ୍ୟ ବିନା ଏ ପୃଥିବୀ ଧ୍ବଂସ ହୋଇପାରେ | ସୂର୍ଯ୍ୟ ଇନ୍ଦ୍ରିୟ ସଂଯମ ଏବଂ ସକାରାତ୍ମକତା ର ଉର୍ଜା ହୋଇଥାନ୍ତି | ସଂସାର ର ସବୁ ସମସ୍ୟା ର ସମାଧାନ ସୂର୍ଯ୍ୟ ଦେବ ଙ୍କ ପାଖରେ ହିଁ ଅଛି |

ସୂର୍ଯ୍ୟଦେବ ଙ୍କ ଉପାସନା କରିବା ଦ୍ୱାରା ଆତ୍ମା ଶୁଦ୍ଧି ଏବଂ ମନୋବଳ ବଢିଥାଏ | ଜ୍ୟୋତିଷ ଶାସ୍ତ୍ର ରେ ସବୁ ଗ୍ରହ ପରି ସୂର୍ଯ୍ୟ ମଧ୍ୟ ରହିଥାନ୍ତି ଯଦି ସୂର୍ଯ୍ୟ ସଠିକ ସ୍ଥିତି ରେ ରୁହନ୍ତି ତେବେ ଶୁଭ ହୋଇଥାଏ | କିନ୍ତୁ ଯଦି ଅଶୁଭ ସ୍ଥିତି ରେ ରହିଥାନ୍ତି ତେବେ ଅତ୍ୟନ୍ତ ଅଶୁଭ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ନିୟମ କରିବା ଉଚିତ | ଯାହା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହେବ ;

ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ନିୟମ :-

1.ସୂର୍ଯ୍ୟଦେବ ଙ୍କୁ ତମ୍ଭା ପାତ୍ର କିମ୍ବା ହାତରେ ଆଞ୍ଜୁଳା ଆପଣ ଜଳ ଅର୍ପଣ କରିପାରିବେ | ଯଦି ଆପଣ ହାତ ରେ ଆଞ୍ଜୁଳା କରି ଦେଉଛନ୍ତି ତେବେ ଆଙ୍ଗୁଠି ଙ୍କୁ ଫର୍ଚା କରି ରଖିବା ଉଚିତ କୌଣସି ଆଙ୍ଗୁଠି କୌଣସି ଆଙ୍ଗୁଠି ସ୍ପର୍ଶ ନକରିବା ଉଚିତ | ଯଦି ଆପଣ ତମ୍ଭା ପାତ୍ର ରେ ଦେଉଛନ୍ତି ତେବେ ମଧ୍ୟ ଆଙ୍ଗୁଠି ସ୍ପର୍ଶ କରନ୍ତୁ ନାହିଁ |

2.ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ସର୍ବଦା ସୂର୍ଯ୍ୟଦୟ ସମୟ ରେ ଦେବା ଉଚିତ | ସୂର୍ଯ୍ୟଦେବ ଙ୍କୁ ତମ୍ଭା ପାତ୍ର ରେ ଅର୍ଘ୍ୟ ଦେବା ସର୍ବୋତମ ହୋଇଥାଏ | ତମ୍ଭା କୁ ସୂର୍ଯ୍ୟ ଦେବଙ୍କ ପ୍ରିୟ ଧାତୁ ବୋଲି ବିଶ୍ୱାସ କରାଯାଏ | ସେହି ପାତ୍ର ରେ ଗଙ୍ଗାଜଳ କିମ୍ବା ପବିତ୍ର ନଦୀର ଜଳ ର ପ୍ରୟୋଗ କରନ୍ତୁ |

3. ଜଳ ସହ କୌଣସି ବି ନାଲି ଫୁଲ, ନାଲି ଚନ୍ଦନ ଏବଂ ଚାଉଳ ନିଶ୍ଚିନ୍ତ ପକାନ୍ତୁ | ଆପଣ ଟିକିଏ ମହୁ, ଗୁଡ,ଘିଅ ଇତ୍ୟାଦି ମଧ୍ୟ ମିଶେଇ ପାରିବେ | ଏବଂ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବାର ସଠିକ ସମୟ ହେଉଛି ସୂର୍ଯ୍ୟଦୟ ସମୟ |

4.ସୂର୍ଯ୍ୟ ଦେବ ଙ୍କୁ ମନ୍ତ୍ର ଜପ କାରୀ ରବିବାର ଦିନ ତିନିଥର ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଗରିବୀ ଦୂର ହୋଇଥାଏ |

Leave a Reply

Your email address will not be published. Required fields are marked *