ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ଦାରିଦ୍ର୍ୟତା ରହିବ ଦୂରରେ ।

ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ ରେ ପାଳିତ ହେବ ଏବଂ ଏହିଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ । ହିନ୍ଦୁ ଧର୍ମରେ ସାଧରଣତଃ ସୂର୍ଯ୍ୟ ସଂକ୍ରାନ୍ତି ଅର୍ଥାତ ମକର ସଂକ୍ରାନ୍ତିକୁ ବିଶେଷ ମହତ୍ତ୍ୱ ଦିଆଯାଇଛି । ମକର ସଂକ୍ରାନ୍ତି ଦିନ ସ୍ନାନ ପରେ କରାଯାଇଥିବା ଶୁଭ କାର୍ଯ୍ୟ ଏବଂ ଦାନ ଧର୍ମ ବିଶେଷ ଫଳଦାୟୀ ହୋଇଥାଏ । ଏହିଦିନ ସ୍ନାନ ଦାନର ମଧ୍ୟ ବିଶେଷ ଲାଭ ରହିଛି ।

ଏହିଦିନ ଗାଈକୁ ଯଦି ଆପଣ କିଛି ବିଶେଷ ଜିନିଷ ଖୁଆଇ ଦିଅନ୍ତି ତେବେ ସ୍ନାନ ଏବଂ ଦାନର ମହତ୍ତ୍ୱ ବଢ଼ିଯିବ । ହିନ୍ଦୁ ଧର୍ମ ଅନୁଯାୟୀ ଏପରି ମାନ୍ୟତା ରହିଛି ଯେ , ଯଦି ଗାଈର ସେବା ନିଃସ୍ୱାର୍ଥପର ଭାବରେ କରାଯାଏ ତେବେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ସନାତନ ଧର୍ମରେ ଗାଈକୁ କିଛି ଜିନିଷ ଖୁଆଇବାର ମାନ୍ୟତା ରହିଛି । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ ସମେତ ସବୁ ଦେବଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

କିନ୍ତୁ କିଛି ଜିନିଷ ଅଛି ଯାହାକୁ ଗାଈକୁ ଆଦୋୖ ଖୁଆଇବା ଉଚିତ ନୁହେଁ । ସାଧରଣତଃ ଘରର ପ୍ରଥମ ରୋଟି ଗାଈକୁ ପ୍ରତ୍ୟେକ ଦିନ ଖୁଆଇବା ଉଚିତ । ଗାଈକୁ ଗୁରୁ ଗ୍ରହ ସହିତ ତୁଳନା କରାଯାଉଥିବାରୁ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ମିଶାଇ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଗୁରୁ ଗ୍ରହ ମଜବୁତ ହୋଇଥାଏ ।

ମାନସିକ ଚିନ୍ତାରେ ପୀଡ଼ିତ ଥିଲେ ରୋଟିରେ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଚିନ୍ତା ସମସ୍ୟା ଦୂର ହୋଇଯାଏ । ଗାଈକୁ ରୋଟି ଖୁଆଇଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗାଈକୁ ବାସୀ ରୋଟି ଖୁଆଇବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି ଏବଂ ଗୋମାତାଙ୍କ ଅପମାନ ମଧ୍ୟ ହୋଇଥାଏ । ଗାଈକୁ ପଚା ସଢ଼ା ଖାଦ୍ୟ ମଧ୍ୟ ଦେବା ଉଚିତ ନୁହେଁ । ଏହାଦ୍ବାରା ଘର ଉପରେ ସମସ୍ୟା ଆସିଥାଏ । ଗାଈର ପ୍ରିୟ ହୋଇଥାଏ ଅଶ୍ୱତ୍ଥ ପତ୍ର।

କିନ୍ତୁ ଯାହାକୁ ନିଜେ ତୋଳି ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ । ଗାଈକୁ କ୍ଷୀର ଖୁଆଇବା ଉଚିତ ନୁହେଁ । ଆପଣ ଦହି ଭାତ ଖୁଆଇ ପାରିବେ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ଅନେକ ୟୁନିର ଜନ୍ମ ପରେ ଆତ୍ମା ଗାଈ ରୂପରେ ବିଶ୍ରାମ କରିଥାଏ ଏବଂ ଆଗାମୀ ଯାତ୍ରା ମନୁଷ୍ୟ ରୂପରେ କରିଥାଏ ।

ଯଦି ଆପଣ କୌଣସି ସହରରେ ରହୁଛନ୍ତି ଏବଂ ଗାଈ ରଖିବାକୁ ସକ୍ଷମ ନୁହନ୍ତି ତେବେ ପ୍ରତ୍ୟେକ ଦିନ ଗାଈ ନାମରେ ଟଙ୍କା ରଖନ୍ତୁ ଏବଂ ଶେଷରେ କିଛି ବର୍ଷ ପରେ ସେହି ଟଙ୍କାରେ ଗରିବାକୁ ଖାଇବାକୁ ଦିଅନ୍ତୁ । କିମ୍ବା ରୁଟି ବନାଇ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ । ମାତ୍ର ସମ୍ଭବ ନହେଲେ କୌଣସି ଗରିବ କିମ୍ବା ଅନାଥକୁ ମଧ୍ୟ ଦେଇ ପାରିବେ । ଏହାଦ୍ବାରା ସମାନ ଫଳ ପ୍ରାପ୍ତ ହୋଇଥାଏ । ମାତ୍ର ଗାଈ ପ୍ରତି କେବେ ଅନାଦର କିମ୍ବା ଘୃଣା ଭାବ ଆଣନ୍ତୁ ନାହିଁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଗାଈ ଶରୀରରେ ପିତୃ ମଧ୍ୟ ବାସ କରନ୍ତି । ଏପରି କୁହାଯାଏ ଯେ ପିତୃ ପକ୍ଷରେ ଗାଈକୁ ଭୋଜନ କରାଇବା ଉଚିତ । ଲୁଣ ଦ୍ୱାରା ମଧ୍ୟ ଆପଣ ଏକ ଉପାୟ କରି ପାରିବେ । ଲୁଣ ଜୀବନରେ ଉନ୍ନତି ଆଣିବା କାମ କରିଥାଏ । ତେଣୁ ଘରେ ହେଉଥିବା ପ୍ରଥମ ରୁଟିରେ ଅଳ୍ପ ସାଧାରଣ ଲୁଣ ରଖି କୌଣସି କପିଳ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ । ଏହାବ୍ୟତୀତ ଆର୍ଥିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ଅର୍ଥାତ ଗାଈର ସେବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *