ମକର ସଂକ୍ରାନ୍ତି ଦିନ ଏହି ଚାରୋଟି ଜିନିଷର କରନ୍ତୁ ସେବନ। ବର୍ଷ ସାରା ଆପଣ ରହିବେ ମାଲାମାଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମକର ସଂକ୍ରାନ୍ତି ଭଗବାନ ସୂର୍ଯ୍ୟ ଓ ଶନିଙ୍କୁ ସମର୍ପିତ ଅଟେ। ମକର ସଂକ୍ରାନ୍ତିକୁ ବିଭିନ୍ନ ରାଜ୍ୟରେ ଅନେକ ନାମରେ ନାମିତ କରାଯାଇଛି ଯେପରି ଖିଚିଡି, ପୁଙ୍ଗଲ, ଉତ୍ତରାୟଣ। ପ୍ରତ୍ୟକବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖ ଦିନ ପାଳନ ହୋଇଥାଏ। କିନ୍ତୁ ଏହି ବର୍ଷ ତାରିଖକୁ ନେଇ କିଛି ସମସ୍ୟା ରହିଛି। ତେଣୁ ଏହି ବର୍ଷ ଜାନୁଆରୀ ୧୫ ତାରିଖ ଦିନ ମକର ସଂକ୍ରାନ୍ତି ପାଳିତ ହେବ।

ଯେତେବେଳେ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିଥାନ୍ତି, ତାହାକୁ ମକର ସଂକ୍ରାନ୍ତି କୁହାଯାଏ। ତେବେ ଆସନ୍ତୁ ଜାଣିବା ପୁଣ୍ୟ କାଳ କେବେ ଓ ଏହିଦିନ କଣ ଖାଇବା ଉଚିତ? ଜାନୁଆରୀ ୧୫ ତାରିଖ ଉଦୟା ତିଥି ପଡୁଛି, ତେଣୁ ସେହି ଦିନ ମକର ସଂକ୍ରାନ୍ତି ପାଳିତ ହେବ। ଜାନୁଆରୀ ୧୫ ତାରିଖ ଦିନ ସକାଳ ୭:୧୫ ଘଟିକାରୁ ସନ୍ଧ୍ୟା ୫:୪୦ ମିନିଟ ପର୍ଯ୍ୟନ୍ତ ମକର ସଂକ୍ରାନ୍ତିର ପୁଣ୍ୟ କାଳ ରହିବ। ଏହିଦିନ ଆପଣ ଦାନ ଧର୍ମ ଆଦି କରି ପାରିବେ। ଏହାଦ୍ବାରା ପିତୃପୁରୁଷ ତୃପ୍ତ ହେବେ।

ପୂର୍ବରୁ ସୂର୍ଯ୍ୟ ଗ୍ରହ ଧନୁ ରାଶିରେ ଥିଲେ ଏବଂ ଖରମାସ ଆରମ୍ଭ ହୋଇ ଯାଇଥିଲା। ଖରମାସରେ କୌଣସି ମାଙ୍ଗଳିକ କାର୍ଯ୍ୟ ଯେପରି ମୁଣ୍ଡନ, ଗୃହ ପ୍ରବେଶ, ବିବାହ, ବ୍ରତଘର ଆଦି କରାଯାଇ ନଥାଏ। ପୌରାଣିକ ମାନ୍ୟତା ଅନୁସାରେ ଦେବୀ ଗଙ୍ଗା ଏହିଦିନ ଭଗବାନ ଶିବଙ୍କ ଜଟାରୁ ବାହାରି ରାଜା ଭଗୀରଥଙ୍କ ପୂର୍ବପୁରୁଷଙ୍କୁ ମୁକ୍ତି ଦେଇ ସାଗର ସହିତ ମିଶି ଥିଲେ। କହିବାକୁ ଗଲେ ମକର ସଂକ୍ରାନ୍ତିକୁ ବିଭିନ୍ନ ନାମରେ ନାମିତ କରାଯାଇଛି।

ମକର ସଂକ୍ରାନ୍ତିକୁ ଖିଚିଡି ବୋଲି ମଧ୍ୟ କୁହାଯାଏ। କାରଣ ଏହିଦିନ ଖିଚିଡି ଖାଇବାର ବିଧାନ ରହିଛି। ଏହାସହିତ ଆପଣ ଗୁଡ଼ ମଧ୍ୟ ଖାଇ ପାରିବେ। ମକର ରାଶିରେ ସୂର୍ଯ୍ୟ, ଶୁକ୍ର, ଶନି ଗ୍ରହର ମିଳନ ହେବା ଫଳରେ ଅନ୍ୟ ରାଶି ଗୁଡ଼ିକ ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ। ଏହିଦିନ ଆପଣ ଚଣା, ବାଦାମ ଆଦି ମଧ୍ୟ ଖାଇ ପାଇବେ। ମକର ସଂକ୍ରାନ୍ତି ଦିନ ତିଳ ଖାଇବା ଓ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *