ଜାନୁଆରୀ ୬ ପୌଷ ପୂର୍ଣ୍ଣିମା , ଏକ ମୁଠା ଲୁଣ ଚୁପଚାପ ରଖି ଦିଅନ୍ତୁ , ଦାରିଦ୍ର୍ୟତା ହୋଇଯିବ ଦୂର ।

ସନାତନ ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । ଚଳିତ ନୂଆ ବର୍ଷର ପ୍ରଥମ ପୂର୍ଣ୍ଣିମା ୬ ତାରିଖରେ ପଡ଼ୁଛି । ଯେଉଁଦିନ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କାରବାର ବିଶେଷ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହାବ୍ୟତୀତ ଏହି ପୂର୍ଣ୍ଣିମା ଶୁକ୍ରବାର ଦିନ ପଡ଼ୁଛି ଯାହା ଆହୁରି ଶୁଭ ଅଟେ । ପୌଷ ପୂର୍ଣ୍ଣିମା ଦିନ ସକାଳୁ ପବିତ୍ର ନଦୀ ସ୍ନାନ କରି ବ୍ରତ କରାଯାଏ ଏବଂ ସନ୍ଧ୍ୟାରେ ଚନ୍ଦ୍ରଦେବ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ ।

ମାତ୍ର ଏହିଦିନ ଲୁଣକୁ ଉପଯୋଗ କରି କିଛି ବିଶେଷ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ଲୁଣ ଆମ ଦୈନନ୍ଦିନ ଜୀବନରେ ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । ଲୁଣର ଉଭୟ ଦୈବିକ ଏବଂ ବୈଜ୍ଞାନିକ ଲାଭ ରହିଛି । ଆଜିକାର ଲେଖାରେ ଆମେ ଲୁଣର ଦୈବିକ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଥିଲା ଉପକାରିତା ବିଷୟରେ କହିବୁ । ମନୁଷ୍ୟ ଶରୀର ପାଇଁ ଲୁଣ ଅତ୍ୟନ୍ତ ଆବଶ୍ୟକ ଅଟେ । ଏହାବ୍ୟତୀତ ଏହା ଘରୁ ନକରାତ୍ମକତାକୁ ମଧ୍ୟ ବାହାର କରିଥାଏ ।

ଲୁଣ ମଧ୍ୟରେ ସମସ୍ତ ପ୍ରକାରର ନକରାତ୍ମକତାକୁ ଅବଶୋଷିତ କରିବାର କ୍ଷମତ ଥାଏ । ଏହା ସକାରାତ୍ମକତା ମଧ୍ୟ ଉତ୍ପନ୍ନ କରିଥାଏ । ଖାଲି ଯେ ଏହା ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ବ୍ୟବହୃତ ହୋଇଥାଏ ତାହାନୁହେଁ , ବରଂ ଏହା ଅନେକ ଉପାୟ ପାଇଁ ବ୍ୟବହୃତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ବିଷୟରେ ବର୍ଣ୍ଣିତ ହୋଇଛି ଯାହାଦ୍ୱାରା ଆପଣ ଗ୍ରହକୁ ମଧ୍ୟ ଶାନ୍ତ କରି ପାରିବେ ।

ଯେତେବେଳେ ସବୁ ଗ୍ରହ ଶୁଭ ପରିଣାମ ଦିଅନ୍ତି ସେତେବେଳେ ମନୁଷ୍ୟକୁ ଜୀବନର ସବୁ ସୁଖ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ । କେବଳ ଏକ ଚିମୁଟା ଲୁଣ ଆପଣଙ୍କ ଭାଗ୍ୟକୁ ବଦଳାଇବାର କ୍ଷମତା ରଖିଥାଏ । ଲୁଣ ବିଭିନ୍ନ ପ୍ରକାରର ହୋଇଥାଏ ମାତ୍ର ସେଥିମଧ୍ୟରୁ ସାଧାରଣ ଲୁଣ ଅନ୍ୟତମ ଅଟେ ।

ମନେ ରଖନ୍ତୁ ଯେ ବ୍ୟକ୍ତି କେବେବି ନିଜ ଶତ୍ରୁ ଘରର ଲୁଣ ଖାଇବା ଉଚିତ ନୁହେଁ । ଶତ୍ରୁ ଘରର ମିଠା ଖାଇ ହେବ , ମାତ୍ର ଲୁଣ ନୁହେଁ । କୌଣସି ପାପୀ ଘରର ଲୁଣ ମଧ୍ୟ ଖାଆନ୍ତୁ ନାହିଁ । କାହାରି ଚାପରେ ଆସି ଅନ୍ୟ ଘରର ଲୁଣ ଖାଆନ୍ତୁ ନାହିଁ । କାହାରି ଘରୁ ଲୁଣ ଧାର ନେବା ଉଚିତ ନୁହେଁ । ଲୁଣ ସେହି ବ୍ୟକ୍ତି ଘରୁ ନେବା ଉଚିତ ଯେଉଁ ଘରେ ସଂସ୍କାରି ବାତାବରଣ ରହିଥିବ । ଦାରିଦ୍ର୍ୟତାକୁ ଦୂର କରିବା ପାଇଁ ସପ୍ତାହରେ ଥରେ ଘରକୁ ଲୁଣ ମିଶା ପାଣିରେ ପୋଛି ଦିଅନ୍ତୁ ।

ଏହି ଉପାୟ ଦ୍ୱାରା ଦାରିଦ୍ର୍ୟତା ଦୂରେଇ ଯିବ । କିନ୍ତୁ ଗୁରୁବାର ଦିନ ଘର ପୋଛିବା ନୁହେଁ । ଘରେ ସକାରାତ୍ମକ ଶକ୍ତି ବଜାୟ ରଖିବା ପାଇଁ ରୋକ ସଲଟ ଲ୍ୟାମ୍ପ ବ୍ୟବହାର କରନ୍ତୁ । ଘରେ ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ମୁଠାଏ ଲୁଣ ମୁଣ୍ଡ ଉପର ଦେଇ ତିନିଥାଏ ବୁଲାଇ ଜଳରେ ଭସାଇ ଦିଅନ୍ତୁ । ଯଦି ଆପଣ କୌଣସି ନଜର ଦୋଷରେ ପୀଡ଼ିତ ଅଛନ୍ତି , ତେବେ ଅଳ୍ପ ଲୁଣ ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଘରର ମୁଖ୍ୟଦ୍ୱାରରୁ ବାହାରକୁ ଫିଙ୍ଗି ଦିଅନ୍ତୁ ।

ଘରେ ଲୁଣକୁ ସର୍ବଦା କାଚ ପାତ୍ରରେ କିମ୍ବା ଡବାରେ ରଖନ୍ତୁ । ଅନ୍ୟ କୌଣସି ଧାତୁ ପାତ୍ରରେ ଲୁଣ ରଖନ୍ତୁ ନାହିଁ । ନଚେତ ଆପଣଙ୍କ ବର୍ବାଦି ହୋଇଥାଏ । ଯଦି ଆପଣ ଧନରେ ବୃଦ୍ଧି ଚାହୁଁଛନ୍ତି ତେବେ ଏକ କାଚ ପାତ୍ରରେ ଲୁଣ ଭରି ସେଥିରେ ଚାରି ପାଞ୍ଚଟି ଲବଙ୍ଗ ପକାଇ ରଖି ଦିଅନ୍ତୁ ।

ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରକୁ ଧନର ଆଗମନ ମଧ୍ୟ ହୋଇଥାଏ । ଖାଦ୍ୟ ଖାଇବା ସମୟରେ ଯଦି ଲୁଣ କମ ଅନୁଭୂତ ହୁଏ ତେବେ ସିଧାସଳଖ ଲୁଣ ପ୍ରୟୋଗ କରନ୍ତୁ ନାହିଁ । ସେହି କ୍ଷେତ୍ରରେ କଳା ଲୁଣ ବ୍ୟବହାର କରି ପାରିବେ । ନଚେତ ଆପଣଙ୍କ ଜାତକରେ ଶନିଙ୍କ ଖରାପ ପ୍ରଭାବ ଆରମ୍ଭ ହୋଇପାରେ । ଯଦି ଆପଣଙ୍କ ଜାତକରେ ଚନ୍ଦ୍ର ଦୁର୍ବଳ ତେବେ ଖାଦ୍ୟରେ ସମୁଦ୍ରି ଲୁଣର ବ୍ୟବହାର କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *