ଜାନୁଆରୀ ୬ ପୌଷ ପୂର୍ଣ୍ଣିମା ଦିନ ପର୍ସରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ , କେବେ ହେବ ନାହିଁ ଧନର ଅଭାବ ।

ଦୁନିଆରେ ସବୁ ଲୋକ ଧନ ପ୍ରାପ୍ତି କରିବାକୁ ଇଚ୍ଛା କରନ୍ତି । ମାତ୍ର ଧନ ସେହି ବ୍ୟକ୍ତିକୁ ପ୍ରାପ୍ତ ହୋଇଥାଏ , ଯେଉଁ ବ୍ୟକ୍ତି ପରିଶ୍ରମ କରିଥାଏ । ମାତ୍ର କେବଳ ପରିଶ୍ରମ ହିଁ ଯଥେଷ୍ଟ ନୁହେଁ । ଅନେକ ସମୟରେ ଲୋକେ ପରିଶ୍ରମ କରିବା ସତ୍ତ୍ୱେବି ଧନ ସଞ୍ଚିତ ହୋଇପାରେ ନାହିଁ । ମାତ୍ର କିଛି ଲୋକ ଧନ ଅର୍ଜନ ପାଇଁ ଖରାପ ରାସ୍ତା ଆପଣେଇ ଥାଆନ୍ତି । କିନ୍ତୁ ଆଜି ଆମେ କିଛି ଏପରି ଜିନିଷ ବିଷୟରେ କହିବୁ , ଯାହାକୁ ଯଦି ଆପଣ ନିଜ ପର୍ସରେ ରଖନ୍ତି ତେବେ ଆପଣଙ୍କ ପର୍ସ କେବେବି ଖାଲି ହେବ ନାହିଁ ଏବଂ ଧନର ଆଗମନ ମଧ୍ୟ ହେବ ।

୧ . ମାତା ଲକ୍ଷ୍ମୀଙ୍କ ଫୋଟ:-

ଧନର ଦେବୀ ମାତା ଲକ୍ଷ୍ମୀ ଅଟନ୍ତି । ମାତା ଲକ୍ଷ୍ମୀ ପ୍ରସନ୍ନ ହେଲେ ହିଁ ଘରକୁ ଧନ ଆସିଥାଏ । ତେଣୁ ଯଦି ଆପଣ ନିଜ ପର୍ସରେ ମାତା ଲକ୍ଷ୍ମୀଙ୍କ ଫୋଟ ରଖନ୍ତି ତେବେ ଆପଣଙ୍କ ପର୍ସ କେବେ ଖାଲି ହେବନାହିଁ । ମାତ୍ର ସେଥିରେ ମାତା ଲକ୍ଷ୍ମୀ ବସିଥିବା ମୁଦ୍ରାରେ ରହିଥିବା ଆବଶ୍ୟକ ।

୨ . ଅଶ୍ୱତ୍ଥ ପତ୍ର:-

ହିନ୍ଦୁ ଧର୍ମରେ ଅଶ୍ୱତ୍ଥ ପତ୍ରର ଅନେକ ମହତ୍ତ୍ୱ ରହିଛି । ଏହି ଗଛକୁ ପୂଜା କରାଯାଏ । ଏପରି ମାନ୍ୟତା ରହିଛି ଯେ ଯଦି ଆପଣ ଅଶ୍ୱତ୍ଥ ପତ୍ରକୁ ଅଭିମନ୍ତ୍ରିତ କରି ନିଜ ପର୍ସରେ ରଖନ୍ତି ତେବେ କେବେବି ଧନର ଅଭାବ ହେବ ନାହିଁ ।

୩ . ନାଲି ରଙ୍ଗର ପେପର:-

ନାଲି ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଏହା ଧନ ପ୍ରାପ୍ତିର ପ୍ରତୀକ ହୋଇଥାଏ । ତେଣୁ ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରି ଏକ ନାଲି ପେପରରେ ନିଜର ମନସ୍କାମନା ଲେଖି ତାହାକୁ ଏକ ରେଶମୀ ସୂତାରେ ବାନ୍ଧି ନିଜ ପର୍ସରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କୁ କେବେବି ଆର୍ଥିକ ସମସ୍ୟା ଦେଖା ଦେବ ନାହିଁ ।

୪ . ଚାଉଳ:-

ହିନ୍ଦୁ ଧର୍ମ ଶାସ୍ତ୍ରରେ ଚାଉଳର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଚାଉଳକୁ ଯଦି ଆପଣ ନିଜ ପର୍ସରେ ରଖନ୍ତି ତେବେ ଏହା ଆପଣଙ୍କ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରିତ କରିଥାଏ । ଏହାବ୍ୟତୀତ ଧନ ଲାଭ ମଧ୍ୟ ହୋଇଥାଏ ।

୫ . ଛୋଟ ଛୁରୀ , କାଚ , କଉଡ଼ି କିମ୍ବା ଗୋମତି ଚକ୍ର:-

ଶାସ୍ତ୍ର ଅନୁଯାୟୀ ଆପଣ ନିଜ ପର୍ସରେ ଛୋଟ ଛୁରୀ , କାଚ , କଉଡ଼ି କିମ୍ବା ଗୋମତି ଚକ୍ର ମଧ୍ୟ ରଖି ପାରିବେ । ଯାହାଦ୍ୱାରା ଆପଣଙ୍କ ପର୍ସ କେବେବି ଖାଲି ହେବ ନାହିଁ ।

୬ . ସୁନା ଏବଂ ରୂପା ମୁଦ୍ରା:-

ଯଦି ଆପଣ ପର୍ସରେ ସୁନା କିମ୍ବା ରୂପାର ମୁଦ୍ରା ରଖନ୍ତି ତେବେ ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଧନରେ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ଯଦି କେହି ଗୁରୁଜନ ଆପଣଙ୍କୁ କୌଣସି ନୋଟ କିମ୍ବା କୋଏନ ଦେଉଛନ୍ତି ତେବେ ସେଥିରେ ହଳଦୀ ଏବଂ କେଶର ଲଗାଇ ପର୍ସରେ ରଖନ୍ତୁ । ଏହାଦ୍ବାରା ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ ।

ଏହି କିଛି ଜିନିଷ ଆଦୋୖ ରଖନ୍ତୁ ନାହିଁ ପର୍ସରେ ।

ପର୍ସରେ ନୋଟକୁ କେବେବି ମୋଡ଼ି ରଖନ୍ତୁ ନାହିଁ । ତାହାକୁ ଭଲ ଭାବରେ ସିଧା କରି ରଖନ୍ତୁ । ମନେ ରଖନ୍ତୁ ଯେ ମନୁଷ୍ୟର ସବୁ ସମୟ ସମାନ ନଥାଏ । ତେଣୁ ଖରାପ ସମୟରେ ମନୁଷ୍ୟକୁ ଧୌର୍ଯ୍ୟହରା ହେବା ଉଚିତ ନୁହେଁ ବରଂ ସବୁକିଛିକୁ ସାମ୍ନା କରି ଆଗେଇ ଯିବା ଉଚିତ । ଏହାବ୍ୟତୀତ ମନୁଷ୍ୟକୁ ନିଜର ଭଲ ସମୟକୁ ମଧ୍ୟ ଚିହ୍ନିବା ଉଚିତ । ଅଳେଇଚର ବ୍ୟବହାର ଦ୍ୱାରା ଆପଣ ନିଜର ଶୁକ୍ର ଗ୍ରହକୁ ମଜବୁତ କରି ପାରିବେ । ତେଣୁ ଶୁକ୍ରକୁ ମଜବୁତ କରିବା ପାଇଁ ଏକ ଗ୍ଲାସ ପାଣିରେ ଅଳେଇଚ ଦୁଇ ତିନୋଟି ମଞ୍ଜି ପକାଇ ପାଣିକୁ ଫୁଟାଇ ଦିଅନ୍ତୁ । ତାପରେ ସେହି ପାଣିକୁ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତୁ । ପ୍ରତ୍ୟେକ ଦିନ ଏହି ଉପାୟ କଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଶୁକ୍ର ମଜବୁତ ହେବା ସହିତ ଜୀବନରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।

ଯଦି ଆପଣ ବିଦ୍ୟାର୍ଥୀ କିମ୍ବା ବ୍ୟବସାୟୀ ତେବେ ଶୁକ୍ରବାର ଦିନ ଏକ ଛୋଟ ମିଶ୍ରୀ ଖଣ୍ଡ ଏବଂ ଅଳେଇଚ ନେଇ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ପଛକୁ ନଦେଖି ଘରକୁ ଚାଲି ଆସନ୍ତୁ ଏବଂ ନିଜ ମନସ୍କାମନା ମଧ୍ୟ ପ୍ରାର୍ଥନାରେ କୁହନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ବିବାହ ସମ୍ବନ୍ଧୀୟ ସମସ୍ୟା ଥିଲେ ଅଳେଇଚ , ଦୀପ ଏବଂ ମିଠା ବସ୍ତୁ ନେଇ ଯାଆନ୍ତୁ ଏବଂ ତାହାକୁ କୌଣସି ନଦୀ ପାଖରେ ରଖି ଦୀପ ଜାଳି ଦିଅନ୍ତୁ । ତାହାକୁ ପ୍ରବାହିତ ଜଳରେ ଭସାଇ ମଧ୍ୟ ପାରିବେ । ଏହାପରେ ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଆପଣଙ୍କର ବିବାହ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *