ପୌଷ ପୂର୍ଣ୍ଣିମା ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏଭଳି କାର୍ଯ୍ୟ, ଦେବୀ ଲକ୍ଷ୍ମୀ ହୋଇଯିବେ କ୍ରୋଧିତ।

ଜାନୁଆରୀ ୬ ତାରିଖ ୨୦୨୩ ଶୁକ୍ରବାର ଦିନ ନୂଆବର୍ଷର ପ୍ରଥମ ଏକାଦଶୀ ଅଟେ। ଏହିଦିନ ପୌଷ ପୂର୍ଣ୍ଣିମା ସହିତ ଦେବୀ ଲକ୍ଷ୍ମୀଙ୍କ ବାର ଶୁକ୍ରବାର ଅଟେ। ଏହିଦିନ ଯେଉଁ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କର ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିଥାଏ, ତାଙ୍କ ଜୀବନରେ କେବେବି ଧନର ଅଭାବ ହୋଇ ନଥାଏ। ଏହାସହିତ ଜୀବନରେ ସବୁ ସଙ୍କଟ ଟଳି ଯାଇଥାଏ।

ଆଜିର ଆଧୁନିକ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଧନ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳିନଥାଏ। ଏହାର ମୁଖ୍ୟ କାରଣ ହେଉଛି ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହା ଆମ ଭାଗ୍ୟ ଉପରକୁ ସଙ୍କଟ ନେଇ ଆସିଥାଏ। ଏହି ଆମେ ଆପଣଙ୍କୁ କିଛି ଏଭଳି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ପୂର୍ଣ୍ଣିମା ଦିନ କେବେବି କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ପୌଷ ପୂର୍ଣ୍ଣିମା ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ :-

– ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘର ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିଥାଏ, ସେଠାରେ ହିଁ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଘରେ ସନ୍ଧ୍ୟା ହେବା ପୂର୍ବରୁ ଝାଡୁ ପୋଛା କରି ନେବା ଉଚିତ। ସନ୍ଧ୍ୟା ସମୟରେ ଝାଡୁ ବା ପୋଛା ଲଗାଇଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

– କୌଣସି ପୂର୍ଣ୍ଣିମା ଦିନ ତାମସିକ ଭୋଜନ କରିବା ଉଚିତ ନୁହେଁ। ଯେପରି ମାଂସ,ମଦିରା, ପିଆଜ, ରସୁଣ ଆଦି ସେବନ କରିବା ଉଚିତ ନୁହେଁ। ଯଦି ଆପଣ ପୂର୍ଣ୍ଣିମା ଦିନ ଏହିସବୁ ଜିନିଷର ସେବନ କରିବେ ତାହେଲେ ମାଆ ଲକ୍ଷ୍ମୀ କେବେବି ଆପଣଙ୍କର ମନବାଞ୍ଛା ପୂରଣ କରିବେ ନାହିଁ।ଏହାସହିତ ଘରେ ଅଭାବ ଅନଟନ ଦେଖା ଦେବ।

– ପୂର୍ଣ୍ଣିମା ଦିନ ରାତିରେ କେବେବି ଦେବୀ ଲକ୍ଷ୍ମୀଙ୍କୁ ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀଙ୍କର କୋପର ସାମ୍ନା କରିବାକୁ ପଡିପାରେ। ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କୁ ଅତି ପ୍ରିୟ ଅଟେ, ତେଣୁ ଭଗବାନ ବିଷ୍ଣୁଙ୍କର ପୂଜାରେ ତୁଳସୀ ପତ୍ର ନ ଲାଗିଲେ ପୂଜା ସମ୍ପନ୍ନ ହୋଇ ନଥାଏ। କିନ୍ତୁ ଦେବୀ ଲକ୍ଷ୍ମୀଙ୍କ ପାଖରେ କେବେବି ତୁଳସୀ ପତ୍ର ଲଗାନ୍ତୁ ନାହିଁ। ନଚେତ ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି ହେବ।

– ପୂର୍ଣ୍ଣିମା ଦିନ ରାତିରେ କେବେବି ଦହି ଖାଇବା ଉଚିତ ନୁହେଁ। ଏହାଦ୍ବାରା ଧନହାନୀ ହେବାର ସମ୍ଭାବନା ରହିଥାଏ।ଏହାସହିତ ଏହାର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ।

– ପୂର୍ଣ୍ଣିମା ଦିନ ଅନ୍ୟମାନଙ୍କ ସହିତ ବାଦବିବାଦ ଆଦି କରିବା ଉଚିତ ନୁହେଁ। ଏହାସହିତ ଅନ୍ୟମାନଙ୍କର ଅପମାନ ମଧ୍ୟ କରିବା ଉଚିତ ନୁହେଁ। ନଚେତ ଚନ୍ଦ୍ର ଦୋଷ ଲାଗିବାର ସମ୍ଭାବନା ରହିଥାଏ। ଚନ୍ଦ୍ର ଦୋଷ ଆପଣଙ୍କ ସୁଖ ସମୃଦ୍ଧିକୁ ପ୍ରଭାବିତ କରିଥାଏ। କୁହାଯାଏ କି ପୂର୍ଣ୍ଣିମା ଦିନ ଚନ୍ଦ୍ରର ପ୍ରଭାବ ଅଧିକ ଗଭୀର ହୋଇଥାଏ।ପୂର୍ଣ୍ଣିମା ଦିନ ରାତିରେ ଚନ୍ଦ୍ର ଗ୍ରହକୁ ପୂଜାର୍ଚ୍ଚନା କରିବା ଉଚିତ, ଏହାଦ୍ବାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ। ତାଛଡା ଏହିଦିନ ବୃଦ୍ଧ ଲୋକଙ୍କର ସେବା କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ।

– ଭଗବାନ ଶିବଙ୍କ ମଥାରେ ଚନ୍ଦ୍ର ବିରାଜମାନ କରିଥାନ୍ତି। ତେଣୁ ପୂର୍ଣ୍ଣିମା ଦିନ ଭଗବାନ ଶିବଙ୍କୁ ବିଶେଷ ରୂପରେ ପୂଜାର୍ଚ୍ଚନା ମଧ୍ୟ କରାଯାଏ। ଯାହାଫଳରେ ଆପଣଙ୍କ ପରିବାର ଉପରେ ଭଗବାନ ଶିବଙ୍କ ଅସୀମ କୃପା ଦୃଷ୍ଟି ରହିବ। ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

Leave a Reply

Your email address will not be published. Required fields are marked *