ବର୍ଷର ଶେଷ ପୌଷ ପୂର୍ଣ୍ଣିମା ରାତିରେ ଏଠାରେ ଜଳାନ୍ତୁ, ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ଘରକୁ ଆଗମନ କରିବେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ତୁଳସୀ ଗଛ ମୂଳରେ ଦୀପ ଜଳାଇ ଏହି ତିନୋଟି ଶବ୍ଦ କହିଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତୁଳସୀ ଗଛ ସମ୍ବନ୍ଧିତ କିଛି ଖାସ ନିୟମ ବିଷୟରେ। ସନାତନ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ଶୁଭ ଓ ପବିତ୍ର ମାନା ଯାଇଛି। ତୁଳସୀ ଗଛକୁ ଦେବୀଙ୍କ ସ୍ୱରୂପ ରୂପରେ ପୂଜାର୍ଚ୍ଚନା କରାଯାଇଥାଏ। ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ, ସେଠାରେ କୌଣସି ନକାରାତ୍ମକ ଶକ୍ତି ବାସ କରେ ନାହିଁ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି, ଯେଉଁ ମନୁଷ୍ୟ ତୁଳସୀ ଗଛ ମୂଳରେ ପ୍ରତ୍ୟେକଦିନ ଜଳ ଅର୍ପଣ କରି ଦୀପ ପ୍ରଜ୍ବଳନ କରିଥାଏ, ତାଙ୍କ ଜୀବନରେ କେବେବି ଆର୍ଥିକ ସଙ୍କଟ ଦେଖା ଦିଏ ନାହିଁ। ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁଙ୍କର ପୂଜା ସମ୍ପନ୍ନ ହୋଇ ନଥାଏ। ତୁଳସୀ ଗଛର ବିଶେଷ ପୂଜାର୍ଚ୍ଚନା ନିମନ୍ତେ ଗୁରୁବାର ଦିନ ଅତ୍ୟନ୍ତ ଶୁଭ ଅଟେ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ସବୁଜ ଓ ଝଙ୍କାଳିଆ ହୋଇଥାଏ, ସେଠାରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସେହି ଘର ସୁଖଶାନ୍ତି ଓ ଧନସମ୍ପତ୍ତିରେ ଭରି ଯାଇଥାଏ।

ଯେଉଁ ଘରେ ତୁଳସୀ ଗଛରେ ଜଳ ଅର୍ପଣ କରାଯାଏ ନାହିଁ ବା ତୁଳସୀ ଗଛ ଶୁଖି ଯାଇଥାଏ, ସେହି ଘରକୁ ଘୋର ସଙ୍କଟ ମାଡି ଆସିଥାଏ। ଏହାସହିତ ଘୋର ଅଭାବ ଅନଟନ ଦେଖା ଦେଇଥାଏ। ଜଳରେ ଦୁଇ ଚାରୋଟି ତୁଳସୀ ପତ୍ର ପକାଇ ଘରର ପ୍ରତ୍ୟେକ କୋଣ ଓ ଅନୁକୋଣରେ ସିଞ୍ଚନ କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ଅଟେ। ତୁଳସୀ ଗଛ ଘରେ ଲଗାଇବା ସମୟରେ କିଛି ଖାସ କଥା ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ତାହା ହେଉଛି ତୁଳସୀ ଗଛ ପାଖରେ କେବେବି ଅପରିଷ୍କାର ବା ଆବର୍ଜନା ରଖିବା ଉଚିତ ନୁହେଁ। ତୁଳସୀ ଚାରିପଟେ ପରିଷ୍କାର ପରିଚ୍ଛନ୍ନ ରହିଲେ ଦେବୀ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ସର୍ବ ଶୁଭ ହୋଇଥାଏ। କାରଣ କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ତୁଳସୀ ଗଛ ମୂଳରେ ରୂପା ପାତ୍ରରେ ଜଳ ଅର୍ପଣ କରିବା ଉଚିତ, ଏହାଦ୍ବାରା ପରିବାର ଲୋକଙ୍କର ମଙ୍ଗଳ ହୋଇଥାଏ।

ଆପଣଙ୍କର କୌଣସି ଅଭିଳାଷା ଥିଲେ, କୌଣସି ଶୁକ୍ରବାର ଦିନ ତୁଳସୀ ଗଛର ଡାଳରେ ଲାଲ ସୂତା ବାନ୍ଧି ଦିଅନ୍ତୁ। ଆପଣଙ୍କର ମନବାଞ୍ଛା ପୂରଣ ହେବା ପରେ ସେହି ଲାଲ ସୂତାକୁ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ। ଯଦି ଆପଣ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇଛନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କ ଘରୁ ପିମ୍ପୁଡ଼ି ଅଧିକ ଦେଖା ଯାଇପାରେ। ମହିଳା ମାନେ ମାସିକ ଧର୍ମ ସମୟରେ କେବେବି ତୁଳସୀ ଗଛକୁ ପୂଜା କରିବା ବା ସ୍ପର୍ଶ କରିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *