ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ପୌଷ ପୂର୍ଣ୍ଣିମା ଦିନ ତୁଳସୀ ଗଛ ମୂଳରେ କେଉଁ ଜିନିଷ ରଖି ଦେଲେ ଭାଗ୍ୟ ବଦଳି ଯିବ। ଏହାସହିତ ଦେବୀ ତୁଳସୀଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛକୁ ଦେବୀଙ୍କ ସ୍ୱରୂପ ପୂଜାର୍ଚ୍ଚନା କରାଯାଏ। ତେବେ ଆସନ୍ତୁ ତୁଳସୀ ଗଛ ସମ୍ବନ୍ଧିତ ଏକ ଖାସ ତଥ୍ୟ ବିଷୟରେ ବିସ୍ତାର ରୂପରେ ଜାଣିବା।
ତୁଳସୀ ଗଛ ମଧ୍ୟରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି। ପ୍ରତ୍ୟେକ ଯଜ୍ଞ ଅନୁଷ୍ଠାନ ଓ ତାନ୍ତ୍ରିକ କାର୍ଯ୍ୟରେ ତୁଳସୀ ଗଛର ପ୍ରୟୋଗ ହୋଇଥାଏ। ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବାସ କରିଥାନ୍ତି। କହିବାକୁ ଗଲେ ଭଗବାନ ବିଷ୍ଣୁଙ୍କର ତୁଳସୀ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ।
ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁଙ୍କର ପୂଜା ସମ୍ପନ୍ନ ହୋଇ ନଥାଏ। ପୌରାଣିକ ମାନ୍ୟତା ଅନୁସାରେ ଦେବୀ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କର ପତ୍ନୀ ବୋଲି କୁହାଯାଇଛି। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେଠାରେ ସକାରାତ୍ମକ ପ୍ରଭାବ ବିସ୍ତାର ହୋଇଥାଏ। ଏହାସହିତ କୌଣସି ଖରାପ ଶକ୍ତି ସେଠାରେ ପ୍ରବେଶ କରି ପାରେ ନାହିଁ।
ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଚଉରା ରହିଥାଏ। ଏହାସହିତ ସକାଳେ ଓ ସଞ୍ଜରେ ତୁଳସୀ ଚଉରା ପାଖରେ ଘିଅର ଦୀପ ପ୍ରଜ୍ବଳନ କରାଯାଇଥାଏ। ଏହାଦ୍ବାରା ଦେବୀ ତୁଳସୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ବେଳେବେଳେ ଆମ ଦ୍ଵାରା କିଛି ଭୁଲ ହୋଇଯିବା କାରଣରୁ ଶୁଭ ଫଳ ପ୍ରାପ୍ତି ହେବାରୁ ବଞ୍ଚିତ ହୋଇ ଯାଉ। ଅଧିକାଂଶ ଲୋକେ ତୁଳସୀ ଗଛରେ ଲାଲ ଚୁନରୀ ଲଗାଇ ନଥାନ୍ତି। କିନ୍ତୁ ତୁଳସୀ ଗଛକୁ ଲାଲ ଚୁନରି ପିନ୍ଧାଇଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
କିନ୍ତୁ ଲାଲ ମଙ୍ଗଳ ଗ୍ରହର ପ୍ରତୀକ ଅଟେ ଏବଂ ତୁଳସୀର ପ୍ରତୀକ ବୁଧ ଗ୍ରହ ଅଟେ। ମଙ୍ଗଳ ଓ ବୁଧ ଗ୍ରହ ମିତ୍ର ନୁହନ୍ତି। ତେଣୁ ତୁଳସୀ ଗଛରେ ଧଳା, ନୀଳ ରଙ୍ଗର ଚୁନରୀ ଲଗାଇ ପାରିବେ। ଏହାକୁ ଆପଣ କୌଣସି ପର୍ବପର୍ବାଣୀ ବା ପୂର୍ଣ୍ଣିମାରେ ବଦଳାଇ ଦିଅନ୍ତୁ। ପ୍ରତ୍ୟେକଦିନ ସକାଳ ଓ ସନ୍ଧ୍ୟାରେ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାଦ୍ବାରା ଦେବୀ ବୃନ୍ଦାବତି ପ୍ରସନ୍ନ ହୋଇଥାନ୍ତି।
ସନ୍ଧ୍ୟା ସମୟରେ କେବେବି ତୁଳସୀ ଗଛରୁ ପତ୍ର ତୋଳିବା ଉଚିତ ନୁହେଁ। ଯଦି ଆପଣ ସ୍ନାନ କରି ନାହାନ୍ତି, ତାହେଲେ ତୁଳସୀ ଗଛକୁ ସ୍ପର୍ଶ କରନ୍ତୁ ନାହିଁ। ତୁଳସୀ ଗଛ ପାଖରେ କେବେବି ଦୂଷିତ ପାଣି ପକାନ୍ତୁ ନାହିଁ। ଦେବୀ ବୃନ୍ଦାବତୀ ରୁଷ୍ଟ ହେଲେ ଦେବୀ ଲକ୍ଷ୍ମୀଙ୍କର କୋପ ସହିବାକୁ ପଡ଼ିଥାଏ। ସର୍ବଦା ତୁଳସୀ ଚଉରାକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ।
ଯେଉଁ ଘରେ ତୁଳସୀ ଗଛ ସହିତ ଶାଳଗ୍ରାମ ରଖା ଯାଇଥାଏ, ସେହି ଘରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀର ବାସ ହୋଇଥାଏ ଏବଂ ସେଠାରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଘରେ ଶୁଖି ଯାଇଥିବା ତୁଳସୀ ଗଛ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ଘରେ କେବେବି ଦୁଇଟିରୁ ଅଧିକା ତୁଳସୀ ଗଛ ଲଗାଇବା ଉଚିତ ନୁହେଁ।
ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଘରେ ଅଭାବ ଅନଟନ ଦେଖା ଦେଇଥାଏ। ତୁଳସୀ ଗଛ ପାଖରେ କେବେବି କଣ୍ଟା ଜାତୀୟ ଗଛ ଯେପରି ନାଗଫେଣୀ ଗଛ ଆଦି ଲଗାଇବା ଉଚିତ ନୁହେଁ। ଏହି ଗଛ ନକାରାତ୍ମକ ପ୍ରଭାବ ବୃଦ୍ଧି କରିଥାଏ। ତେଣୁ ଏହିସବୁ କଥା ଉପରେ ଆପଣ ଧ୍ୟାନ ଦେଲେ ସର୍ବଦା ସୁଖଶାନ୍ତିରେ ରହିବେ।