ବୁଧବାର ଦିନ ଭଗବାନ ଗଣେଶଙ୍କୁ ଚୁପଚାପ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଗ୍ରହ ସମସ୍ୟା ହେବ ଦୂର:-

ଭଗବାନ ଗଣେଶଙ୍କ ଦିନ ହେଉଛି ବୁଧବାର ଏବଂ ଗଣେଶଙ୍କୁ ଦୁବ ଘାସ ଅତ୍ୟନ୍ତ ପ୍ରିୟ ଅଟେ । କିଛି ଉପାୟ କରିବା ଦ୍ୱାରା ମଧ୍ୟ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନ ଗଣେଶ ବିଘ୍ନ ହରଣ କରି ନେଇଥାନ୍ତି । ତେଣୁ ଶାସ୍ତ୍ର ଅନୁଯାୟୀ ଆପଣ ଯଦି ବୁଧବାର ଦିନ କିଛି ଖାସ ଉପାୟ କରନ୍ତି ତେବେ ବୁଧ ଗ୍ରହ ଦୋଷ ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂରେଇ ଯିବ ।

ଆପଣ ଏହି ଉପାୟକୁ ଲଗାତାର ତିନୋଟି ବୁଧବାର ପର୍ଯ୍ୟନ୍ତ କରନ୍ତୁ । ଆପଣଙ୍କ ବ୍ୟତୀତ ଘରର ଅନ୍ୟ କେହି ସଦସ୍ୟ ମଧ୍ୟ ଆପଣଙ୍କ ପାଇଁ କରି ପାରିବେ । ତେବେ ସେହି ଉପାୟ କରିବା ପାଇଁ ଜାଭିତ୍ରୀ ଫୁଲ ଆଣି ଛୋଟ ଛୋଟ ଟୁକୁଡ଼ା କରି କାଟି ଏକ ଡବାରେ ସାଇତି ରଖନ୍ତୁ ।

ତାହାକୁ ତିନି ବୁଧବାର ପର୍ଯ୍ୟନ୍ତ ଭଗବାନ ଗଣେଶଙ୍କୁ ଭୋଗରେ ଅର୍ପିତ କରନ୍ତୁ । ତାହାକୁ ସେମିତି ରହିବାକୁ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ସେହି ଜାଭିତ୍ରୀ ଆଣି ପରିବାର ସଦସ୍ୟଙ୍କ ସହିତ କିମ୍ବା ନିଜେ ସେବନ କରି ଶୋଇ ଯାଆନ୍ତୁ । ଏହି ଉପାୟ ତିନି ବୁଧବାର ପର୍ଯ୍ୟନ୍ତ କଲେ ଆପଣଙ୍କର ଚାକିରୀ ସମ୍ବନ୍ଧୀୟ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ଦୂରେଇ ଯିବା ସହିତ ଭାଗ୍ୟ ମଧ୍ୟ ଉଦୟ ହେବ ।

ଭଗବାନ ଗଣେଶ ବୁଦ୍ଧିର ଦେବତା ଅଟନ୍ତି । ତେଣୁ ଯଦି ଆପଣ ବୁଧବାର ଦିନ ଉପବାସ କରନ୍ତି ତେବେ ବୁଦ୍ଧି ବଢ଼ିଥାଏ ଏବଂ ହଳଦିଆ ଜିନିଷ ଖାଇବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ । ବୁଧବାର ଦିନ କିଛି କାମ ଆଦୋୖ କରିବା ଉଚିତ ନୁହେଁ । ଯେମିତି ଏହିଦିନ ପାନ ଖାଇବା ଉଚିତ ନୁହେଁ ।

ବୁଧବାର ଦିନ ନୂଆ ଜୋତା ପୋଷାକ କିଣି ପରିଧାନ କରିବା ଉଚିତ । ଏହିଦିନ ଘରେ କିମ୍ଵା ବାହାରେ କୌଣସି କନ୍ୟାକୁ ଗାଳି କରିବା ଉଚିତ ନୁହେଁ । ତଥା କିନ୍ନର ମାନଙ୍କୁ ଅପମାନ ଦେବା ଉଚିତ ନୁହେଁ । ଏହି ଦିନ କିନ୍ନର ମାନଙ୍କ ଠାରୁ କୌଣସି ମୁଦ୍ରା ପାଇଲେ ତାହାକୁ ସାଇତି ରଖନ୍ତୁ । ବୁଧବାର ଦିନ ଉପାସ କରି ଲୁଣ ସେବନ କରିବା ଉଚିତ ନୁହେଁ ଏବଂ ଭଗବାନ ଗଣେଶଙ୍କୁ ଗୁଡ଼ ଭୋଗ ଲଗାଇବା ସହିତ ଗାଈକୁ ମଧ୍ୟ ଗୁଡ଼ ଝୁଅଇବା ଉଚିତ ।

ବ୍ୟକ୍ତିର ଜାତକରେ ବୁଧ କମଜୋର ହେଲେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଦୁବ ଘାସ ଅର୍ପିତ କରନ୍ତୁ । ଏହାଦ୍ବାରା ଚର୍ମ ରୋଗ କିମ୍ବା ଅନ୍ୟାନ୍ୟ ଗମ୍ଭୀର ରୋଗ ମଧ୍ୟ ଦୂରେଇ ଯିବ । ଜାଭିତ୍ରୀ ଘରେ ଆଣି ସାଇତି ରଖନ୍ତୁ ଏବଂ ପ୍ରତ୍ୟେକ ବୁଧବାର ଅଳ୍ପ ଅଳ୍ପ ଭଗବାନ ଗଣେଶଙ୍କୁ ଅର୍ପିତ କଲେ ଭଗବାନ ପ୍ରସନ୍ନ ହୁଅନ୍ତି ।

ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ଭବ ହେବ ଏବଂ ଆପଣ ସଫଳତା ମଧ୍ୟ ପାଇବେ । ଏହାସହିତ ଭାଗ୍ୟ ଉଦୟ ମଧ୍ୟ ହେବ । ତାହାକୁ ନିଜେ ମଧ୍ୟ ସେବନ କଲେ ବୁଧଙ୍କ ଅଶୁଭ ସ୍ଥିତିରୁ ମଧ୍ୟ ମୁକ୍ତି ମିଳିଥାଏ । ବୁଧବାର ଦିନ ଏକ ମୁଦ୍ରା ଏବଂ ଏକ ଲବଙ୍ଗ ନେଇ ଘରର ତୁଳସୀ ଗଛ ମୂଳରେ ଥିବା ମାଟିରେ ନିଜ ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ ଦବାଇ ଦିଅନ୍ତୁ । ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିବ ।

ବୁଧ ଗ୍ରହ ମଧ୍ୟ ଉତ୍ତମ ହୋଇଥାଏ । ଭଗବାନ ଗଣେଶଙ୍କ ପୂଜାରେ ଯଦି ଆପଣ ହଳଦୀ ପ୍ରୟୋଗ କରନ୍ତି ତେବେ ଜୀବନର ସବୁ ନକରାତ୍ମକତା ମଧ୍ୟ ଦୂରେଇ ଯିବ । ଏହାଦ୍ବାରା ଜୀବନରେ କେବେବି ସମସ୍ୟା ଆସେ ନାହିଁ । ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ଅଛି ତେବେ ଆପଣଙ୍କ ଘରକୁ କୌଣସି ଖରାପ ଶକ୍ତି ପ୍ରବେଶ କରି ପାରିବ ନାହିଁ । ମାତ୍ର ମନେ ରଖନ୍ତୁ ଗଣେଶଙ୍କ ପିଠି ଘର ଭିତର ଦିଗକୁ ଯେମିତି ନରହେ । କାରଣ ଭଗବାନ ଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ବାସ କରିଥାଏ ।

Leave a Reply

Your email address will not be published. Required fields are marked *