ମକର ସଂକ୍ରାନ୍ତି 2023 ତାରିଖ ; କେବେ ପଡୁଛି ମକର ସଂକ୍ରାନ୍ତି 2023; ମକର ସଂକ୍ରାନ୍ତି ତାରିଖ 14 ଅବା 15 ଜାନୁଆରୀ2023?

ମକର ସଂକ୍ରାନ୍ତି 2023 କେବେ ପାଳନ କରାଯିବ,14 ଜାନୁଆରୀ ଅବା 15 ଜାନୁଆରୀ କୁ? ଏହି ଦିନ ସୂର୍ଯ୍ୟଦେବ ମକର ରାଶି ରେ ପ୍ରବେଶ କରିବେ ସେଥିପାଇଁ ଏହି ଦିନ ମକର ସଂକ୍ରାନ୍ତି ର ପର୍ବ ପାଳନ କରାଯାଏ | ଏବଂ ମକର ସଂକ୍ରାନ୍ତି ରେ ଗୁଡ଼ ଏବଂ ତିଲ ର ଦାନ ବହୁତ ମହତ୍ୱପୂର୍ଣ ଅଟେ | କିଛି ଜାଗାରେ ଏହାକୁ ଖେଚେଡ଼ି ପର୍ବ, ଉତରାୟଣ ଏବଂ ଲୋହୁଡ଼ି ନାମ ରେ ମଧ୍ୟ ପାଳନ କରାଯାଏ | ତେବେ ହିନ୍ଦୁ ଧର୍ମ ଶାସ୍ତ୍ର ରେ ମକର ସଂକ୍ରାନ୍ତି ପର୍ବ ବହୁତ ଖାସ ହୋଇଥାଏ ଏବଂ ଏହି ଦିନ ଠାରୁ ବସନ୍ତ ଋତୁ ର ଆଗମନ ହୋଇଥାଏ | ତେବେ ଯେତେବେଳେ ପୌଷ ମାସ ରେ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶି ରେ ପ୍ରବେଶ କରନ୍ତି ସେତେବେଳେ ଏହି ପର୍ବ ପାଳନ କରାଯାଏ |

ମକର ସଂକ୍ରାନ୍ତି ତାରିଖ, ଶୁଭ ମୁହୂର୍ତ୍ତ ;

ତେବେ ବର୍ଷ 2023 ରେ 15 ଜାନୁଆରୀ କୁ ମକର ସଂକ୍ରାନ୍ତି ପାଳନ କରାଯିବ | ମକର ସଂକ୍ରାନ୍ତି ର ଆରମ୍ଭ 14 ଜାନୁଆରୀ ରାତି 8.33 ମିନିଟ ରୁ ହେବ ଏବଂ ସଂକ୍ରାନ୍ତି ର ପୁର୍ଣ୍ୟକାଳ 15 ଜାନୁଆରୀ ର ସକାଳ 6.45 ମିନିଟ ରୁ ଆରମ୍ଭ ହେବ | ଏବଂ ଏହାର ସମାପନ ସନ୍ଧ୍ୟା 5.40 ମିନିଟ ରେ ହେବ | ମହା ପୁର୍ଣ୍ୟ କାଳ ସକାଳ 6.15 ରୁ 7.45 ମିନିଟ ମଧ୍ୟ ରେ ହେବ | ଏବଂ ଉଦୟା ତିଥି ଅନୁଯାୟୀ ଏ ବର୍ଷ ମକର ସଂକ୍ରାନ୍ତି 15 ଜାନୁଆରୀ କୁ ପାଳନ କରାଯିବ |

ମକର ସଂକ୍ରାନ୍ତି ର ପୂଜା ବିଧି ;

ଏହି ଦିନ ସକାଳୁ ସ୍ନାନ ସାରି ଗୋଟିଏ ଢାଳ ପାଣି ରେ ନାଲି ଫୁଲ ଏବଂ ଚାଉଳ ପକେଇ ଭଗବାନ ସୂର୍ଯ୍ୟ ଙ୍କୁ ଅର୍ପଣ କରନ୍ତୁ | ଏବଂ ସୂର୍ଯ୍ୟ ଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ଶ୍ରୀମଦ ଭାଗବତ ଗୀତା ପାଠ କରନ୍ତୁ | ନୂଆ ବସ୍ତ୍ର, ଅନ୍ନ, ତିଲ ର ଦାନ କରନ୍ତୁ, ଏବଂ ଖେଚେଡ଼ି ଭୋଗ ଭଗବାନ ଙ୍କୁ ଅର୍ପଣ କରନ୍ତୁ | ସନ୍ଧ୍ୟା ସମୟ ରେ ଅନ୍ନ ଗ୍ରହଣ କରନ୍ତୁ ନାହିଁ, ଏହି ଦିନ କୌଣସି ଗରିବ ଲୋକ ଙ୍କୁ ତିଲ ଦାନ କରିବା ଦ୍ୱାରା ଶନିଦେବ ଙ୍କ ଆଶୀର୍ବାଦ ମିଳିଥାଏ |

ମକର ସଂକ୍ରତି ସଂସ୍କୃତି ଏବଂ ପରମ୍ପରା ;

ଏହି ପର୍ବ କୁ ଅନେକ ସ୍ଥାନ ରେ ଉତ୍ତରାୟଣ ବି କୁହାଯାଏ,ଏହି ଦିନ ଗଙ୍ଗା ସ୍ନାନ କରିବା, ବ୍ରତ କରିବା, କଥା, ଦାନ, ଭଗବାନ ସୂର୍ଯ୍ୟ ଙ୍କ ଉପାସନା କରିବାର ବିଶେଷ ମହତ୍ୱ ରହିଛି | ଏହି ଦିନ ଦାନ ଏବଂ ଶନିଦେବ ଙ୍କୁ ପ୍ରକାଶ ଦାନ କରିବା ମଧ୍ୟ ବିଶେଷ ଫଳଦାୟୀ ହୋଇଥାଏ | ପଞ୍ଜାବ, ୟୁପି, ବିହାର, ତାମିଲନାଡୁ ରେ ଏହି ସମୟ ନୂଆ ଫସଲ କାଟିବାର ହୋଇଥାଏ | ସେଥିପାଇଁ କୃଷକ ଏହି ଦିନ କୁ ପର୍ବ ପାଳନ କରନ୍ତି | ଏହି ଦିନ ଗୁଡ଼ି ଉଡେଇବାର ମଧ୍ୟ ପରମ୍ପରା ରହିଛି | ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ସୂର୍ଯ୍ୟ ନିଜ ପୁତ୍ର ଶନି ଙ୍କ ପାଖକୁ ଯାଇଥାନ୍ତି

ତେଣୁ ଏହି ଦିନ କୁ ପୁତ୍ର ପିତା ଦିବସ ମଧ୍ୟ କୁହାଯାଏ | କଥା ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ଅସୁର ଙ୍କୁ ବଦ୍ଧ କରି ମନ୍ଦରା ପର୍ବତ ରେ ପୋତି ଦେଇଥିଲେ | ତେଣୁ ଏହି ଦିନ ଭଗବାନ ବିଷ୍ଣୁ ଙ୍କୁ ପୂଜା କରାଯାଏ | କିଛି ବିଶେଷ କଥାର ଧ୍ୟାନ ମଧ୍ୟ ରଖନ୍ତୁ ; ଏହି ଦିନ ତିଲ ଦାନ କରନ୍ତୁ କିନ୍ତୁ କାହାଠୁ ଗ୍ରହଣ କରନ୍ତୁ ନାହିଁ, ଯଦି ଅଧିକ ଜରୁରୀ ଅଟେ ତେବେ ତିଲ ବଦଳରେ କିଛି ପଇସା ଦେଇଦିଅନ୍ତୁ |

Leave a Reply

Your email address will not be published. Required fields are marked *