ସବୁକ୍ଷେତ୍ରରେ କ୍ଷତି ସହିବାକୁ ପଡୁଥିଲେ ଅଥବା ଭାଗ୍ୟ ଆପଣଙ୍କ ସପକ୍ଷରେ ନଥିଲେ, ଆଜି ହିଁ କରନ୍ତୁ ଏହି ବିଶେଷ ଉପାୟ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯଦି ଆପଣଙ୍କୁ ଅନୁଭବ ହେଉଛି ସମୟ ଆପଣଙ୍କ ସହିତ ଖରାପ କରୁଛି ବା ଜୀବନରେ ସମସ୍ୟା ଘେରି ରହିଛି ବା ଆପଣ ଯେତେ ଚେଷ୍ଟା କଲେ ମଧ୍ୟ କଠିନ ସମସ୍ୟାରୁ ବାହାରି ପାରୁ ନାହାନ୍ତି।

ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକେ ମନରୁ ଦୁର୍ବଳ ହୋଇ ପଡିଥାନ୍ତି । ଆଉକିଛି ଲୋକେ କଠିନ ପରିସ୍ଥିତିରୁ ଖୁବ୍ ଶୀଘ୍ର ବାହାରି ଆସିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଖରାପ ସମୟ ଆସିଲେ କଣ କରିବା ଉଚିତ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଜ୍ୟୋତିଷ ଶାସ୍ତ୍ରରେ କିଛି ଖାସ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଏହାକୁ ପ୍ରୟୋଗ କରି ଜୀବନରୁ କିଛି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହୁ ନାହିଁ, ତାହେଲେ ଆପଣ ସକାଳେ ସ୍ନାନ କରିବା ସମୟରେ ଅଳ୍ପ ହଳଦୀ ମିଶାଇ ସ୍ନାନ କରନ୍ତୁ।

ଏଭଳି କରିବା ଦ୍ଵାରା ଭଗବାନ ବିଷ୍ଣୁ ଓ ଗୁରୁ ବୃହସ୍ପତିଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ। ଯଦି ଆପଣ ସନ୍ଧ୍ୟା ସମୟରେ ସ୍ନାନ କରୁଛନ୍ତି, ତାହେଲେ ପାଣିରେ ଅଳ୍ପ ଲୁଣ ମିଶାଇ ସ୍ନାନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ରହିଥିବା ସବୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ।

ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ପ୍ରଭୁ ଶ୍ରୀ ହନୁମାନଙ୍କୁ ଚମେଲି ତେଲ ଓ ସିନ୍ଦୂର ଅର୍ପଣ କରନ୍ତୁ। ଏହାଦ୍ବାରା ପ୍ରଭୁ ଶ୍ରୀ ହନୁମାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଯଦି ଆପଣଙ୍କୁ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ଦେଇ ଗତି କରିବାକୁ ପଡୁଛି ବା ଆର୍ଥିକ ସଙ୍କଟ ଦେଖା ଦେଉଛି, ତାହେଲେ ପଞ୍ଚମୁଖୀ ହନୁମାନଙ୍କର ବିଧି ରୂପକ ପୂଜାର୍ଚ୍ଚନା କରନ୍ତୁ। ଏହାସହିତ ମଙ୍ଗଳବାର ଦିନ ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ଯାଇ ଦୀପ ପ୍ରଜ୍ବଳନ କରନ୍ତୁ। ଏହାସହିତ ହନୁମାନ ଚାଳିଶା ପାଠ କରନ୍ତୁ।

ଶାସ୍ତ୍ରରେ ଏଭଳି ମାନ୍ୟତା ରହିଛି କି, ମନୁଷ୍ୟ ପ୍ରତ୍ୟେକଦିନ ତୁଳସୀ ଗଭ ମୂଳରେ ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାଦ୍ବାରା ଜୀବନରେ ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ବୈଜ୍ଞାନିକ ମାନଙ୍କ ମତ ଅନୁସାରେ ମଧ୍ୟ ଏଭଳି କରିବା ଦ୍ୱାରା ସକାରାତ୍ମକ ପରିଣାମ ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଉଛି, ତାହେଲେ ସକାଳେ ଠାକୁର ପୂଜା ସାରି ଶଙ୍ଖ ବଜାଇ ଦିଅନ୍ତୁ ଏବଂ ସଞ୍ଜରେ ସନ୍ଧ୍ୟା ଦେଇ ଶଙ୍ଖ ବଜାନ୍ତୁ। ଏଭଳି କରିବା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *