ଏହି ସାତୋଟି କଥା ଭୁଲରେ ବି କାହାକୁ କୁହନ୍ତୁ ନାହିଁ । ବୁଦ୍ଧିମାନ ବ୍ୟକ୍ତି କେବେ କହନ୍ତି ନାହିଁ ଏହି କଥା:-

ଅନେକ ସମୟରେ ଘରେ ଅଶାନ୍ତି ଦେଖା ଦେଇଥାଏ । ଆଉ ସେହି ଅଶାନ୍ତିର କାରଣ ମନୁଷ୍ୟ ନିଜେ ହୋଇଥାଏ । ଅନେକ ସମୟରେ ଲୋକେ ସେହି କଥା ଅନ୍ୟ ପାଖରେ କହି ଦିଅନ୍ତି , ଯାହାଦ୍ୱାରା ତାକୁ ନିଜକୁ ହିଁ ପସ୍ତେଇବାକୁ ପଡ଼ିଥାଏ । ଯାହାଦ୍ୱାରା ଘରେ କଳି ଝଗଡ଼ା ଦେଖା ଦେଇଥାଏ ଏବଂ ତାହାହିଁ ମୃତ୍ୟୁର କାରଣ ହୋଇଥାଏ ।

ତେବେ ଆଜିକାର ଲେଖାରେ ଆମେ ସେହି ସାତୋଟି କଥା ବିଷୟରେ କହିବୁ , ଯାହାକୁ ଜଣେ ମଣିଷକୁ କେବେବି ଅନ୍ୟକୁ କହିବା ଉଚିତ ନୁହେଁ , ନଚେତ ସମସ୍ୟା ଉପୁଜି ଥାଏ । ମନୁଷ୍ୟ ସର୍ବଦା ଏହା ଭାବି କାମ କରିବା ଉଚିତ ଯେ କିଏ ତାର ଶତ୍ରୁ ଏବଂ କିଏ ତାର ମିତ୍ର । ଏହାବ୍ୟତୀତ ମନୁଷ୍ୟକୁ କେଉଁ କାମରେ ଲାଭ ମିଳିବ ଏବଂ କେଉଁ କାମରେ କ୍ଷତି ମିଳିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ସେହିଭଳି ବିପଦ ସମୟରେ ପ୍ରକୃତ ବନ୍ଧୁ ଏବଂ ଅଭାବ ବେଳେ ସ୍ତ୍ରୀର ପ୍ରକୃତ ପରିଚୟ ହୋଇଥାଏ ।

ମନୁଷ୍ୟ ଅନେକ ପଶୁ ପକ୍ଷୀ ଠାରୁ ଅନେକ କିଛି ଶିଖିବା ଉଚିତ । ଯେମିତି ନିଜ ଶକ୍ତି ସାମ୍ୟର୍ଥ ଅନୁଯାୟୀ କାମ କରିବାର ଗୁଣ ବଗ ଠାରୁ ଶିଖିବା ଉଚିତ । ଠିକ ସମୟରେ ଉଠିବା , ଶୋଇବା ଏସବୁ କୁକୁଡ଼ା ଠାରୁ ଶିଖିବା ଉଚିତ । କାହା ଉପରେ ଜଲଦି ବିଶ୍ୱାସ ନକରିବାର ଗୁଣ କାଉ ଠାରୁ ଶିଖିବା ଉଚିତ । ଖୁବ ସମସ୍ୟାରେ ବି ନିଜର ଅନ୍ତରଙ୍ଗ ଲୋକ ପ୍ରତି ସଚୋଟ ରହିବା କୁକୁର ଠାରୁ ଶିକ୍ଷା କରିବା ଉଚିତ ।

ମନୁଷ୍ୟ କେବେବି ଏହିସବୁ କଥା ଅନ୍ୟ କାହା ପାଖରେ କହିବା ଉଚିତ ନୁହେଁ । ନିଜ ହାତରେ କରାଯାଇଥିବା କାମ ସବୁଠାରୁ ଶ୍ରେଷ୍ଠ ହୋଇଥାଏ । ତେଣୁ ମନୁଷ୍ୟକୁ ନିଜ କାମ ନିଜ ହାତରେ କରିବା ଉଚିତ । ଧନ , ଜୀବନ , ବାସନା ଏବଂ ଭୋଜନ ଏହି ଚାରୋଟି ଜିନିଷରେ ମନୁଷ୍ୟ କେବେବି ସନ୍ତୁଷ୍ଟ ହୋଇପାରେ ନାହିଁ ।

ମନୁଷ୍ୟକୁ ନିଜର ଆଗାମୀ ଖରାପ ସମୟ ପାଇଁ ସବୁବେଳେ ଧନ ସଞ୍ଚୟ କରି ରଖିବା ଉଚିତ । କାରଣ ସମୟ ଅନୁଯାୟୀ ଲୋକେ ପର ମଧ୍ୟ ହୋଇ ଯାଆନ୍ତି । ତେଣୁ ଯଦି ଲୋକେ ନିଜର ଖରାପ ସମୟ ପାଇଁ ପୂର୍ବରୁ ଟଙ୍କା ସଞ୍ଚୟ କରି ରଖନ୍ତି ତେବେ ସେହି ଖରାପ ସମୟର ମୁକାବିଲା କରି ପାରିବ । ମନୁଷ୍ୟ ଜୀବନରେ ଅତି ସରଳ ହୋଇ ବଞ୍ଚିବା ଉଚିତ ନୁହେଁ । କାରଣ ସରଳ ଲୋକ ଉପରେ ଶକ୍ତିଶାଳୀ ଲୋକ ଅଧିକ ଅତ୍ୟାଚାର କରନ୍ତି ।

ଏହି ଦୁନିଆରେ ସବୁକିଛି ଭଗବାନଙ୍କ ଇଚ୍ଛାରେ ହିଁ ଚାଲୁଛି । ଯାହାଦ୍ୱାରା ଧନୀ ଗରିବ ହୋଇଯାଏ ଏବଂ ଗରିବ ମଧ୍ତ ଧନୀ ହୋଇଯାଏ । ସବୁ ପାହାଡ଼ ମଧ୍ୟରେ ହୀରା ନଥାଏ , ସବୁ ଗଛ ମଧ୍ୟ ଚନ୍ଦନ ନୁହେଁ । ସେହିଭଳି ସବୁ ସ୍ଥାନରେ ଯେ ଭଲ ମଣିଷ ଥିବେ ତାହା ଆଦୋୖ ନୁହେଁ । ଯେମିତି ହାତୀ ବୃଦ୍ଧ ହୋଇଯିବା ପରେ ବି ଚଞ୍ଚଳ ଥାଏ , ସେହିଭଳି ଭଲ ମଣିଷ ଯେତେ ଅସୁବିଧାରେ ପଡୁ ନା କାହିଁକି ତାର ଗୁଣ ସେମିତି ହିଁ ରହିଥାଏ ।

କିଛି ଲୋକ ପଥରକୁ ଅମୂଲ୍ୟ ଭାବି ନେଇଛନ୍ତି । କିନ୍ତୁ ବାସ୍ତବ ଅମୂଲ୍ୟ ଜିନିଷ ହେଉଛି ଖାଦ୍ୟ , ପାଣି ଏବଂ ଜ୍ଞାନ । ଯେଉଁ ବ୍ୟକ୍ତି ନିଜ ଆମଦାନୀ ଠାରୁ ଅଧିକ ଖର୍ଚ୍ଚ କରିଥାଏ ଏବଂ ବିନା କାରଣରେ ଝଗଡ଼ା କରିଥାଏ , ସେହି ବ୍ୟକ୍ତି ଜୀବନରେ କେବେବି ସୁଖରେ ରହି ପାରେ ନାହିଁ । ଯେଉଁଭଳି ମାଟି ଖୋଲିଲେ ପାଣି ବାହାରି ଥାଏ । ସେହିଭଳି ଗୁରୁଙ୍କ ସେବା କଲେ ବିଦ୍ୟା ଅର୍ଜନ ହୋଇଥାଏ ।

ଯେଉଁ ନାରୀ ନିଜ ସ୍ୱାମୀ କଥା ମାନି ନଥାଏ ଏବଂ ବ୍ରତ କରିଥାଏ , ତାର ବ୍ରତ ଅସଫଳ ହୋଇଥାଏ । ଜୀବନ ଅସ୍ଥାୟୀ ଅଟେ । ତେଣୁ ଜୀବନର ସବୁ ମୁହୂର୍ତ୍ତକୁ ଭଲ କାମରେ ଲଗାଇବା ଉଚିତ । ଯେତେ ପର୍ଯ୍ୟନ୍ତ ଜୀବନ ଅଛି , ସେତେ ପର୍ଯ୍ୟନ୍ତ ସବୁ ଜିନିଷର ଆନନ୍ଦ ଅଛି । ତେଣୁ ଜୀବନକୁ ଭଲ ଭାବରେ ଉପଯୋଗ କରିବା ଉଚିତ । ତେଣୁ ଏହି ପୃଥିବୀରେ କେବଳ ଭଗବାନଙ୍କୁ ଛାଡ଼ି ଅନ୍ୟ ସବୁକିଛି ଅସ୍ଥାୟୀ ଅଟେ ।

Leave a Reply

Your email address will not be published. Required fields are marked *