ଜାନୁଆରୀ ୬ ରେ ୯୦ ବର୍ଷ ପରେ ଦେଖାଯିବ ପୌଷ ପୂର୍ଣ୍ଣିମା ଚାନ୍ଦ । ଏହି ଚାରୋଟି ରାଶିର ଲାଗିବ ଲଟେରୀ ।

ନୂଆ ବର୍ଷର ପ୍ରଥମ ପୂର୍ଣ୍ଣିମା ପୌଷ ପୂର୍ଣ୍ଣିମା ଅନେକ ବର୍ଷ ପରେ ଆସିବାକୁ ଯାଉଛି । ଚଳିତ ବର୍ଷ ପୌଷ ପୂର୍ଣ୍ଣିମା ଅନେକ ସୁଖ ସମୃଦ୍ଧି ନେଇ ଆସିବ ।କିଛି ରାଶିର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ସାଧରଣତଃ ପୌଷ ମାସ ଭଗବାନ ସୂର୍ଯ୍ୟନାରାୟଣଙ୍କୁ ସମର୍ପିତ ଅଟେ । ତେଣୁ ଏହି ପୂର୍ଣ୍ଣିମାରେ ଯଦି କୌଣସି ରାଶିର ବ୍ୟକ୍ତି ଉପରେ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ରଦେବଙ୍କ କୃପା ପଡ଼େ ତେବେ ସେହି ବ୍ୟକ୍ତିର ଭାଗ୍ୟ ବଦଳି ଯାଏ । ସନାତନ ଧର୍ମରେ ପୂର୍ଣ୍ଣିମା ଏବଂ ଅମାବାସ୍ୟା ଏହି ଦୁଇଟି ତିଥି ବେଶ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

ପୌଷ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଜାନୁଆରୀ ୬ , ଶୁକ୍ରବାର ଦିନ ୨.୧୪ ରେ ଆରମ୍ଭ ହେଉଛି । ଏହି ତିଥି ଆଗାମୀ ଦିନ ୦୪.୦୫ ରେ ଶେଷ ହେବ । ଏହିଦିନ ପୂଜା ପାଠ ଏବଂ ସ୍ନାନ ଦାନର ନିୟମ ରହିଛି । ଚନ୍ଦ୍ରମାର ଉଦୟ ଠିକ ସନ୍ଧ୍ୟା ୫ ରେ ହେବ । ଚନ୍ଦ୍ରଦେବଙ୍କ ପୂଜା କଲେ ଚନ୍ଦ୍ର ଦୋଷ ଦୂର ହେବା ସହିତ ଜାତକରେ ଥିବା ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ପୌଷ ମାସ ସୂର୍ଯ୍ୟଦେବଙ୍କ ଖାସ ଉପାସନା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ଦିନ ଚନ୍ଦ୍ରମାର ପୂଜା ଅତ୍ୟନ୍ତ ଖାସ ହୋଇଥାଏ । ତେଣୁ ପୌଷ ପୂର୍ଣ୍ଣିମା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ତେଣୁ ଏହି ଯୋଗରେ ଆପଣ ଯାହା କାର୍ଯ୍ୟ କରିବେ ତାହା ସଫଳ ହୋଇଯିବ ଏବଂ ସିଦ୍ଧ ହେବ । ପୂର୍ଣ୍ଣିମା ଦିନ ସକାଳୁ ବ୍ରହ୍ମ ଯୋଗ ଏବଂ ତାପରେ ଇନ୍ଦ୍ର ଯୋଗ ରହିଛି ।

ଏହିଦିନ ସକାଳୁ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦିଅନ୍ତୁ । ସନ୍ଧ୍ୟାରେ ଚନ୍ଦ୍ରମାଙ୍କୁ ପୂଜା କରନ୍ତୁ ଏବଂ ଦିନ ସାରା ଉପବାସ ପାଳନ କରନ୍ତୁ । ଏହି ଦିନ ଚନ୍ଦ୍ରଦେବ ଏବଂ ସୂର୍ଯ୍ୟଦେବଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦେବା ଦେବୀଙ୍କୁ ରୀତିନୀତିରେ ପୂଜା ଅର୍ଚ୍ଚନା କରନ୍ତୁ । ସନ୍ଧ୍ୟାରେ ସତ୍ୟନାରାୟଣ କଥା ପାଠ କରନ୍ତୁ କିମ୍ବା ଶ୍ରବଣ କରନ୍ତୁ । ଏହିଦିନ ଆରତୀ ଏବଂ ଯଜ୍ଞ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଏହିଦିନ ଆପଣ ଯଥା ଶକ୍ତି ପୂଜା ଯଜ୍ଞ ଏବଂ ଦାନ କରି ପାରିବେ । ତେବେ ଏହି ପୂର୍ଣ୍ଣିମାରେ ଲାଭ ପାଇବାକୁ ଯାଉଥିବା ରାଶି ମାନ ହେଉଛନ୍ତି ।

୧ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ପୂର୍ଣ୍ଣିମା ଅତ୍ୟନ୍ତ ଶୁଭ ଅଟେ । ସାମାନ୍ୟ ମାନସିକ ଚିନ୍ତାରେ ରହି ପାରନ୍ତି । କିନ୍ତୁ ଆର୍ଥିକ ଦୃଷ୍ଟିରୁ ଆପଣ ସୁଦୃଢ଼ ରହିବେ । କୌଣସି ପ୍ରକାରର ଆର୍ଥିକ ସମସ୍ୟା ହେବ ନାହିଁ । କରଜରୁ ମୁକ୍ତି ମିଳିବ । କୌଣସି ଖରାପ ଅଭ୍ୟାସ ଛାଡ଼ିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଉପଯୋଗୀ ଅଟେ । ଚାକିରୀରେ ପଦୋନ୍ନତି ହୋଇପାରେ । ଦେବେଗୁରୁ ବୃହସ୍ପତି ଆପଣଙ୍କ ବୈବାହିକ ଜୀବନରେ ଖୁସି ଆଣିବେ । ଜୀବନସାଥୀ ସହିତ ନିବିଡ଼ତା ବଢ଼ିବ ।

୨ . ମେଷ ରାଶି:-

ସମସ୍ତଙ୍କ ଠାରୁ ଆପଣଙ୍କୁ ସ୍ନେହ ଏବଂ ଭଲପାଇବା ମିଳିବ । ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତି କାରଣରୁ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ । ଆପଣ ଲୋକଙ୍କ ପାଇଁ ପ୍ରେରଣା ସାଜିବେ । ଆପଣ ରାଜନୈତିକ କ୍ଷେତ୍ରରେ ଥିଲେ ଏହି ସମୟରେ ବେଶ ଉନ୍ନତି ହେବ । ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟରେ ବ୍ୟସ୍ତତା କାରଣରୁ ଆପଣଙ୍କୁ ଘର ଲୋକଙ୍କ ଠାରୁ ଦୂରକୁ ଯିବାକୁ ପଡ଼ିପାରେ ।

୩ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବେଶ ଉତ୍ତମ ରହିବ । ଆପଣ ଆର୍ଥିକ ସ୍ଥିତିରେ ମଜବୁତ ହେବ । ଏହି ସମୟରେ ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ଆପଣ ଜଣେ ଉତ୍ତମ ବ୍ୟକ୍ତି ହେବେ ଏବଂ ଜୀବନରେ ସଫଳତା ଅର୍ଜନ କରିବେ ।

Leave a Reply

Your email address will not be published. Required fields are marked *