ବନ୍ଧୁଗଣ ନୂଆ ବର୍ଷର 2023ର ପ୍ରଥମଦିନ ବହୁତ ଭଲ, ଶୁଭ କାରକ ଏବଂ ଶିବୟୋଗ ଆଉ ସିଦ୍ଧିୟୋଗ ହେଇଥିବା କାରଣରୁ ଏହିଦିନ ବହୁତ ଶୁଭ ବୋଲି ବିବେଚନା କରାଯାଇଛି | ଏଥିପାଇଁ ଆପଣଙ୍କୁ କେବଳ ଏକ ଛୋଟ ଉପାୟ କରିବାକୁ ପଡ଼ିବ | କିଛି ଛୋଟ ଛୋଟ ଜିନିଷ ଅଛି ଯାହା ମଧ୍ୟରୁ ଆପଣ ଏକ ଜିନିଷ ଏହି ନୂଆ ବର୍ଷ ଦିନ ନିଜ ଘରକୁ ଆଣିବେ ତେବେ ବିଶ୍ୱାସ କରନ୍ତୁ ଆପଣଙ୍କୁ ପୂରା ବର୍ଷର ସମସ୍ତ ଦିନ ବହୁତ ଶୁଭଦାୟକ ହେବ | ଆପଣଙ୍କ ଭାଗ୍ୟ ସଂପୂର୍ଣ ରୂପେ ବଦଳିଯିବ | ଆପଣଙ୍କ ଘରେ ମାତା ଲଷ୍ମୀଙ୍କର କୃପା ପୂରା ବର୍ଷ ବର୍ଷୀବ |
ବନ୍ଧୁଗଣ ସମସ୍ତେ ନୂଆ ବର୍ଷର ପ୍ରଥମ ଦିନକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି | କେହି ପାର୍ଟ କରିଥାନ୍ତି ତ ଆଉ କେହି ସେହିଦିନ ବିଭିନ୍ନ ଜାଗାକୁ ବୁଲିବାକୁ ଯାଇଥାନ୍ତି | କିନ୍ତୁ ବନ୍ଧୁଗଣ ଯଦି ଆମେ ଏହିଦିନ ଏହି ସବୁ ନ କରି ମାତା ଲଷ୍ମୀ କିପରି ଆମ ଘରକୁ ଆସିବେ ସେହି ବିଷୟରେ ଚିନ୍ତା କରିବା |
ପ୍ରଥମ ଜିନିଷ ଯାହା ଏହି ନୂଆବର୍ଷରେ ଘଋକୁ ଆଣିବା ଦ୍ୱାରା ଆପଣଙ୍କ ଘରେ ମାତା ଲଷ୍ମୀଙ୍କର ବାସ ହେବ | ଠୋସ ଚାନ୍ଦିର ହାତୀ ଏହା ଚାନ୍ଦିର କିମ୍ବା ଷ୍ଟିଲର ହେଲେ ମଧ୍ୟ ଚଳିବ | କିନ୍ତୁ ଏହାକୁ ନିଶ୍ଚୟ ନିଜ ଘଋକୁ ନୂଆବର୍ଷ ଦିନ ନେଇ ଆସନ୍ତୁ | ଚାନ୍ଦିର ହାତୀ ରହୁ ଏବଂ କେତୁଙ୍କ ଖରାପ ଦୃଷ୍ଟିରୁ ଆପଣଙ୍କୁ ବଞ୍ଚେଇ ଥାଏ ଏବଂ ଏହା ଘରେ ରଖିବା ଦ୍ୱାରା ଆପଣଙ୍କ ବ୍ୟବସାୟ ବାଣିଜ୍ୟରେ ମଧ୍ୟ ଉନ୍ନତି ହୋଇଥାଏ |
ଏମିତି ହାତୀ ରଖିଲେ ଆପଣଙ୍କ ଘରକୁ ସୁଖ ଶାନ୍ତି ଆସିଥାଏ | ଆପଣଙ୍କ ଘରେ କେବେ ବି ଧନର ଅଭାବ ହୋଇନଥାଏ | ଏହା ମଧ୍ୟ କୁହାଯାଏ ଯେ ଚାନ୍ଦିର ହାତୀ ଘରେ ରଖିବା ଦ୍ୱାରା ଭଗବାନ ଗଣେଶ ଏବଂ ମାତା ଲଷ୍ମୀଙ୍କର କୃପା ଆପଣଙ୍କ ଉପରେ ସଦାସର୍ବଦା ରହିଥାଏ |
ଦ୍ୱିତୀୟ ଜିନିଷ ହେଉଛି ଧାତୁର କଇଁଛ | କଇଁଛକୁ ଭଗବାନ ବିଷ୍ଣୁଙ୍କର ଅବତାର ବୋଲି କୁହାଯାଏ | ସତ୍ୟଯୁଗରେ ସମୁଦ୍ର ମନ୍ଥନ ବେଳେ ଯେତେବେଳେ ମଦ୍ରାଞ୍ଚଳ ପର୍ବତକୁ ସ୍ଥିର ରଖିବାର ଥିଲା ସେତେବେଳେ ଭଗବାନ ବିଷ୍ଣୁ ନିଜେ କଇଁଛର ରୂପ ଧାରଣ କରି ନିଜ ପିଠିରେ ହି ପର୍ବତକୁ ରଖିଥିଲେ | ଏଥିପାଇଁ ମଧ୍ୟ କଇଁଛକୁ ଶୁଭ କୁହାଯାଏ ଯେ କଇଁଛ ନିଜ ପିଠିରେ ପଥର ଭଳି ଜିନିଷକୁ ମଧ୍ୟ ଅତି ସହଜରେ ଧାରଣ କରିଥାଏ | ଏହାକୁ ଘରେ ରଖିବା ଦ୍ୱରା ଘରର ଶାନ୍ତି ସୁଖ ସବୁ ସ୍ଥିର ହୋଇ ରହିଥାଏ |
ତୃତୀୟ ଜିନିଷ ହେଇଛି ଲାଫିଙ୍ଗ ବୁଦ୍ଧ | ଲାଫିଙ୍ଗ ବୁଦ୍ଧଙ୍କୁ ଧନର ଦେବତା କୁବେରଙ୍କ ସହ ତୁଳନା କରାଯାଇଥାଏ | ଏବଂ ତାଙ୍କୁ ସୁଖ, ଶାନ୍ତି, ପ୍ରଚୁରତାର ପ୍ରତୀକ ବୋଲି ମାନଯାଇଥାଏ | ଘରେ ସକାରାତ୍ମକ ଉର୍ଜା ଏବଂ ସୌଭାଗ୍ୟ ଆଣିବା ହେତୁ ପ୍ରାୟତଃ ତାଙ୍କୁ ଘରେ କିମ୍ବା ଦୋକାନ ମାନଙ୍କରେ ରଖାଯାଇଥାଏ |
ଚଥୁର୍ତ୍ତ ଜିନିଷ ହେଉଛି ସ୍ୱସ୍ତିକ ଚିହ୍ନ | ବନ୍ଧୁଗଣ ଆମ ସନାତନ ଧର୍ମରେ ସ୍ୱସ୍ତିକଚିହ୍ନ କୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ | ଯଦି ଆପଣ ନୂଆବର୍ଷର ପ୍ରଥମ ଦିନ ଏକ ଚାନ୍ଦିର ସ୍ୱସ୍ତିକ ଚିହ୍ନ ଆଣି ନିଜ ଘରେ ରଖନ୍ତି ତେବେ ଏହା ଆପଣଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାଏ |
ପଞ୍ଚମ ଜିନିଷ ହେଉଛି ମୟୁର ଚୂଳ | ମୟୁର ଚୂଳ ଦେଖିବାକୁ ଯେତିକି ସୁନ୍ଦର ଦେଖା ଯାଏ ତାହାର ମହିମା ମଧ୍ୟ ସେତିକି ସୁନ୍ଦର ଅଟେ | ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ଲାଗିଥିବା ଏହି ମୟୁର ଚୂଳ ଘରର ଅନେକ ସମସ୍ୟାକୁ ଦୂର କରିଦେଇପାରେ | ଏହାକୁ ଭାଗ୍ୟବର୍ଦ୍ଦନ ମଧ୍ୟ କୁହାଯାଏ | ଏହାକୁ ଘରେ ଲଗେଇବା ଦ୍ୱାରା ଘରକୁ ମାତା ଲଷ୍ମୀ ଏବଂ ବିଦ୍ୟାର ଦେବି ମାତା ସରସ୍ବତୀଙ୍କର ଆଗମନ ହୋଇଥାଏ |