ବଡ଼ ଶୁକ୍ରବାର ଘର ଦ୍ୱାରରୁ ବାହାରକୁ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦାରିଦ୍ର୍ୟତା ହୋଇଯିବ ଦୂର:-

ଦୁନିଆରେ ସମସ୍ତ ବ୍ୟକ୍ତି ଧନର ଆଶା କରନ୍ତି । ତେବେ ଦୁନିଆରେ ତିନି ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ଧନ ଅର୍ଜନ ପାଇଁ କାମ କରନ୍ତି । କିନ୍ତୁ ପ୍ରଥମ ପ୍ରକାରର ଲୋକେ ଧନ ଅର୍ଜନ ପାଇଁ ଭଲ ରାସ୍ତା ଆପଣେଇ ଥାଆନ୍ତି ଏବଂ ଧନ କମେଇଥାନ୍ତି । ଆଉ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଧନ ଅର୍ଜନ ପାଇଁ ଖରାପ ରାସ୍ତା ଆପଣେଇ ଥାଆନ୍ତି ।

ପୁଣି କିଛି ଲୋକ ଏମିତିବି ଅଛନ୍ତି ଯେଉଁମାନେ ଧନ ଅର୍ଜନ ପାଇଁ ବେଶ ପରିଶ୍ରମ କରନ୍ତି , ପ୍ରଚୁର ଧନ ଅର୍ଜନ ବି କରନ୍ତି କିନ୍ତୁ ସେହି ଧନ ଅଧିକ ସମୟ ପର୍ଯ୍ୟନ୍ତ ରହେନାହିଁ । ତେଣୁ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ସମ୍ବନ୍ଧୀୟ କିଛି ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଧନ ଆପଣଙ୍କ ପାଖରେ ସ୍ଥାୟୀ ରହିବ । ଧନ ଦେବୀ ମାତା ଲକ୍ଷ୍ମୀ । ତେଣୁ ଧନ ଅର୍ଜନ ପାଇଁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଜରୁରୀ ଅଟେ ।

ମାତା ଲକ୍ଷ୍ମୀଙ୍କୁ ଶୁକ୍ର ଗ୍ରହ ସହିତ ତୁଳନା କରାଯାଇଛି । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ସହଜ ଉପାୟ ରହିଛି । ସେହି ଉପାୟ ଅନୁଯାୟୀ ସକାଳୁ ଉଠି ସର୍ବପ୍ରଥମେ ଘରେ ଝାଡୁ କରନ୍ତୁ । ଏହାପରେ ସ୍ନାନ କରି ଏକ ଲୋଟା ଜଳରେ ପେଶା ଯାଇଥିବା ହଳଦୀ ମିଶାଇ ଦିଅନ୍ତୁ । ଏହାପରେ ଘରର ମନ୍ଦିରକୁ ସଫାସୁତୁରା କରି ମନ୍ଦିରରେ ଥିବା ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ଅଭିଷେକ କରନ୍ତୁ ।

ହଳଦୀ ମିଶା ଜଳ ଲୋଟାକୁ ଠାକୁର ଘରେ ରଖି ଗୋଟିଏ ଘିଅ ଦୀପ ଏବଂ ଗୋଟିଏ ଧୂପ ଜଳାଇ ଦିଅନ୍ତୁ । ଯଦି ଆପଣ ଦୀପକୁ ସିଧାସଳଖ ଭୂଇଁରେ ରଖନ୍ତି ତେବେ ତାହା ଅପୂର୍ଣ୍ଣ ହୋଇଥାଏ । ଦୀପ ତଳେ ଚାଉଳ କିମ୍ବା କପଡ଼ା ବିଛାଇ ପାରିବେ । ଏହାପରେ ସର୍ବପ୍ରଥମେ ଭଗବାନ ଗଣେଶ ଏବଂ ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରି ପୂଜା କରନ୍ତୁ ।

ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କୁ ‘ ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ‘ ମନ୍ତ୍ରକୁ ୨୧ ଥର ଜପ କରି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହାପରେ ଇଷ୍ଟ ଦେବତାଙ୍କୁ ପୂଜା କରିବା ପରେ ହଳଦୀ ଲୋଟା ଜଳରୁ ଅଳ୍ପ ନେଇ ନିଜର ଦୁଇ ଆଖିରେ ଲଗାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ ଏବଂ ଘରେ ସ୍ଥାୟୀ ବାସ କରିବାକୁ ପ୍ରାର୍ଥନା କରନ୍ତୁ ।

ଏହି ଉପାୟ କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ ଏବଂ ଘର ଧନ ଧାନ୍ୟରେ ଭରିଯାଏ । ଏହାବ୍ୟତୀତ ଘରେ କୌଣସି ପ୍ରକାରର ଅଭାବ ହୁଏନାହିଁ । ଏହି ଉପାୟ କରିବା ଦ୍ୱାରା ଘରେ କେବେ କୌଣସି ଜିନିଷର ଅଭାବ ହୁଏନାହିଁ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦୈବ ରହିଥାଏ । ଏହାପରେ ସେହି ହଳଦୀ ପାଣି ଲୋଟାକୁ ସମ୍ପୂର୍ଣ୍ଣ ଘରେ ସିଞ୍ଚି ଦିଅନ୍ତୁ ।

ଏହି ଉପାୟ ସବୁଦିନ କଲେ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ଏବଂ ଘରେ ସ୍ଥାୟୀ ଧନ ମଧ୍ୟ ରହିଥାଏ । ଏହାବ୍ୟତୀତ ଘରୁ ନକରାତ୍ମକତା ଦୂର ହୋଇଥାଏ । ସେହି ଜଳକୁ ଶେଷରେ ଆପଣ ନିଜେ ପ୍ରସାଦ ଆକାରରେ ଗ୍ରହଣ ମଧ୍ୟ କରି ପାରିବେ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଶେଷରେ ବଳକା ଜଳକୁ କୌଣସି ପରିଷ୍କାର ଗଛର ମୂଳରେ ଢ଼ାଳି ଦିଅନ୍ତୁ । ଏହି ଉପାୟକୁ ପ୍ରତ୍ୟେକ ଦିନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯଦି ପ୍ରତ୍ୟେକ ଦିନ କରିବା ସମ୍ଭବ ନୁହେଁ ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ ଏହି ଉପାୟ ନିଶ୍ଚୟ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *