ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ସ୍ତ୍ରୀ ଏହି 5 ବ୍ରତ କରଥାନ୍ତି ସେ ମା ଲକ୍ଷ୍ମୀ ଙ୍କ ସମାନ ହୋଇଯାନ୍ତି

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ବ୍ରତ ଏବଂ ଉପବାସ କରିବାର ଆସାଧାରଣ ଧାର୍ମିକ ଏବଂ ସାଂସ୍କୃତିକ ମହତ୍ୱ ରହିଛି | ବ୍ରତ କରିବା ଦ୍ୱାରା ତନୁ ମନ ଶାନ୍ତ ହୋଇଥାଏ, ଆତ୍ମିକ ସନ୍ତୁଷ୍ଟି ଏବଂ ଶାନ୍ତି ମିଳିଥାଏ | ବ୍ରତ ଗୋଟିଏ ସଂକଳ୍ପ ହୋଇଥାଏ,ଏବଂ ନିଜ ଆରାଧ୍ୟ ଙ୍କ ସହ ଯୋଡି ହେବା ପାଇଁ ମାଧ୍ୟମ ହୋଇଥାଏ | ଆମ ସଂସ୍କୃତି ରେ ସ୍ତ୍ରୀ ଏବଂ କନ୍ୟା ମାନଙ୍କୁ ଦେବୀ ର ମାନ୍ୟତା ଦିଆଯାଇଥାଏ |

ଯେମିତି ଦେଵୀ ରୂପରେ ଏ ଦୁନିଆଁର ରକ୍ଷା କରନ୍ତି ଠିକ ସେମିତି ପ୍ରତ୍ୟେକ ଘରେ ସ୍ତ୍ରୀ, ଭଉଣୀ ଏବଂ ମା ରୂପରେ ଘରକୁ ରକ୍ଷା କରିଥାନ୍ତି | ସ୍ତ୍ରୀ ସବୁ ବେଳେ ନିଜ ପରିବାର ଏବଂ ସ୍ୱାମୀ ଙ୍କର ମଙ୍ଗଳ କାମନା କରିଥାଏ | ସେ ନିଜ ସାମର୍ଥ୍ୟ ଅନୁଯାୟୀ ଘର ପରିବାର କୁ ରକ୍ଷା କରିଥାନ୍ତି ସେଥିପାଇଁ ସେ ଅନେକ ବ୍ରତ ଉପବାସ କରିଥାନ୍ତି | ସ୍ତ୍ରୀ ମାନେ ନିଜ ଇଛା ରେ ସଂକଳ୍ପ ନେଇଥାନ୍ତି,ଶାଶୁ ଘର ଏବଂ ନିଜ ବାପା ଘରର କୁଳ ରକ୍ଷା କରିବା ପାଇଁ ସେ ଏହି ବ୍ରତ ଉପବାସ କରିଥାନ୍ତି |

ସ୍ତ୍ରୀ ହିଁ ଘରକୁ ସ୍ୱର୍ଗ ବନେଇ ଥାନ୍ତି, ସ୍ତ୍ରୀ ହିଁ ଘରର ପ୍ରତ୍ୟେକ ସଦସ୍ୟ ଙ୍କ ଉର୍ଜାର ସ୍ରୋତ ହୋଇଥାନ୍ତି | ସ୍ତ୍ରୀ ପାଇଁ ହିଁ ପୁରୁଷ ଙ୍କୁ ସଫଳତା, ସମ୍ମାନ ଏବଂ ଐଶର୍ଯ୍ୟ ପ୍ରାପ୍ତି ହୋଇଥାଏ | ବନ୍ଧୁଗଣ ଆମେ ଆଜି ଶ୍ରୀକୃଷ୍ଣ କହିଥିବା କିଛି ପ୍ରମୁଖ ବ୍ରତ ଏବଂ ଉପବାସ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ଘର ପରିବାର ରେ ଉନ୍ନତି ହେବା ସହ ଐଶର୍ଯ୍ୟ ବଢିଥାଏ | ଏହା ପରେ ଆମେ ଜାଣିବା ସେହି ବ୍ରତ ଏବଂ ଉପବାସ କୁ କରିବାର ସଠିକ ନିୟମ ଯାହା ଫଳ ରେ ଆମକୁ ସଠିକ ଫଳ ମିଳିପାରିବ | ତେବେ ଆସନ୍ତୁ ଜାଣିବା ସେହି ପ୍ରଭାବ ଶାଳୀ ବ୍ରତ ବିଷୟ ରେ ଯାହାକୁ ପ୍ରତ୍ୟେକ ମହିଳା ଏବଂ କନ୍ୟା ମାନଙ୍କୁ ନିଶ୍ଚିନ୍ତ କରିବା ଉଚିତ ହୋଇଥାଏ ଆସନ୍ତୁ ଜାଣିବା |

1. 16 ସୋମବାର ବ୍ରତ : ଏହି ବ୍ରତ କୁ କେବଳ ଅବିବାହିତା କନ୍ୟା ଏବଂ ସୌଭାଗ୍ୟ ବତୀ ସ୍ତ୍ରୀ ମାନେ ହିଁ କରିଥାନ୍ତି | ଅବିବାହିତ କନ୍ୟା ମହାଦେବ ଙ୍କ ପରି ବର ପାଇବା ପାଇଁ ଏହାକୁ କରିଥାନ୍ତି ଏବଂ ସୌଭାଗ୍ୟ ବତୀ ସ୍ତ୍ରୀ ଏହାକୁ ନିଜର ସୌଭାଗ୍ୟ କୁ ବୃଦ୍ଧି କରିବା ପାଇଁ ଏହାକୁ କରିଥାନ୍ତି | 16 ସୋମବାର ବ୍ରତ ଶ୍ରାବଣ ମାସରୁ ଆରମ୍ଭ କରିବା ଶୁଭ ହୋଇଥାଏ, ପୁରାଣ ଅନୁଯାୟୀ ପ୍ରଥମେ ଏହି ବ୍ରତ ମାତା ପାର୍ବତୀ ମହାଦେବ ଙ୍କୁ ପାଇବା ପାଇଁ କରିଥିଲେ |

2. ହରତାଲିକା ବ୍ରତ : ଭାଦ୍ରପଦ ମାସର ଶୁକ୍ଲପକ୍ଷ ତୃତୀୟ ତିଥି ରେ ଏହି ବ୍ରତ କରାଯାଇଥାଏ | ଏହି ଦିନ ଶିବ ପାର୍ବତୀ ଙ୍କ ଉପାସନା କରାଯାଇଥାଏ ହରତାଲିକା ତିଜ | ଅବିବାହିତ କନ୍ୟା ମହାଦେବ ଙ୍କ ପରି ବର ପାଇବା ପାଇଁ ଏହାକୁ କରିଥାନ୍ତି ଏବଂ ସୌଭାଗ୍ୟ ବତୀ ସ୍ତ୍ରୀ ଏହାକୁ ନିଜର ସୌଭାଗ୍ୟ କୁ ବୃଦ୍ଧି କରିବା ପାଇଁ ଏହାକୁ କରିଥାନ୍ତି | ଏହାକୁ ମାତା ପାର୍ବତୀ କରିଥିଲେ ମହାଦେବ ଙ୍କ ପାଇଁ, ସୌଭାଗ୍ୟ ବତୀ ସ୍ତ୍ରୀ ଏହାକୁ କରିଥାନ୍ତି | ଏହି ବ୍ରତ କରିବା ଦ୍ୱାରା ସ୍ତ୍ରୀ ଙ୍କୁ ମାତା ପାର୍ବତୀ ଏବଂ ଶିବ ଙ୍କର ଆଶୀର୍ବାଦ ମିଳିଥାଏ |

3.ସାବିତ୍ରୀ ବ୍ରତ :ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥି କୁ କରାଯାଇଥାଏ | ଏହି ଦିନ ସାବିତ୍ରୀ ରେ ସୌଭାଗ୍ୟ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କ ଲମ୍ବା ଆୟୁ ପାଇଁ ବ୍ରତ କରିଥାନ୍ତି | ପୁରାଣ କାଳ ରୁ ଏହି ପ୍ରଥା ରହିଛି ସାବିତ୍ରୀ ନିଜ ସ୍ୱାମୀ ଙ୍କୁ ଯମରାଜ ଙ୍କ ଠାରୁ ବି ଛଡେଇ ଆଣିଥିଲେ | ଏହି ଘଟଣା ର ସାକ୍ଷୀ ଗୋଟିଏ ବର ଗଛ ଥିଲା ସତ୍ୟବାନ ଙ୍କୁ ବଂଚେଇବାର ଘଟଣା ର ସାକ୍ଷୀ ରହିଥିଲା ସେଥିପାଇଁ ଏହି ଦିନ ବର ଗଛ କୁ ପୂଜା କରାଯାଏ | ଏହି ଦିନ ଲକ୍ଷ୍ମୀ ନାରାୟଣ ଙ୍କର ମଧ୍ୟ ପୂଜା କରାଯାଇଥାଏ |

4. କରୱା ଚଉଥ ବ୍ରତ : କାର୍ତ୍ତିକ ମାସର କୃଷ୍ଣ ପକ୍ଷ ର ଚତୁର୍ଥ ତିଥି ରେ ଏହି ବ୍ରତ ସୁହାଗିନୀ ମହିଳା କରିଥାନ୍ତି | ଏହି ଦିନ ସ୍ୱାମୀ ଙ୍କ ଲମ୍ବା ଆୟୁ ଏବଂ ପାରିବାରିକ ଖୁସି ପାଇଁ ନିର୍ଜଳା ବ୍ରତ କରାଯାଇଥାଏ | ମହାଦେବ ଏବଂ ମାତା ପାର୍ବତୀ ଏବଂ ଚନ୍ଦ୍ର ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ବ୍ରତ କରାଯାଏ | ପତି ସବୁବେଳେ ଖୁସି ରେ ରହିବ ପାଇଁ ଏହି ବ୍ରତ ସ୍ତ୍ରୀ ମାନେ କରିଥାନ୍ତି | ନିଜ ସ୍ୱାମୀ ଙ୍କ ଲମ୍ବା ଆୟୁ ପାଇଁ ପୁରା ଦିନ ମହିଳା ଉପାସ କରିଥାନ୍ତି ଏବଂ ରାତି ରେ ଚନ୍ଦ୍ର ଦେଖିବା ପରେ ଖାଦ୍ୟ ଖାଇଥାନ୍ତି |

5. ବୈଭବ ଲକ୍ଷ୍ମୀ ବ୍ରତ : ଏହି ବ୍ରତ ପ୍ରତ୍ୟେକ ଶୁକ୍ରବାର କୁ କରଯାଏଁ | ଏହି ବ୍ରତ ସୌଭାଗ୍ୟ ବତୀ ସ୍ତ୍ରୀ ମାନେ କରିଥାନ୍ତି 11 କିମ୍ବା 21 ଶୁକ୍ର ବାର ମା ଲକ୍ଷ୍ମୀ ଙ୍କୁ ବିଧି ବିଧାନ ରେ ପୂଜା କରାଯାଏ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ଘର ପରିବାର ସୁଖ ସମୃଦ୍ଧି ପାଇଥାନ୍ତି | ଆର୍ଥିକ ଅସୁବିଧାରେ ଥିବା ବ୍ୟକ୍ତି ଏହି ବ୍ରତ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଏବଂ କରଜ ରେ ବୁଡି ରହିଥିବା ବ୍ୟକ୍ତି ବୈଭବ ଲକ୍ଷ୍ମୀ ବ୍ରତ କରିବା ଦ୍ୱାରା ସବୁ କରଜ ଶୀଘ୍ର ମୁକ୍ତି ହୋଇଯାଇଥଏ | ଏହା ଛାଡ ଏକାଦଶୀ, ଚତୁର୍ଥୀ, ନବରାତ୍ରୀ ଏହି ବ୍ରତ କରିବା ଦ୍ୱାରା ମଧ୍ୟ ଶୁଭ ଫଳ ମିଳିଥାଏ |

ବ୍ରତ କରିବାର ନିୟମ ; ସମ୍ପୂର୍ଣ୍ଣ ଭକ୍ତି, ବିଶ୍ୱାସ ଏବଂ ଶ୍ରଦ୍ଧା ର ସହ ବ୍ରତ କରିବା ଆବଶ୍ୟକ | ମହିଳା ମାନଙ୍କୁ ଅନେକ କାର୍ଯ୍ୟ କରିବାକୁ ପଡିଥାଏ ତେଣୁ ସଠିକ ଉର୍ଜା ସହିତ ଏହାକୁ କରିବା ଉଚିତ | ନିଜକୁ ଅଥବା ପରିବାର କୁ କଷ୍ଟ ଦେଇ ବ୍ରତ କରିବା ଦ୍ୱାରା ବ୍ରତ ଖଣ୍ଡନ ହୋଇପାରେ | ବ୍ରତ ଦିନ ନିରାମିଷ ଭୋଜନ କରନ୍ତୁ ଆଇଁସ କରନ୍ତୁ ନାହିଁ, ମଦ ମାଂସ ତମ୍ବାଖୁ ଆଦି ଖାନ୍ତୁ ନାହିଁ | ବ୍ରତ ଦିନ ଶୀଘ୍ର ଉଠାନ୍ତୁ ସ୍ନାନ କରନ୍ତୁ ଏବଂ ଦାନ ମଧ୍ୟ ନିଶ୍ଚିନ୍ତ କରନ୍ତୁ |

Leave a Reply

Your email address will not be published. Required fields are marked *