ସବୁ ଘରେ ହଳଦୀର ଏକ ଭିନ୍ନ ମହତ୍ତ୍ୱ ରହିଛି । ଘରେ ରୋଷେଇରେ ହଳଦୀର ଖାସ ମହତ୍ତ୍ୱ ରହିଛି । ସେହିଭଳି ବିନା ହଳଦୀରେ କୌଣସି ଶୁଭ ମଙ୍ଗଳ କାର୍ଯ୍ୟ ହୁଏ ନାହିଁ । ଏହା ନଜର ଦୋଷ ମଧ୍ୟ ଦୂର କରିଥାଏ । ହଳଦୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ ଅଟେ । ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ହଳଦୀକୁ କିଛି ବିଶେଷ ପ୍ରୟୋଗରେ ବ୍ୟବହାର କରାଯାଏ ।
ଜ୍ୟୋତିଷ ଶାସ୍ତ୍ରରେ ହଳଦୀର ଏହି ସବୁ ପ୍ରୟୋଗ କରିବା ଦ୍ୱାରା ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ହଳଦୀ ଦେବ ଗୁରୁ ବୃହସ୍ପତିଙ୍କ ପ୍ରତୀକ ମଧ୍ୟ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ନାନ ସମୟରେ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କରନ୍ତି ତେବେ ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ ।
ଯଦି ଆପଣ ସକାଳୁ ସ୍ନାନ କରି ଶ୍ରୀହରିଙ୍କ ଚରଣରେ ହଳଦୀ ଲଗାଇ ନିଜ ମଥାରେ କିମ୍ବା ହାତରେ ଲଗାଇଲେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହାବ୍ୟତୀତ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ । ଏହି ହଳଦୀ ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିଥାଏ । ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ହଳଦୀ ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ହଳଦୀ ଏବଂ ଲୁଣକୁ ଏକା ସାଥିରେ ରଖିବା ଉଚିତ ନୁହେଁ ।
ନଚେତ ଆପଣଙ୍କୁ ନିଜ ଜୀବନରେ ନିଷ୍ପତ୍ତି ନେବାରେ ସମସ୍ୟା ହୋଇପାରେ । ବିଶେଷ କରି ମହିଳା ମାନେ ଗୁରୁବାର ଦିନ ମୁଣ୍ଡ ଧୋଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଗୁରୁ ଗ୍ରହ ଦୁର୍ବଳ ହୋଇଥାଏ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିଥାଏ ଏବଂ ସନ୍ତାନଙ୍କ ଉନ୍ନତରେ ବାଧା ଆସିଥାଏ ।
ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଘରର ବାଉଣ୍ଡ୍ରି ୱାଲରେ ହଳଦୀ ରେଖା ବନାଇ ଦିଅନ୍ତୁ । ନଚେତ ଆପଣ ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାଇ ପାରିବେ । ଏହାକୁ ବାହାର ପାର୍ଶ୍ଵରେ ହିଁ କରନ୍ତୁ । ଏହାଦ୍ବାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ । ଯଦି ବିବାହ ସମ୍ବନ୍ଧୀୟ ସମସ୍ୟା କିମ୍ବା ବିବାହ ହେବାରେ କୌଣସି ସମସ୍ୟା ଦେଖା ଦେଉଛି
ତେବେ ଏକ ଲୋଟା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସୂର୍ଯ୍ୟଙ୍କୁ ଅର୍ପିତ କରି ଦିଅନ୍ତୁ । ଯଦି ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପାଇବାକୁ ଚାହୁଁଛନ୍ତି ତେବେ ତୁଳସୀ ଗଛରେ ମଧ୍ୟ କେବଳ ରବିବାର ଦିନକୁ ଛାଡ଼ି ଜଳ ଅର୍ପିତ କରନ୍ତୁ । ମାତ୍ର ହଳଦୀ ମିଶା ପାଣି ହିଁ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଗ୍ରହ ମଧ୍ୟ ମଜବୁତ ହେବ ।
ଯଦି ଆପଣ ମାତା ଲକ୍ଷ୍ମୀଙ୍କ ଖାସ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଏକ ଆମ୍ବ ପତ୍ର ଆଣି ଏକ ଲୋଟା ପାଣିରେ ଅଳ୍ପ ହଳଦୀ ମିଶାଇ ସେହି ପାଣିକୁ ଆମ୍ବ ପତ୍ର ସାହାଯ୍ୟରେ ଘରେ ସିଞ୍ଚି ଦିଅନ୍ତୁ । ବଳକା ଜଳକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ ।
ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ପାଖ କୌଣସି ମନ୍ଦିରରେ ହଳଦୀ ଦାନ କରନ୍ତୁ । ରୋଷେଇ ଘରେ ଥିବା ହଳଦୀ ଡବାରେ ପ୍ରଥମେ ଚାରି ପାଞ୍ଚଟି ଗୋଟା ନାଲି ଶୁଖିଲା ଲଙ୍କା ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘର ଉପରେ କେହି ଯଦି କୌଣସି ତନ୍ତ୍ର ମନ୍ତ୍ର କରିଥିବେ ତାହା ନାଶ ହୋଇଯିବ ।