ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ପୁରାଣରେ ଦାନର ଅନେକ ମହତ୍ତ୍ୱ କହିଛନ୍ତି । ଦାନ ଦ୍ୱାରା ହିଁ ଧନରେ ବୃଦ୍ଧି ହୋଇଥାଏ । ଅନ୍ୟର କଲ୍ୟାଣ ପାଇଁ କାମ କଲେ ହିଁ ଧନ ବୃଦ୍ଧି ହୋଇଥାଏ । ଯାହାଦ୍ୱାରା ମନୁଷ୍ୟକୁ ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇଥାଏ । ଶାସ୍ତ୍ରରେ ଦାନକୁ ଏପରି ଏକ ଅସ୍ତ୍ର ମାନା ଯାଇଛି ଯାହାକି ଦୁର୍ଭାଗ୍ୟ ରୂପୀ ରାକ୍ଷସକୁ ନଷ୍ଟ କରିଦିଏ ।
ଗରୁଡ଼ ପୁରାଣରେ କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଦାନ କରିବା ଦ୍ୱାରା କେବେ ଦୁର୍ଭାଗ୍ୟ ଆସି ନଥାଏ । ଏହାବ୍ୟତୀତ ଯଦି ଜଣେ ସ୍ତ୍ରୀ ଏହି ତିନୋଟି ଜିନିଷର ଦାନ କରିଥାଏ ତେବେ ସେ ଜୀବନ ସାରା ସୌଭାଗ୍ୟବତୀ ହୋଇଥାଏ । ଏପରି ସ୍ତ୍ରୀ ର ସ୍ୱାମୀର କେବେବି ଅକାଳ ମୃତ୍ୟୁ ହୁଏ ନାହିଁ । କିନ୍ତୁ କିଛି ଏମିତି ଜିନିଷ ମଧ୍ୟ ଅଛି ଯାହାକୁ ଅନ୍ୟକୁ ଆଦୋୖ ଦେବା ଉଚିତ ନୁହେଁ । ତେବେ ଚାଲନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଥିବା ସେହିସବୁ ଜିନିଷ ବିଷୟରେ ଜାଣିନେବା ।
୧ . ପ୍ରଥମତଃ ଲୁଣ ଏମିତି ଏକ ବସ୍ତୁ ଅଟେ ଯାହାକୁ ଯଦି ଆପଣ ପ୍ରତ୍ୟେକ ମାସ କୌଣସି ବ୍ରାହ୍ମଣ କିମ୍ବା ମନ୍ଦିରରେ ଦାନ କରନ୍ତି ତେବେ ଆପଣଙ୍କ ଦୁର୍ଭାଗ୍ୟ ଦୂର ହେବା ସହିତ ଗ୍ରହ ସମସ୍ୟା ମଧ୍ୟ ଦୂର ହୋଇଥାଏ । କିନ୍ତୁ ଲୁଣ ଦାନ କରିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ଯେ । ତାହାକୁ କାହାକୁବି ସିଧା ହାତରେ ଦେବା ଉଚିତ ନୁହେଁ । ଏହାଦ୍ବାରା ବ୍ୟକ୍ତିର ପିତୃ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ ।
୨ . ଯଦି କୌଣସି ବ୍ୟକ୍ତି କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି କିମ୍ବା କୌଣସି ଭୟ ରହିଛି ତେବେ ସେହି ବ୍ୟକ୍ତି ମଙ୍ଗଳବାର ଦିନ ନାଲି ବସ୍ତ୍ର ଦାନ କରିବା ଉଚିତ । ଏହାଦ୍ବାରା ମଙ୍ଗଳ ଦେବତା ବ୍ୟକ୍ତି ଜୀବନରୁ ସବୁ ପ୍ରକାରର କ୍ଳେଶକୁ ନଷ୍ଟ କରିଥାନ୍ତି । ଏହାବ୍ୟତୀତ ରୋଗକୁ ମଧ୍ୟ ନାଶ କରିଥାନ୍ତି ।
୩ . ଯଦି କୌଣସି ବ୍ୟକ୍ତି ସବୁବେଳେ ମାନସିକ ଚିନ୍ତାଗ୍ରସ୍ତ ଅଛି କିମ୍ବା ରାତିରେ ଭଲନ ନିଦ ହେଉନାହିଁ ତେବେ ସେହି ବ୍ୟକ୍ତି ଧଳା କିମ୍ବା କଳା ତିଳ ଦାନ କରିବା ଉଚିତ । ଏପରି କରିବା ଦ୍ୱାରା ମନୁଷ୍ୟର ଚିନ୍ତା ଦୂର ହୋଇଥାଏ ଏବଂ ସବୁ ପାପ ନଷ୍ଟ ହୋଇଥାଏ । ଏହାବ୍ୟତୀତ ମନୁଷ୍ୟକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଶନିବାର ଦିନ ଶନି ମନ୍ଦିର ଯାଇ କଳା ତିଳ ନିଶ୍ଚିତ ଦାନ କରନ୍ତୁ । ଶନିଦେବ ନିଶ୍ଚୟ ଆପଣଙ୍କ ସମସ୍ୟା ଦୂର କରିବେ ।
୪ . ଜଣେ ବିବାହିତ ମହିଳା ପ୍ରତ୍ୟେକ ସୋମବାର ମହାଦେବଙ୍କ ମନ୍ଦିର ଯାଇ ମହାଦେବଙ୍କୁ କଞ୍ଚା କ୍ଷୀର ଏବଂ ଚିନି ଦାନ କରିବା ଉଚିତ । ଶିବ ମହାପୁରଣ ଅନୁଯାୟୀ ଯଦି ଜଣେ ବିବାହିତ ସ୍ତ୍ରୀ ଏହା ଦାନ କରିଥାଏ ତେବେ ସେ ଜୀବନରେ କେବେ ବିଧବା ହୁଏନାହିଁ । ସେହି ସ୍ତ୍ରୀର ପରିବାରରେ ସୁଖ ଶାନ୍ତି ମଧ୍ୟ ବଜାୟ ରହିଥାଏ ।
ମନୁଷ୍ୟକୁ ଏହିସବୁ ଜିନିଷ କାହାକୁବି ଦେବା ଉଚିତ ନୁହେଁ ।
୧ . ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟାସ୍ତ ପରେ ଆପଣଙ୍କୁ ପଇସା ମାଗୁଛନ୍ତି ତେବେ ଭୁଲରେ ବି ଦିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ପଇସା ଦେଇଥିବା ଏବଂ ନେଇଥିବା ବ୍ୟକ୍ତି ମଧ୍ୟରେ ଶତ୍ରୁତା ହୋଇଥାଏ । ଏହାଦ୍ବାରା ଧନର ନାଶ ହୋଇଥାଏ ।
୨ . ବିବାହିତା ମହିଳା କେବେବି କୌଣସି ପରିସ୍ଥିତିରେ ନିଜର ଗହଣା କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାମୀର ଜୀବନ ଉପରେ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ ଅନ୍ୟର ଗହଣା ଧାର ନେଇ ମଧ୍ୟ ପିନ୍ଧିବା ଉଚିତ ନୁହେଁ ।
୩ . କୌଣସି ବ୍ୟକ୍ତି ବ୍ୟବହାର କରୁଥିବା ଘଡ଼ି କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ କିମ୍ବା ଦୁର୍ଭାଗ୍ୟ ଘଡ଼ି ଦେଇଥିବା ବ୍ୟକ୍ତି ପାଖକୁ ଚାଲିଯାଏ । ଆପଣ କାହାକୁ ଘଡ଼ି ଦେବାକୁ ଚାହିଁଲେ ନୂଆ କିଣି ଦେଇପାରିବେ । କିନ୍ତୁ ବ୍ୟବହାର କରୁଥିବା ଘଡ଼ି କାହାକୁ ଦିଅନ୍ତୁ ନାହିଁ ।
୪ . ପୂଜାରେ ବ୍ୟବହାର କରୁଥିବା ଶଙ୍ଖ କାହାକୁ ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ମାଗନ୍ତୁ । ଏପରି କରିବା ଦ୍ୱାରା ଘରକୁ ଦୁର୍ଭାଗ୍ୟ ଆସିଥାଏ ।