ବନ୍ଧୁଗଣ ନୂଆ ବର୍ଷର ପ୍ରଥମଦିନକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ | ନୂଆ ବର୍ଷର ପ୍ରଥମଦିନ ଗଙ୍ଗା ପରି ପବିତ୍ର ବୋଲି ମଧ୍ୟ କୁହାଯାଏ | ଯାହା ବ୍ୟାକ୍ତିଙ୍କ ଜୀବନରେ ଅନେକ ସୁଖ ଶାନ୍ତି ନେଇ ଆସିଥାଏ | ଏବଂ ଏହି ଥର ନୂଆ ବର୍ଷ ରବିବାର ଦିନ ପଡୁଛି | ଯାହା ନିଜ ପରିବାର ସହ ସମୟ ବିତେଇବା ପାଇଁ ବହୁତ ଭଲ ସମୟ ଅଟେ | ଏହି ଦିନ ସମସ୍ତେ ନିଜ ପରିବାର ସହ କାଟିପାରିବେ | ଆସନ୍ତୁ ଜାଣିବା ଜାନୁଆରୀ 1 ତାରିଖ ପୂର୍ବରୁ ନିଜ ଘରୁ କେଉଁ ଜିନିଷ ସବୁ ବାହାର କରିଦେଲେ ଘରେ ମାତା ଲଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ |
ବନ୍ଧୁଗଣ ଘରେ ସକାରାତ୍ମକ ଉର୍ଜାର ସଞ୍ଚାର କରିବା ପାଇଁ ବାସ୍ତୁ ଶାସ୍ତ୍ରrରେ ଅନେକ ପ୍ରକାରର ଉପାୟ କୁହାଯାଇଛି | ଘରେ ଥିବା ସମସ୍ତ ବାସ୍ତୁ ସକାରାତ୍ମକ ଏବଂ ନକାରାତ୍ମକ ଉର୍ଜାର ସଞ୍ଚାର କରାଇଥାଏ | ଘରେ ଯଦି କୌଣସି ଜିନିଷ ସଠିକ ଯାଗାରେ ରଖାଯାଇନଥାଏ ତେବେ ତାହା ଆପଣଙ୍କ ଜୀବନରେ ସିଧା ପ୍ରଭାବ ପକାଇଥାଏ | ଯାହା ଆପଣଙ୍କ ଜୀବନରେ ନକାରାତ୍ମକ ଉର୍ଜାର ସଞ୍ଚାର କରେଇବା ସହ ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତିରେ ମଧ୍ୟ ପ୍ରଭାବ ପକାଇଥାଏ | ସେହିଠାରେ ଯଦି ଜିନିଷକୁ ସଠିକ ଦିଗରେ ଏବଂ ସଠିକ ଯାଗାରେ ରଖାଯାଏ ତେବେ ତାହା ଆପଣଙ୍କ ଜୀବନରେ ସକାରାତ୍ମକ ଉର୍ଜା ସଞ୍ଚାର କରାଇଥାଏ |
1- ଘର ଆଗରେ ଆବର୍ଜନା ପାଣି :- ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ଆଗରେ ଯଦି ଅଳିଆ ପାଣି ଜାମା ହୋଇଥାଏ ତେବେ ତାହା ବହୁତ ଅଶୁଭ ସଙ୍କେତ ହୋଇଥାଏ | ଏବଂ ଏହା ବାସ୍ତୁ ଦୋଷର କାରଣ ମଧ୍ୟ ହୋଇପାରେ | ଏହା ସହ ଘର ଆଗରେ ଜାମା ହୋଇଥିବା ଅଳିଆ ପାଣିରେ ହଜାରେ ଗୁଣର ବ୍ୟାଟେରୀୟା ଥାନ୍ତି | ଯାହା ଦ୍ୱାରା ଆପଣଙ୍କ ଘରର ସଦସ୍ୟଙ୍କର ଅନେକ ସମୟରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ | ତେଣୁ ନୂଆ ବର୍ଷ ପୂର୍ବରୁ ହି ଆପଣଙ୍କ ଘର ଆଗରେ ଯଦି ଅଳିଆ ପାଣି ଜାମା ହୋଇଛି ତାହାକୁ ସଫା କରିଦିଅନ୍ତୁ |
2-କଣ୍ଟା ଥିବା ଗଛ :- ବନ୍ଧୁଗଣ ଅନେକ ସମୟରେ ଅନେକ ଲୋକ ନିଜ ଘରେ କଣ୍ଟା ଜାତୀୟ ଗଛ ଲଗେଇଥାନ୍ତି ଘର ସୁନ୍ଦର ଦେଖା ଯିବା ପାଇଁ | କିନ୍ତୁ ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛୁ ଯେ କଣ୍ଟା ଗଛକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ | ଯଦି ଆପଣଙ୍କ ଘରର ସାମ୍ନାରେ କିମ୍ବା ଘରେ କଣ୍ଟା ଜାତୀୟ ଗଛ ଲାଗିଛି ତେବେ ସେ ଆପଣଙ୍କ ଘରେ ଅଶାନ୍ତିର କାରଣ ହୋଇପାରେ | ତେଣୁ ଯଦି ଆପଣଙ୍କ ଘର ସାମ୍ନାରେ କିମ୍ବା ଆପଣଙ୍କ ଘରେ ଏପରି ଗଛ ଅଛି ତେବେ ନୂଆ ବର୍ଷ ଆଗରୁ ହି ତାକୁ ଘରୁ ହଟେଇଦିଅନ୍ତୁ |
3- ଡଷ୍ଟବିନ :- ଅନେକ ଲୋକ ନିଜ ସୁବିଧା ପାଇଁ ଘରର ମୁଖ୍ୟଦ୍ୱାରର ସାମ୍ନାରେ ଡଷ୍ଟବିନ ରଖିଦିଅନ୍ତି କିମ୍ବା ଘରର ସାମ୍ନାରେ ରଖିଦିଅନ୍ତି | କିନ୍ତୁ ଏହା ବହୁତ ଅଶୁଭ ଅଟେ | ବାସ୍ତୁଶାସ୍ତ୍ର ଅନୁଯାୟୀ ଅଳିଆ ଆବର୍ଜନାକୁ ଘରର ସାମ୍ନାରେ କିମ୍ବା ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ମାତା ଲଷ୍ମୀ ଘରକୁ ପ୍ରବେଶ କରିନଥାନ୍ତି | ତେଣୁ ଯଦି ଆପଣ ବି ନିଜ ଘରର ସାମ୍ନାରେ ଡଷ୍ଟବିନ ରଖିଛନ୍ତି ତେବେ ତାହାକୁ ନୂଆବର୍ଷ ପୂର୍ବରୁ ହଟେଇଦିଅନ୍ତୁ |