ଲୋକେ ନିଜର ବାସଗୃହ ବାସ୍ତୁ ଶାସ୍ତ୍ର ନିୟମକୁ ଦୃଷ୍ଟିରେ ରଖି କରିଥାନ୍ତି । କିନ୍ତୁ ଆମକୁ କିଛି ଛୋଟ ଛୋଟ ବିଶେଷ କଥା ପ୍ରତି ଧ୍ୟାନ ରଖିବା ଉଚିତ । ନଚେତ ବାସ୍ତୁ ଦୋଷ କାରଣରୁ ଘର ଉପରେ ଖୁବ ଖରାପ ପ୍ରଭାବ ପଡ଼ିଥାଏ , ଯାହାଦ୍ୱାରା ଘରର ଲୋକଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଘରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରୋଷେଇ ଘର , ଐଶାନ୍ୟ କୋଣ ଏବଂ ବେଡ଼ ରୁମ ଏବଂ ହୋଇଥାଏ ।
ଏହିଠାରୁ ହିଁ ସକାରାତ୍ମକ ଶକ୍ତି ପ୍ରସାରିତ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ କହିବୁ ଯେ ଘରର ବାସ୍ତୁ ନିୟମ ଉପରେ କିପରି ଧ୍ୟାନ ରଖିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କିଛି ଜିନିଷ ରଖିବା ଉଚିତ ନୁହେଁ । ଏହାସହିତ ସକାଳୁ ଉଠିବା ମାତ୍ରେ ରୋଷେଇ ଘରର କିଛି ଜିନିଷ ଆଦୋୖ ଦେଖିବା ଉଚିତ ନୁହେଁ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ରୋଷେଇ ଘର ଅଗ୍ନି ଦିଗରେ ରହିବା ଉଚିତ । ଏହାଦ୍ବାରା ଘରେ ଲୋକଙ୍କର ପ୍ରଗତି ଏବଂ ଉନ୍ନତି ହୋଇଥାଏ । ଏହାବ୍ୟତୀତ ଘରେ କେବେବି ଧନ ଧାନ୍ୟର ଅଭାବ ହୁଏନାହିଁ । ରୋଷେଇ ଘର ପାଇଁ ଉତ୍ତର ଦିଗ ସବୁଠାରୁ ଖରାପ ଦିଗ ହୋଇଥାଏ । ଏହି ଦିଗରେ ହୋଇଥିବା ରୋଷେଇ ଘର ପରିବାର ଲୋକଙ୍କର ଉନ୍ନତି ହେବାକୁ ଦିଏନାହିଁ ।
ପରିବାର ଲୋକେ ବାରମ୍ବାର ରୋଗଗ୍ରସ୍ତ ହୋଇଥାନ୍ତି । ଉତ୍ତମ ସ୍ୱାସ୍ଥ୍ୟ କୌଣସି ଧନ ସମ୍ପତ୍ତି ଠାରୁ ବେଶ ବଡ଼ ଅଟେ । ଯଦି ରୋଷେଇ ଘର ସଫାସୁତୁରା ହୋଇଥାଏ ତେବେ ମାତା ଅନ୍ନପୂର୍ଣ୍ଣା ଘରେ ବାସ କରନ୍ତି । ଅପରିଷ୍କାର ରୋଷେଇ ଘରେ ଅଳିଆ ସମେତ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ମନ୍ଦିର ବନାଇବା ଉଚିତ ନୁହେଁ ।
ମନ୍ଦିର ସର୍ବଦା ଘରର ଐଶାନ୍ୟ କୋଣରେ ରହିବା ଉଚିତ । ରୋଷେଇ ଘରେ ଅଇଁଠା ବାସନ ରଖା ଯାଇଥାଏ ଏବଂ ଆମିଷ ମଧ୍ୟ ହୋଇଥାଏ । ଯେଉଁଥିରୁ ବାହାରୁଥିବା ନକରାତ୍ମକ ଶକ୍ତି ଦ୍ୱାରା ରୋଷେଇ ଘର ମଧ୍ୟ ନକରାତ୍ମକ ଶକ୍ତିରେ ପ୍ରଭାବିତ ହୋଇଥାଏ । ରୋଷେଇ ଘରେ ମନ୍ଦିର ବନାଇବା ଦ୍ୱାରା ସନ୍ତାନର ଉନ୍ନତି ଅଟକି ଯାଏ । ରୋଷେଇ ଘରେ କେବେବି ଆଇନା , ଅଳିଆ ରଖିବା ଉଚିତ ନୁହେଁ ।
ଏହାବ୍ୟତୀତ ବାସି ଖାଦ୍ୟ ମଧ୍ୟ ରଖିବା ଉଚିତ ନୁହେଁ । ଏହାଦ୍ବାରା ରୋଷେଇ ଘରର ବାତାବରଣ ଖରାପ ହୋଇଥାଏ ଏବଂ ନକରାତ୍ମକତା ଜାତ ହୋଇଥାଏ । ସକାଳୁ ସକାଳୁ ସ୍ନାନ କରି ସାରିବା ପରେ ହିଁ ରୋଷେଇ ଘରକୁ ପ୍ରବେଶ କରିବା ଉଚିତ । ଏହା ସମ୍ଭବ ନହେଲେ ହାତ ଗୋଡ଼ ମୁହଁ ଧୋଇ ରୋଷେଇ ଘରକୁ ପ୍ରବେଶ କରନ୍ତୁ । ଚୁଲି ଲଗାଇବା ପୂର୍ବରୁ ପ୍ରଥମେ ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରାର୍ଥନା କରିବା ପରେ ରୋଷେଇ ଆରମ୍ଭ କରନ୍ତୁ ।
ରୋଷେଇ ଘରେ ଲୁଣ , ହଳଦୀ ଏବଂ ଚାଉଳ କେବେ ଶେଷ ହେବାକୁ ଦିଅନ୍ତୁ ନାହିଁ । ଯଦି ସରିବାକୁ ଆସୁଛି ତେବେ ଶେଷ ହେବା ପୂର୍ବରୁ ହିଁ ଚାଉଳ , ହଳଦୀ ଏବଂ ଲୁଣ ଭରି ଦିଅନ୍ତୁ । ଏହି ତିନୋଟି ଜିନିଷର ଶାସ୍ତ୍ରୀୟ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱ ଥାଏ । ରୋଷେଇ ଘରେ ଏହିସବୁ ଜିନିଷ ଶେଷ ହେବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଘରେ ପାଣି କଳସି ଉତ୍ତର ପୂର୍ବ ଦିଗରେ ରଖନ୍ତୁ ।
ଏହାବ୍ୟତୀତ ପାଣି କଳସି ସର୍ବଦା ପରିପୂର୍ଣ୍ଣ ରହିବା ଉଚିତ । ଏହା ସମୃଦ୍ଧିର ସଙ୍କେତ ହୋଇଥାଏ । ସନ୍ଧ୍ୟା ସମୟରେ ଠାକୁର ଘରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ସହିତ ପାଣି କଳସି ପାଖରେ ମଧ୍ୟ ଦୀପ ଜଳାଇବା ଉଚିତ । ଭୋଜନ ବନାଇବା ସମୟରେ ପ୍ରଥମ ରୁଟି ଗୋମାତାଙ୍କ ପାଇଁ ଏବଂ ଶେଷ ରୁଟି କୁକୁର ପାଇଁ ନିଶ୍ଚୟ ବନାଇ ରଖନ୍ତୁ ।