ସୈନ୍ଧବ ଲୁଣକୁ ନେଇ କରନ୍ତୁ ଏହି ଖାସ ଉପାୟ, ଦୂର ହୋଇଯିବ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ। ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସମସ୍ତେ ସୁଖ ସୁବିଧାରେ ରହିବାକୁ ଚାହିଁ ଥାଆନ୍ତି। ଅଧିକ ଅର୍ଥ ଆୟ କରିବା ପାଇଁ ଲୋକେ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳି ନଥାଏ। ତେଣୁ ଲୋକଙ୍କୁ ନିରାଶ ହେବାକୁ ପଡ଼ିଥାଏ। ଯାହାଫଳରେ ଲୋକେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥାନ୍ତି ଏବଂ ଘରେ ଅଶାନ୍ତି ବାତାବରଣ ଦେଖା ଦେଇଥାଏ।

ଏହାର ମୁଖ୍ୟ କାରଣ ହେଉଛି ବାସ୍ତୁ ଦୋଷ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବାସ୍ତୁ ଦୋଷ କାରଣରୁ ପାଖରେ ଅର୍ଥ ତିଷ୍ଠି ରହି ନଥାଏ ଏବଂ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡ଼ିଥାଏ। ଯଦି ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ସୈନ୍ଧବ ଲୁଣକୁ ନେଇ ଖାସ ଉପାୟ କରନ୍ତୁ, ଏହାର ପରିଣାମ ସ୍ବରୂପ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ତେବେ ଆସନ୍ତୁ ସୈନ୍ଧବ ଲୁଣକୁ ନେଇ କେଉଁ ଉପାୟ କରିବେ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସୈନ୍ଧବ ଲୁଣ ସମ୍ବନ୍ଧୀୟ କିଛି ଖାସ ଉପାୟ :-

ଗୋଟେ କାଚ ପାତ୍ର ନିଅନ୍ତୁ, ଏଥିରେ ସୈନ୍ଧବ ଲୁଣ ରଖି ଘରର କୌଣସି ସ୍ଥାନରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଘରୁ ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଗୋଟେ ପାତ୍ରରେ ଲୁଣ ଭରି ଶୌଚାଳୟରେ ରଖି ଦିଅନ୍ତୁ। ଏହାଦ୍ବାରା ମଧ୍ୟ ସମସ୍ତ ଖରାପ ଶକ୍ତି ଦୂର ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ କି ଲୁଣ ରଖିଥିବା ପାତ୍ରକୁ ଏପରି ଗୋଟେ ସ୍ଥାନରେ ରଖନ୍ତୁ, ଯେଉଁଠାରେ ଅନ୍ୟମାନେ ହାତ ଲଗାଇବେ ନାହିଁ ଏବଂ ଲୁଣକୁ ଆପଣ ସପ୍ତାହରେ ତିନିଥର ଲେଖାଏଁ ବଦଳାଇ ଦିଅନ୍ତୁ।

ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଥିଲେ, ଶୋଇବା କୋଠରୀରେ ଗୋଟେ କାଚ ପାତ୍ରରେ ଲୁଣ ରଖି ଦିଅନ୍ତୁ। ଦେଖିବେ ବୈବାହିକ ଜୀବନରେ କେବେବି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ଏହାସହିତ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଘର ପୋଛା ଲଗାଇବା ସମୟରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାନ୍ତୁ। ଏହାଦ୍ବାରା ଘରୁ ସମସ୍ୟା ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ଆର୍ଥିକ ସଙ୍କଟ ଦୂର ହୋଇଯିବ। ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ।

Leave a Reply

Your email address will not be published. Required fields are marked *