New Year 2023 Totke: ଭିକାରୀରୁ ରାଜ ବନେଇଦେବ, ହଳଦିଆ ସୋରିଷର ଏହି ଉପାୟ, ନୂଆ ବର୍ଷରେ ଛପର ଫାଡ଼ି ଆସିବ ପଇସା !

ହଳଦିଆ ସୋରିଷ ସହିତ ଜଡିତ ଏହି ଉପାୟ ଆପଣଙ୍କ ନୂତନ ବର୍ଷକୁ ଅନେକ ଖୁସିରେ ପରିଣତ କରିଦେବ ଏବଂ ଆପଣଙ୍କ ଦାରିଦ୍ର୍ୟତାକୁ ଦୂର କରିବାରେ ସହାୟକ ହେବ |

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି | ଲୋକମାନେ କିନ୍ତୁ 2023 ବର୍ଷକୁ ସ୍ୱାଗତ କରିବାକୁ ଏବେଠୁଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି | ଏମିତି କୁହାଯାଏ ଯେ ଯଦି ବର୍ଷର ପ୍ରଥମ ଦିନ ଭଲରେ କଟେ ତେବେ ପୁରା ବର୍ଷ ଭଲରେ ବିତିଥାଏ | 2022 ମସିହା କିଛି ଲୋକଙ୍କ ପାଇଁ ସେତିକି ଭଲ ନଥିଲା ଯେପରି ସେମାନେ ଆଶା କରିଥିଲେ |

ଆଗାମୀ ବର୍ଷକୁ ସୁନ୍ଦର କରିବା ପାଇଁ ହଳଦିଆ ସୋରିଷ ସହିତ ଜଡିତ କିଛି ଉପାୟ ଆମେ ଆଜି କହିବାକୁ ଯାଉଛୁ | ଶାସ୍ତ୍ର ବିଷୟରେ ଜାଣୁଥିବା ଜ୍ଞାନୀମାନେ କହିଛନ୍ତି ଯେ ହଳଦିଆ ସୋରିଷ ସହିତ ଜଡିତ ଏହି ଉପାୟ ଆପଣଙ୍କ ନୂତନ ବର୍ଷକୁ ବହୁତ ଖୁସିଭରା କରେଇଦେଇପାରିବ ଏବଂ ଆପଣଙ୍କ ଦାରିଦ୍ର୍ୟତା ମଧ୍ୟ ଦୂର କରିବାରେ ସହାୟକ ହେବ |

ଏହି ଉପାୟ ଗୁଡ଼ିକ କଣ?

1- ନୂଆ ବର୍ଷରେ ହଳଦିଆ ସୋରିଷ ସହ ଜଡ଼ିତ ଏହି ଉପାୟ ଦ୍ୱାରା ମାତା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ | ଆପଣ ବସ ଏତିକି କରିବେ ଯେ ଏହି ବର୍ଷରୁ ହି ହଳଦିଆ ସୋରିଷର କିଛି ଦାନା ଏବଂ କର୍ପୁରକୁ ଚାନ୍ଦି କିମ୍ବା ଷ୍ଟିଲର ପାତ୍ରରେ ନେଇ ଜାଳି ଦିଅନ୍ତୁ |

2023 ମସିହା ଜାନୁଆରୀ 1 ତାରିଖ ଦିନ ଆପଣ ନିଜ ଇଷ୍ଟଦେବତାଙ୍କର ପୂଜା କରିବା ପରେ ଗାଈର ଗୋବରରେ ତିଆରି ଘଷି ଉପରେ ହଳଦିଆ ସୋରିଷର କିଛି ଦାନା ପକାଇ ତାକୁ ଜାଳି ଘର ଆଗରେ ଧୂଆଁ ଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ସୃଦୁଢ ହୋଇଥାଏ | ଏବଂ ଘର-ପରିବାର ଉପରେ ମା ଲଷ୍ମୀଙ୍କର ଆଶ୍ରିବାଦ ବନିରହିଥାଏ |

2- ଅନେକଥର ଲୋକଙ୍କ ସହ ଏମିତି ହୋଇଥାଏ ଯେ ସେମାନେ ମନ ଲଗାଇ କାମ କରିବା ପରେ ମଧ୍ୟ ତାଙ୍କୁ ସଫଳତା ମିଳିନଥାଏ | ଅନେକ ପ୍ରକାରର ବାଧା ମଧ୍ୟ ଉପୁଜିଥାଏ | ତେଣୁ ଏପରି ବାଧା ଗୁଡ଼ିକୁରୁ ମୁକ୍ତି ପାଇବା ପାଇଁ ଆପଣ ନିଜ ଘରର ସମସ୍ତ କୋଣରେ ଆଉ ଛାତରେ ହଳଦିଆ ସୋରିଷ ଛିଞ୍ଚି ଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଘରୁ ସବୁପ୍ରକାରର ନକାରାତ୍ମକ ଉର୍ଜା ନଷ୍ଟ ହୋଇଯିବ | ଏବଂ ଘର-ପରିବାରରେ ସୁଖ ଏବଂ ଶାନ୍ତିର ମାହୋଲ ରହିବ |

3- ଯଦି ଆପଣଙ୍କ ପାଖରେ ପଇସା ରହୁନାହିଁ | ତେବେ ଆପଣ ହଳଦିଆ ସୋରିଷକୁ ଏକ ହଳଦିଆ କପଡାରେ କର୍ପୁର ସହ ବାନ୍ଦି ଘରର ମୁଖ୍ୟ ଦ୍ୱାରରେ ବାନ୍ଦି ଦିଅନ୍ତୁ | ଏହା ଆପଣଙ୍କ ଟଙ୍କା ପଇସାକୁ ଯୋଡି ରଖିବାରେ ସାହାଯ୍ୟ କରିବ | ଏବଂ ଆପଣଙ୍କୁ ଘଋକୁ ଅନେକ ପଇସା ଆସିବାରେ ସାହାଯ୍ୟ ମଧ୍ୟ କରିବ |

Leave a Reply

Your email address will not be published. Required fields are marked *